ବେଲଜିୟମ ଗସ୍ତରେ ଭାରତୀୟ ପୁରୁଷ ହକି ଟିମର କ୍ଲିନସୁଇପ୍

ଆଣ୍ଟେ୍ୱର୍ପ: ବେଲଜିୟମ ଗସ୍ତରେ ଭାରତୀୟ ପୁରୁଷ ହକି ଟିମ୍ ବିଜୟ ସହ ଅଭିଯାନ ଶେଷ କରିଛି । ଏଠାରେ ଭାରତୀୟ ହକି ବିଜୟଧାରା ଅବ୍ୟାହତ ରଖି ଗୁରୁବାର ଅନ୍ତିମ ମ୍ୟାଚରେ ଆୟୋଜକ ବେଲଜିୟମକୁ ୫-୧ ଗୋଲରେ ପରାସ୍ତ କରି ତା’ର ରେକର୍ଡକୁ ଶତପ୍ରତିଶତ କାଏମ ରଖିଛି। ବିଶ୍ୱର ପାଞ୍ଚ ନମ୍ବର ଟିମ୍ ଭାରତ ଏହି ଗସ୍ତରେ ସମସ୍ତ ପାଞ୍ଚଟି ଯାକ ମ୍ୟାଚ୍ ଜିତି କ୍ଲିନସୁଇପ୍ କରିଛି। ପ୍ରଥମ ମ୍ୟାଚରେ ଭାରତ ବେଲିଜୟମକୁ ୨-୦ ଗୋଲରେ ହରାଇଥିଲା ବେଳେ […]

hockey

hockey

Ranjit Kumar Jena
  • Published: Thursday, 03 October 2019
  • Updated: 03 October 2019, 09:13 PM IST

ଆଣ୍ଟେ୍ୱର୍ପ: ବେଲଜିୟମ ଗସ୍ତରେ ଭାରତୀୟ ପୁରୁଷ ହକି ଟିମ୍ ବିଜୟ ସହ ଅଭିଯାନ ଶେଷ କରିଛି । ଏଠାରେ ଭାରତୀୟ ହକି ବିଜୟଧାରା ଅବ୍ୟାହତ ରଖି ଗୁରୁବାର ଅନ୍ତିମ ମ୍ୟାଚରେ ଆୟୋଜକ ବେଲଜିୟମକୁ ୫-୧ ଗୋଲରେ ପରାସ୍ତ କରି ତା'ର ରେକର୍ଡକୁ ଶତପ୍ରତିଶତ କାଏମ ରଖିଛି। ବିଶ୍ୱର ପାଞ୍ଚ ନମ୍ବର ଟିମ୍ ଭାରତ ଏହି ଗସ୍ତରେ ସମସ୍ତ ପାଞ୍ଚଟି ଯାକ ମ୍ୟାଚ୍ ଜିତି କ୍ଲିନସୁଇପ୍ କରିଛି।

ପ୍ରଥମ ମ୍ୟାଚରେ ଭାରତ ବେଲିଜୟମକୁ ୨-୦ ଗୋଲରେ ହରାଇଥିଲା ବେଳେ ଦ୍ୱିତୀୟ ଓ ତୃତୀୟ ମ୍ୟାଚରେ ସ୍ପେନକୁ ଯଥାକ୍ରମେ ୬-୧ ଓ ୫-୧ ଗୋଲରେ ପରାସ୍ତ କରିଥିଲା। ସେହିପରି ଚତୁର୍ଥ ମ୍ୟାଚରେ ଭାରତ ବେଲଜିୟମକୁ ୨-୧ ଏବଂ ଆଜି ପଞ୍ଚମ ମ୍ୟାଚରେ ୫-୧ରେ ହରାଇଛି। ଭାରତ ପକ୍ଷରୁ ସିମରନଜିତ୍ ସିଂହ (ସପ୍ତମ), ଲଲିତ କୁମାର ଉପାଧ୍ୟାୟ (୩୫ତମ), ବିବେକ ସାଗର ପ୍ରସାଦ (୩୬ତମ), ହରମନପ୍ରୀତ ସିଂହ (୪୨ତମ) ଓ ରମନଦୀପ ସିଂହ (୪୩) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ।

