ରାଜଧାନୀରେ ପହଞ୍ଚିଲା ଭାରତୀୟ ପୁରୁଷ ହକି ଟିମ୍‌

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧ ଓ ୨ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ହେବାକୁଥିବା ରୁଷ୍ ବିପକ୍ଷ ଅଲିମ୍ପିକ୍ କ୍ୱାଲିଫାୟର୍ସ ମ୍ୟାଚ୍ ପାଇଁ ୨୨ ଜଣିଆ ଭାରତୀୟ ପୁରୁଷ ହକି ଦଳର ଘୋଷଣା କରାଯାଇଛି। ଏହି ମ୍ୟାଚ୍ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ପ୍ରଶିକ୍ଷଣ ଶିବିର ଆରରମ୍ଭ ହୋଇଥିଲା। ଏଥିପାଇଁ ସୋମବାର ପୁରୁଷ ଟିମର ଖେଳାଳିମାନେ ରାଜଧାନୀରେ ପହଞ୍ଚିଛନ୍ତି। ଭାରତୀୟ ଦଳ କୋଚ୍ ଗ୍ରାହାମ୍ ରିଡଙ୍କ ତତ୍ତ୍ୱାବଧାନରେ ଏହି ଶିବିରରେ ଭାଗ ନେବେ। ଏହି ଶିବିର ପାଇଁ ଭାରତୀୟ […]

hockey

Ranjit Kumar Jena
  • Published: Monday, 14 October 2019
  • , Updated: 14 October 2019, 08:26 PM IST

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧ ଓ ୨ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ହେବାକୁଥିବା ରୁଷ୍ ବିପକ୍ଷ ଅଲିମ୍ପିକ୍ କ୍ୱାଲିଫାୟର୍ସ ମ୍ୟାଚ୍ ପାଇଁ ୨୨ ଜଣିଆ ଭାରତୀୟ ପୁରୁଷ ହକି ଦଳର ଘୋଷଣା କରାଯାଇଛି। ଏହି ମ୍ୟାଚ୍ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ପ୍ରଶିକ୍ଷଣ ଶିବିର ଆରରମ୍ଭ ହୋଇଥିଲା। ଏଥିପାଇଁ ସୋମବାର ପୁରୁଷ ଟିମର ଖେଳାଳିମାନେ ରାଜଧାନୀରେ ପହଞ୍ଚିଛନ୍ତି। ଭାରତୀୟ ଦଳ କୋଚ୍ ଗ୍ରାହାମ୍ ରିଡଙ୍କ ତତ୍ତ୍ୱାବଧାନରେ ଏହି ଶିବିରରେ ଭାଗ ନେବେ। ଏହି ଶିବିର ପାଇଁ ଭାରତୀୟ ପୁରୁଷ ଟିମରେ ଓଡ଼ିଶାର ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ ସ୍ଥାନ ପାଇଛନ୍ତି। ଦଳରେ ସିନିୟର ଖେଳାଳି ପିଆର୍ ଶ୍ରୀଜେଶ, ରୂପିନ୍ଦର ପାଲ୍ ସିଂହଙ୍କ ଭଳି ଅଭିଜ୍ଞ ଖେଳାଳି ମଧ୍ୟ ଅଛନ୍ତି। ନିୟମିତ କ୍ୟାପଟେନ୍ ମନପ୍ରୀତ ସିଂହ ମଧ୍ୟ ଟିମ୍ ସହ ଏଠାରେ ଯୋଗ ଦେଇଛନ୍ତି।

