ଟିମ୍‌ ଇଣ୍ଡିଆର ମଧ୍ୟକ୍ରମ ସୁଯୋଗ ହାତଛଡ଼ା କଲା!

ହ୍ୟାମିଲଟନ୍‌: ଟିମ୍‌ ଇଣ୍ଡିଆ ଆଜି ଲଜ୍ଜାଜନକ ଭାବେ ଘରୋଇ ନ୍ୟୁଜିଲ୍ୟାଣ୍ଡ ଦଳଠାରୁ ପରାସ୍ତ ହୋଇଛି। ଦଳର ଦୁଇ ବରିଷ୍ଠ ଖେଳାଳି ବିରାଟ୍‌ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ଅନୁପସ୍ଥିତିରେ ଟିମ୍‌ ଇଣ୍ଡିଆ ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ମଇଦାନକୁ ଓହ୍ଲାଇଥିଲା। ଏହି ମ୍ୟାଚ୍‌ରେ ଦଳର ମଧ୍ୟକ୍ରମ ନିଜ ପାଖରେ ଥିବା ଟ୍ୟାଲେଣ୍ଟର ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ। ବିଶେଷ କରି ଡେବ୍ୟୁଟାଣ୍ଟ ଶୁଭମାନ ଗିଲ, ଅମ୍ବାତି ରାୟୁଡୁ, ଦୀନେଶ କାର୍ତ୍ତିକ ଓ କେଦାର ଯାଦବଙ୍କ ପାଖରେ ନିଜକୁ […]

sg

Hemant Lenka
  • Published: Thursday, 31 January 2019
  • , Updated: 31 January 2019, 09:10 PM IST

ହ୍ୟାମିଲଟନ୍‌: ଟିମ୍‌ ଇଣ୍ଡିଆ ଆଜି ଲଜ୍ଜାଜନକ ଭାବେ ଘରୋଇ ନ୍ୟୁଜିଲ୍ୟାଣ୍ଡ ଦଳଠାରୁ ପରାସ୍ତ ହୋଇଛି। ଦଳର ଦୁଇ ବରିଷ୍ଠ ଖେଳାଳି ବିରାଟ୍‌ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ଅନୁପସ୍ଥିତିରେ ଟିମ୍‌ ଇଣ୍ଡିଆ ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ମଇଦାନକୁ ଓହ୍ଲାଇଥିଲା। ଏହି ମ୍ୟାଚ୍‌ରେ ଦଳର ମଧ୍ୟକ୍ରମ ନିଜ ପାଖରେ ଥିବା ଟ୍ୟାଲେଣ୍ଟର ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ।

ବିଶେଷ କରି ଡେବ୍ୟୁଟାଣ୍ଟ ଶୁଭମାନ ଗିଲ, ଅମ୍ବାତି ରାୟୁଡୁ, ଦୀନେଶ କାର୍ତ୍ତିକ ଓ କେଦାର ଯାଦବଙ୍କ ପାଖରେ ନିଜକୁ ପ୍ରମାଣ କରିବାର ସୁଯୋଗ ରହିଥିଲା। ହେଲେ ସେମାନେ ଏହାର ଫାଇଦା ଉଠାଇ ପାରିନାହାନ୍ତି। ଶୁଭମନ ୯ ରନ୍‌ କରିଥିବା ବେଳେ ରାୟୁଡୁ(୦), ଦିନେଶ କାର୍ତ୍ତିକ(୦) ଓ କେଦାର ଯାଦବ(୧) ରନ୍‌ କରିଥିଲେ। ଫଳରେ ଦଳର ବ୍ୟାଟିଂ ଲାଇନ୍‌ ଅପ୍‌ ଭୁଶୁଡ଼ି ପଡ଼ିଥିଲା।