ଭାରତ ପ୍ରଥମ କ୍ୱାର୍ଟରରୁ ହିଁ ଆକ୍ରମଣ ଆରମ୍ଭ କରିଦେଇଥିଲା। ମ୍ୟାଚର ସପ୍ତମ ମିନିଟରେ ସିମରନ୍ ଗୋଟିଏ ଗୋଲ୍ ଭାରତକୁ ୧-୦ରେ ଆଗୁଆ କରାଇଥିଲେ। ଏହା ପରେ ବେଲଜିୟମ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରୟାସ କରିଥିଲା, କିନ୍ତୁ ନବମ ମିନିଟରେ କ୍ରିଷ୍ଣନ୍ ପାଠକ ପେନାଲ୍ଟି କର୍ଣ୍ଣରକୁ ରୋକି ନେଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ବେଲଜିୟମକୁ ୧୬ତମ ମିନିଟରେ ଲଗାତାର ଦୁଇଟି ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ପାଠକ ପୁଣିଥରେ ଏହାକୁ ଚମତ୍କାର ଢ଼ଙ୍ଗରେ ରକ୍ଷା କରିଥିଲେ। ଏହିପରି ଭାବେ ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ଗୋଟିଏ ଗୋଲରେ ଆଗୁଆ ରହିଥିଲା।

ତୃତୀୟ କ୍ୱାର୍ଟରରେ ଭାରତ ଚାରୋଟି ଗୋଲ୍ ଦେଇ ବେଲଜିୟମକୁ ବ୍ୟାକଫୁଟକୁ ଠେଲି ଦେଇଥିଲା। ୩୫ତମ ମିନିଟରେ ଲଲିତ ଭାରତ ପାଇଁ ଦ୍ୱିତୀୟ ଗୋଲ୍ ସ୍କୋର କରିଥିଲେ। ପରବର୍ତ୍ତୀ ମିନିଟରେ ଯୁବ ଖେଳାଳି ବିବେକ ସାଗର ଆଉ ଏକ ଗୋଲ୍ ଦେଇ ସ୍କୋରକୁ ୩-୦ରେ ପହଞ୍ଚାଇଥିଲେ। ୩୮ତମ ମିନିଟେରେ ବେଲଜିୟମକୁ ପୁଣି ପେନାଲ୍ଟି କର୍ଣ୍ଣର ମିଳିଥିଲେ, ହେଁ ଭାରତର ଏକ ନମ୍ବର ଗୋଲକିପର ଶ୍ରୀଜେଶ ଡାଇଭ୍ ମାରି ଗୋଲ୍ ରକ୍ଷା କରିଥିଲେ। ହେଲେ ପରବର୍ତ୍ତୀ ମିନିଟରେ ଆଲେକଜାଣ୍ଡାର ହେଣ୍ଡ୍ରିକ୍ସ ଗୋଲ୍ ଦେଇ ସ୍କୋରକକୁ ୩-୧ କରିଥିଲେ। ଏହା ପରେ ହରମନପ୍ରୀତ ସିଂହ ୪୨ତମ ମିନିଟରେ ଚତୁର୍ଥ ଏବଂ ପରବର୍ତ୍ତୀ ମିନିଟରେ ରମନଦୀପ ପଞ୍ଚମ ଗୋଲ୍ କରିଥିଲେ। ଅନ୍ତିମ କ୍ୱାର୍ଟରରେ କେହି କାହାରିକୁ ଗୋଲ୍ ଦେଇପାରିନଥିବା ବେଳେ ଭାରତ ମୁକାବିଲାକୁ ଏକତରଫା ଭାବେ ୫-୧ରେ ଜିତି ନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story