ଏହି ଶିବିର ନେଇ ଟିମର କୋଚ୍ ଗ୍ରାହାମ୍ ରିଡ୍ କହିଛନ୍ତି, "ବେଲଜିୟମ ଗସ୍ତରେ ମିଳିଥିବା ବିଜୟ ଟିମର ମନୋବଳ ବଢ଼ାଇଛି। ବେଲଜିୟମରେ ଆମେ ଅନେକ କ୍ଷେତ୍ରରେ ସୁଧାର ଆଣିଥିଲୁ। ସେଠାରେ ଆମକୁ ଯେଉଁ ଅଭିଜ୍ଞତା ମିଳିଛି, ତାହା ରୁଷ୍ ବିପକ୍ଷ ମ୍ୟାଚରେ ବିନିଯୋଗ କରିବୁ। ବେଲଜିୟମରେ ଆମେ ପେନାଲ୍ଟି କର୍ଣ୍ଣରକୁ ମଧ୍ୟ ଗୋଲରେ ପରିଣତ କରିଛୁ। ବେଲଜିୟମ ଓ ସ୍ପେନ୍ ଭଳି କ୍ୱାଲିଟି ଟିମ୍ ବିରୋଧରେ ଖେଳିବା ଆମକୁ ବହୁତ ଫାଇଦା ଦେଇଛି। ଏଠାରେ ହେବାକୁଥିବା ଶିବିରରେ ଆମେ ବାକି ଭୁଲଗୁଡ଼ିକୁ ସୁଧାରିବାକୁ ପ୍ରୟାସ କରିବୁ।" ସୂଚନାଯୋଗ୍ୟ, ଭାରତୀୟ ପୁରୁଷ ହକି ଟିମ୍ ବେଲଜିୟମ ଗସ୍ତରେ କ୍ଲିନସୁଇପ୍ କରିଥିଲା। ଭାରତ ଆୟୋଜକ ବେଲଜିୟମକୁ ଯଥାକ୍ରମେ ୨-୦, ୨-୧, ୫-୧ ଗୋଲରେ ହରାଇଥିବା ବେଳେ ସ୍ପେନକୁ ୬-୧ ଓ ୫-୧ ଗୋଲରେ ପରାସ୍ତ କରିଥିଲା।

ଏହା ପୂର୍ବରୁ ରବିବାର ଭାରତୀୟ ମହିଳା ଟିମ୍ ଏଠାରେ ପହଞ୍ଚିଥିଲେ। ଟିମର କ୍ୟାପଟେନ୍ ରାନୀ ରାମପଲଙ୍କ ସମେତ କିଛି ଖେଳାଳି ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଥିଲେ। ତେବେ ସୋମବାର ଆଉ କିଛି ମହିଳା ଖେଳାଳି ଏଠାରେ ପହଞ୍ଚିଛନ୍ତି। ଭାରତୀୟ ମହିଳା ଟିମରେ ଓଡ଼ିଶାର ଦୀପ୍ ଗ୍ରେସ୍ ଏକ୍କା, ଲିଲିମା ମିଞ୍ଜ, ନମିତା ଟପ୍ପୋ ସ୍ଥାନ ପାଇଛନ୍ତି। ସୋମବାର ଭାରତୀୟ ମହିଳା ଟିମ୍ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିଛନ୍ତି। ନିକଟରେ ଭାରତୀୟ ମହିଳା ଟିମ୍ ଇଂଲଣ୍ଡ ଗସ୍ତରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜ୍ ଡ୍ର' କରିଥିଲା। ଭାରତ ବ୍ରିଟେନକୁ ୨-୧ ଗୋଲରେ ହରାଇଥିବା ବେଳେ ୧-୩ରେ ପରାସ୍ତ ହୋଇଥିଲା। ତେବେ ବାକି ତିନୋଟି ମ୍ୟାଚ୍ (୧-୧, ୦-୦, ୨-୨) ଡ୍ର' କରିଥିଲା।

ସୂଚନାଯୋଗ୍ୟ, କଳିଙ୍ଗ ଷ୍ଟାଡିୟମରେ ଚାମ୍ପିୟନ୍ସ ଟ୍ରଫି, ହକି ୱାର୍ଲ୍ଡ ଲିଗ୍ ଫାଇନାଲ୍ସ, ହକି ବିଶ୍ୱକପ୍ ଏବଂ ଏଫଆଇଏଚ୍ କ୍ୱାଲିଫାୟର ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଆୟୋଜିତ ହୋଇସାରିଛି। ଏବେ କଳିଙ୍ଗ ଷ୍ଟାଡିୟମରେ ଅଲିମ୍ପିକ୍ କ୍ୱାଲିଫାୟର ଫାଇନାଲ୍ ରାଉଣ୍ଡ ଖେଳାଯିବ।

Related story