ଭାରତ କିଛି ବର୍ଷ ହେଲାଣି ୩ ଜଣ ଟପ ଅର୍ଡର ରୋହିତ ଶର୍ମା,ଶିଖର ଧୱନ ଓ ବିରାଟ୍‌ କୋହଲିଙ୍କ ଉପରେ ନିର୍ଭର କରି ଆସୁଛି। କିନ୍ତୁ ସବୁବେଳେ ଏହି ୩ ଖେଳାଳି ଭଲ ପ୍ରଦର୍ଶନ କରିବେ,ତା’ର ଗ୍ୟାରେଣ୍ଟି ନାହିଁ। ଆଗକୁ ମଧ୍ୟ ବିଶ୍ୱକପ୍‌ ରହିଛି। ତେଣୁ ସମସ୍ତଙ୍କର ଫୋକସ୍‌ ରାୟୁଡୁ,କାର୍ତ୍ତିକ ଓ କେଦାରଙ୍କ ଉପରେ ରହିଛି। କିନ୍ତୁ ଏମାନଙ୍କ ଏଭଳି ପ୍ରଦର୍ଶନ ଟିମ୍‌ ମ୍ୟାନେଜମେଣ୍ଟର ଚିନ୍ତା ବଢ଼ାଇ ଦେଇଛି।

କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ମଧ୍ୟ ସମାନ କଥା ଦୋହରାଇଛନ୍ତି। ସେ କହିଛନ୍ତି, “ ଆଜି ମଧ୍ୟକ୍ରମ ବିଶେଷ କରି କେଦାର ଯାଦବ ଓ ଶୁଭମନ ଗିଲ୍‌ଙ୍କ ପାଖରେ ସ୍କୋର କରିବାର ସୁଯୋଗ ରହିଥିଲା। ଆଜି ଓପନର ଶୀଘ୍ର ପ୍ୟାଭିଲିୟନ୍‌ ଫେରି ଯାଇଥିବାରୁ ଏହି ଦୁଇ ଖେଳାଳିଙ୍କ ସମେତ ମଧ୍ୟକ୍ରମ ପାଖରେ ଯଥେଷ୍ଟ ସମୟ ରହିଥିଲା। ଏଥିସହ ଭାରତ ଅଡ଼ୁଆରେ ମଧ୍ୟ ପଡ଼ିଥିଲା।

ଯଦି ଏମାନେ ଏପରି ସ୍ଥିତିରୁ ଦଳକୁ ମୁକୁଳାଇ ପାରିଥାନ୍ତେ, ହୁଏତ ବିଶ୍ୱକପ୍‌ରେ ଏହା ଟିମ୍‌ ମ୍ୟାନେଜମେଣ୍ଟର ମନୋବଳକୁ ବୃଦ୍ଧି କରିଥାଆନ୍ତା। ଓପନର ଓ ବିରାଟ୍‌ କୋହଲି ପ୍ରାୟତଃ ୩୦ରୁ ୩୫ ଓଭର ବ୍ୟାଟିଂ କରି ନିଅନ୍ତି। ଏହି ସମୟରେ ମଧ୍ୟକ୍ରମକୁ ମାତ୍ର ୧୦ରୁ ୧୫ ଓଭର୍‌ ବ୍ୟାଟିଂ କରିବାକୁ ମିଳୁଥିଲା।

ଏଥିରେ ବଡ଼ ଶଟ୍‌ ଖେଳିବାକୁ ସମସ୍ତେ ବାଧ୍ୟ ହୁଅନ୍ତି। ହେଲେ ଆଜି ପର୍ଯ୍ୟାପ୍ତ ସମୟ ଥିଲା। ହେଲେ ସମସ୍ତେ ଏହି ସୁଯୋଗକୁ ହାତ ଛଡ଼ା କରିଦେଇଛନ୍ତି। ତେବେ ଗିଲ୍‌ ଯେଉଁ ଭଳି ଶୈଳୀରେ ବ୍ୟାଟିଂ କରି ବଲ୍‌ ଅଟକାଉଥିଲେ, ତାହା ନିଶ୍ଚିତ ଭାବେ ଦଳ ପାଇଁ ଶୁଭଙ୍କର। ତେଣୁ ସେ ପରବର୍ତ୍ତୀ ଅବସ୍ଥାରେ ଭଲ ଖେଳିବେ।”

ଭାରତ ଆଜିର ମ୍ୟାଚ୍‌ରେ ୯୨ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ନ୍ୟୁଜିଲ୍ୟାଣ୍ଡ ୧୪.୪ ଓଭର୍‌ରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।

Related story