କୋହଲିଙ୍କୁ ଭେଟିଲେ ଏହି ଓଡ଼ିଆ ପ୍ରଶଂସକ

ବିଶାଖାପାଟଣା: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କର ସାରା ବିଶ୍ୱରେ କୋଟି କୋଟି ପ୍ରଶଂସକ ଅଛନ୍ତି, କିନ୍ତୁ ବିଶାଖାପାଟଣାରେ ତାଙ୍କର ସାକ୍ଷାତ ଏକ ସ୍ୱତନ୍ତ ଫ୍ୟାନଙ୍କ ସହ ହୋଇଛି। ସେହି ପ୍ରଶଂସକ ଜଣକ ଆଉ କେଉଁଠୁ ନୁହେଁ, ବରଂ ଓଡ଼ିଶାରୁ ଆସିଛନ୍ତି। କୋହଲିଙ୍କର ଏହି ବଡ଼ ପ୍ରଶଂସକଙ୍କ ନାଁ ହେଉଛି ପିଣ୍ଟୁ ବେହେରା। ସେ ନିଜକୁ କୋହଲିଙ୍କୁ ସବୁଠାରୁ ବଡ଼ ପ୍ରଶଂସକ ବୋଲି କହୁଛନ୍ତି ଏବଂ ଏହାର କାରଣ ମଧ୍ୟ ରହିଛି। ପିଣ୍ଟୁ ନିଜର ପୂରା ଶରୀରରେ […]

virat

Ranjit Kumar Jena
  • Published: Wednesday, 02 October 2019
  • , Updated: 02 October 2019, 08:40 PM IST

ବିଶାଖାପାଟଣା: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କର ସାରା ବିଶ୍ୱରେ କୋଟି କୋଟି ପ୍ରଶଂସକ ଅଛନ୍ତି, କିନ୍ତୁ ବିଶାଖାପାଟଣାରେ ତାଙ୍କର ସାକ୍ଷାତ ଏକ ସ୍ୱତନ୍ତ ଫ୍ୟାନଙ୍କ ସହ ହୋଇଛି। ସେହି ପ୍ରଶଂସକ ଜଣକ ଆଉ କେଉଁଠୁ ନୁହେଁ, ବରଂ ଓଡ଼ିଶାରୁ ଆସିଛନ୍ତି। କୋହଲିଙ୍କର ଏହି ବଡ଼ ପ୍ରଶଂସକଙ୍କ ନାଁ ହେଉଛି ପିଣ୍ଟୁ ବେହେରା। ସେ ନିଜକୁ କୋହଲିଙ୍କୁ ସବୁଠାରୁ ବଡ଼ ପ୍ରଶଂସକ ବୋଲି କହୁଛନ୍ତି ଏବଂ ଏହାର କାରଣ ମଧ୍ୟ ରହିଛି। ପିଣ୍ଟୁ ନିଜର ପୂରା ଶରୀରରେ ବିରାଟ୍ କୋହଲିଙ୍କ ଟାଟୁ କରିଛନ୍ତି, ଯେଉଁଥିରେ ତାଙ୍କ ନାଁଠାରୁ ଆରମ୍ଭ କରି ତାଙ୍କ ଫଟୋ ମଧ୍ୟ ଅଛି।

ପିଣ୍ଟୁ ନିଜ ଶରୀରରେ କୋହଲିଙ୍କୁ ମୋଟ ୧୫ଟି ଟାଟୁ କରିଛନ୍ତି। ଓଡ଼ିଶାରୁ ଆସିଥିବା ପିଣ୍ଟୁ ଭାରତର ସବୁ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ ପହଞ୍ଚନ୍ତି ଏବଂ ସର୍ବଦା କୋହଲିଙ୍କୁ ଚିୟର କରନ୍ତି। ବିଶାଖାପାଟଣାରେ ପିଣ୍ଟୁ କୋହଲିଙ୍କୁ ସାକ୍ଷାତ କରିଥିଲେ। ପିଣ୍ଟୁଙ୍କୁ ଦେଖିବା ମାତ୍ରକେ କୋହଲିଙ୍କ ଭାବପ୍ରବଣ ହୋଇପଡ଼ିଥିଲେ ଏବଂ ତୁରନ୍ତ ପିଣ୍ଟୁଙ୍କୁ ଆଲିଙ୍ଗନ କରିପକାଇଥିଲେ। କୋହଲି ଓ ପିଣ୍ଟୁଙ୍କ ସାକ୍ଷାତର ଫଟୋ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

ପିଣ୍ଟୁ ନିଜ ଶରୀରରେ କୋହଲିଙ୍କ ଜର୍ସି ନମ୍ବରଠାରୁ ଆରମ୍ଭ କରି ତାଙ୍କର ବଡ଼ ଉପଲବ୍ଧିର ଟାଟୁ କରିଛନ୍ତି। ପିଣ୍ଟୁ ନିଜ ପିଠିରେ କୋହଲିଙ୍କ ଜର୍ସି ନମ୍ବର (୧୮), ୨୦୦୮ରେ ଅଣ୍ଡର୍-୧୯ ବିଶ୍ୱକପ୍, ୨୦୧୩ରେ ଅର୍ଜୁନ୍ ପୁରସ୍କାର, ୨୦୧୭ରେ ପଦ୍ମଶ୍ରୀ, ତିନୋଟି ଫର୍ମାଟରେ ୨୬ହଜାର ରନ୍ ଏବଂ ୬୮ ଶତକ ଉଲ୍ଲେଖ କରିଛନ୍ତି। ଏହାଛଡ଼ା ପିଣ୍ଟୁ ନିଜ ହାତରେ ମଧ୍ୟ ଟାଟୁ କରିଛନ୍ତି।

Related story