ଲିଗ୍ ପରାଜୟର ପ୍ରତିଶୋଧ ନେଲା ଭାରତ: ଫାଇନାଲ ଆଶା ଉଜ୍ଜୀବିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲିଗ୍ ପରାଜୟର ପ୍ରତିଶୋଧ ନେଲା ଟିମ୍ ଇଣ୍ଡିଆ। ନିଦହାସ୍ ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜରେ ଭାରତ ୬ ଓ୍ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଓ୍ୱିକେଟ୍ କିପର ଦିନେଶ କାର୍ତ୍ତିକ ଏବଂ ମନୀଷ ପାଣ୍ଡେଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଭାରତ ଏହି ବିଜୟ ହାସଲ କରିଛି। ଏହାସହ ଭାରତର ଫାଇନାଲ ଖେଳିବା ଆଶା ଉଜ୍ଜୀବିତ ହୋଇଛି। କଲମ୍ବୋରେ ଖେଳାଯାଇଥିବା ଏହି ମ୍ୟାଚ୍ ବର୍ଷା ଯୋଗୁଁ ପ୍ରାୟ ଏକ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି […]

prv_1520882961

Ordigital Desk
  • Published: Tuesday, 13 March 2018
  • , Updated: 13 March 2018, 09:24 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲିଗ୍ ପରାଜୟର ପ୍ରତିଶୋଧ ନେଲା ଟିମ୍ ଇଣ୍ଡିଆ। ନିଦହାସ୍ ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜରେ ଭାରତ ୬ ଓ୍ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଓ୍ୱିକେଟ୍ କିପର ଦିନେଶ କାର୍ତ୍ତିକ ଏବଂ ମନୀଷ ପାଣ୍ଡେଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଭାରତ ଏହି ବିଜୟ ହାସଲ କରିଛି। ଏହାସହ ଭାରତର ଫାଇନାଲ ଖେଳିବା ଆଶା ଉଜ୍ଜୀବିତ ହୋଇଛି। କଲମ୍ବୋରେ ଖେଳାଯାଇଥିବା ଏହି ମ୍ୟାଚ୍ ବର୍ଷା ଯୋଗୁଁ ପ୍ରାୟ ଏକ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୧୫୨ ରନ କରିଥିଲା। ଦଳ ପକ୍ଷରୁ କୁସଲ ମେଣ୍ଡିସ୍ ସର୍ବାଧିକ ୫୫ ରନ କରିଥିଲେ। ତେବେ ଭାରତ ପକ୍ଷରୁ ସାର୍ଦୁଲ ଠାକୁର ଆକର୍ଷଣୀୟ ବୋଲିଂ କରି ସର୍ବାଧିକ ୪ଟି ଓ୍ୱିକେଟ ହାସଲ କରିଥିଲେ। ୧୫୩ ରନର ବିଜୟ ଲକ୍ଷ୍ୟକୁ ଭାରତ ୯ଟି ବଲ୍ ବାକି ଥାଇ ହାସଲ କରିନେଇଥିଲା। ଜବରଦସ୍ତ ବୋଲିଂ ପାଇଁ ଯୁବ ଭାରତୀୟ ବୋଲର ସାର୍ଦୁଲ ଠାକୁରଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ ପ୍ରଦାନ କରାଯାଇଥିଲା ।

Related story