ପଞ୍ଚମ ଟାଇଟଲ୍ ଜିତିଲେ ଲକ୍ଷ୍ୟ ସେନ୍‌

ଢାକା: ଭାରତୀୟ ବ୍ୟାଡମିଣ୍ଟନ୍ ଖେଳାଳି ଲକ୍ଷ୍ୟ ସେନ୍ ରବିବାର ଏଠାରେ ବାଂଲାଦେଶ ଅନ୍ତର୍ଜାତୀୟ ଚ୍ୟାଲେଞ୍ଜରର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ମ୍ୟାଲେସିୟାର ଲିଅଙ୍ଗ୍ ଜୁନ୍ ହାଓଙ୍କୁ ହରାଇ ସିଜନରେ ନିଜର ପଞ୍ଚମ ଟାଇଟଲ୍ ଜିତିଛନ୍ତି। ୧୮ ବର୍ଷୀୟ ଲକ୍ଷ୍ୟ ହାଓଙ୍କୁ ସିଧାସଳଖ ୨୨-୨୦, ୨୧-୧୮ ଗେମରେ ପରାସ୍ତ କରିଛନ୍ତି। ସେ ଶେଷ ୭ଟି ଟୁର୍ଣ୍ଣାମେଣ୍ଟରେ ପଞ୍ଚମଥର ଚାମ୍ପିୟନ୍ ହୋଇଛନ୍ତି। ଏହି ବିଜୟ ପରେ ସେ ଟ୍ୱିଟ୍ କରି କହିଛନ୍ତି, ନିଜର ପଞ୍ଚମ ଟାଇଟଲ୍ ସହ ବାଂଲାଦେଶରେ ବର୍ଷ ଶେଷ […]

lakshya

Ranjit Kumar Jena
  • Published: Sunday, 15 December 2019
  • , Updated: 15 December 2019, 09:22 PM IST

ଢାକା: ଭାରତୀୟ ବ୍ୟାଡମିଣ୍ଟନ୍ ଖେଳାଳି ଲକ୍ଷ୍ୟ ସେନ୍ ରବିବାର ଏଠାରେ ବାଂଲାଦେଶ ଅନ୍ତର୍ଜାତୀୟ ଚ୍ୟାଲେଞ୍ଜରର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ମ୍ୟାଲେସିୟାର ଲିଅଙ୍ଗ୍ ଜୁନ୍ ହାଓଙ୍କୁ ହରାଇ ସିଜନରେ ନିଜର ପଞ୍ଚମ ଟାଇଟଲ୍ ଜିତିଛନ୍ତି। ୧୮ ବର୍ଷୀୟ ଲକ୍ଷ୍ୟ ହାଓଙ୍କୁ ସିଧାସଳଖ ୨୨-୨୦, ୨୧-୧୮ ଗେମରେ ପରାସ୍ତ କରିଛନ୍ତି। ସେ ଶେଷ ୭ଟି ଟୁର୍ଣ୍ଣାମେଣ୍ଟରେ ପଞ୍ଚମଥର ଚାମ୍ପିୟନ୍ ହୋଇଛନ୍ତି। ଏହି ବିଜୟ ପରେ ସେ ଟ୍ୱିଟ୍ କରି କହିଛନ୍ତି, ନିଜର ପଞ୍ଚମ ଟାଇଟଲ୍ ସହ ବାଂଲାଦେଶରେ ବର୍ଷ ଶେଷ କରି ମୁଁ ବହୁତ ଖୁସି। ଆଶା କରୁଛି ଆସନ୍ତାବର୍ଷ ମଧ୍ୟ ଭଲ ପ୍ରଦର୍ଶନ ଜାରି ରଖିବି।

ସୂଚନାଯୋଗ୍ୟ, ଲକ୍ଷ୍ୟ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ ନିଜ ଦେଶର ରାଜେଶ ବର୍ମାଙ୍କୁ ୨୧-୫, ୨୧-୧୦ ଗେମରେ ହରାଇ ଶୁଭାରମ୍ଭ କରିଥିଲେ। ଏହାପରେ ସେ ମହମ୍ମଦ ଏମ୍ ଜିୟାଦଙ୍କୁ ୨୧-୧୩, ଆଇସିଲ୍ ସୋଲେ ଅଲୀ ସାଦିକିନଙ୍କୁ ୨୧-୧୭, ୨୧-୯ ଏବଂ ଝି ୟଙ୍ଗଙ୍କୁ ୨୧-୯, ୨୧-୧୧ ଗେମରେ ହରାଇ ସେମିଫାଇନାଲରେ ପହଞ୍ଚିଥିଲେ। ଅନ୍ତିମ-୪ ମୁକାବିଲାରେ ଲକ୍ଷ୍ୟ ଇଣ୍ଡୋନେସିଆର ଇଖସାନ୍ ଲିଓନାର୍ଡୋ ଇମାନୁଏଲ୍ ରୁମ୍ବେଙ୍କୁ ୨୧-୧୮, ୨୧-୧୬ ଗେମରେ ହରାଇ ଟାଇଟଲ୍ ରାଉଣ୍ଡରେ ସ୍ଥାନ ପକ୍କା କରିଥିଲେ।

ଚଳିତ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ଋତୁପର୍ଣ୍ଣା ପଣ୍ଡା ମହିଳା ଡବଲ୍ସରେ ଟାଇଟଲରୁ ବଞ୍ଚିତ ହୋଇଛନ୍ତି। ସେ ମନିଷାଙ୍କ ସହ ମିଶି ଡବଲ୍ସ ଫାଇନାଲରେ ମ୍ୟାଲେସିୟା ଯୋଡ଼ି ତାନ୍ ପର୍ଲୀ କୁଙ୍ଗ୍ ଓ ଥିନା ମୁରଲିଧରନଙ୍କ ନିକଟରୁ ୨୦-୨୨, ୧୯-୨୧ ଗେମରେ ହାରି ରନର୍ସଅପରେ ସନ୍ତୁଷ୍ଟ ହୋଇଛନ୍ତି।

Related story