ଶୁଖିଲା କେପ୍‌ଟାଉନ୍‌କୁ ପାଣି ପାଇଁ ଅର୍ଥ ଦେଲା ଟିମ୍‌ ଇଣ୍ଡିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆ ଯେତେବେଳେ ଦକ୍ଷିଣ ଆଫ୍ରିକା ଗସ୍ତ ଆରମ୍ଭ କରିଥିଲା ଏହି ସମୟରେ ସେଠାରେ ଜଳର ଘୋର ଅଭାବ ଦେଖାଦେଇଥିଲା। ଏବେ ବି କ୍ୟାପ୍‌ଟାଉନ୍‌ ଭଳି ସହର ଭୟଙ୍କର ଜଳ ସଙ୍କଟରେ ତ୍ରାହି ତ୍ରାହି ଡାକୁଛି। ଏଭଳି ପରିସ୍ଥିତିରେ ଭାରତୀୟ ଟିମ୍ ଓ ଦକ୍ଷିଣ ଆଫ୍ରିକା ଟିମ୍ ମିଳିତ ଭାବେ ଜଳ ସଙ୍କଟ ଦୂର କରିବା ପାଇଁ ୮୫୭୦ ଡଲାର ଦାନ କରିଛନ୍ତି। ଉଭୟ ଦକ୍ଷିଣ ଆଫ୍ରିକା ଓ ଭାରତୀୟ ଟିମ୍‌ର ଅଧିନାୟକ ଗତ […]

208719-virat-faf-du-plesis

Ordigital Desk
  • Published: Wednesday, 28 February 2018
  • , Updated: 28 February 2018, 11:10 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆ ଯେତେବେଳେ ଦକ୍ଷିଣ ଆଫ୍ରିକା ଗସ୍ତ ଆରମ୍ଭ କରିଥିଲା ଏହି ସମୟରେ ସେଠାରେ ଜଳର ଘୋର ଅଭାବ ଦେଖାଦେଇଥିଲା। ଏବେ ବି କ୍ୟାପ୍‌ଟାଉନ୍‌ ଭଳି ସହର ଭୟଙ୍କର ଜଳ ସଙ୍କଟରେ ତ୍ରାହି ତ୍ରାହି ଡାକୁଛି। ଏଭଳି ପରିସ୍ଥିତିରେ ଭାରତୀୟ ଟିମ୍ ଓ ଦକ୍ଷିଣ ଆଫ୍ରିକା ଟିମ୍ ମିଳିତ ଭାବେ ଜଳ ସଙ୍କଟ ଦୂର କରିବା ପାଇଁ ୮୫୭୦ ଡଲାର ଦାନ କରିଛନ୍ତି। ଉଭୟ ଦକ୍ଷିଣ ଆଫ୍ରିକା ଓ ଭାରତୀୟ ଟିମ୍‌ର ଅଧିନାୟକ ଗତ ରବିବାର ଦିନ ଏକ ଚେକ୍‌ କେପ୍‌ଟାଉନ୍‌ର ଏକ ସଂସ୍ଥା ଗିଫ୍ଟ ଅଫ ଦି ଗିଭର୍ସକୁ ପ୍ରଦାନ କରିଛନ୍ତି। ଯେଉଁଠି ପାଣିର ଘୋର ଅଭାବ ରହିଛି ସେଠାରେ ପାଣି ପହଞ୍ଚାଇବାର କାମ କରିଆସୁଛି ଏହି ସଂସ୍ଥା। ଏହାସହ ଦକ୍ଷିଣ ଆଫ୍ରିକା ଅଧିନାୟକ ଡୁପ୍ଲେସିସ୍‌ କହିଛନ୍ତି ଯେ ଭାରତୀୟ ଅଧିନାୟକଙ୍କ ସହାୟତାରେ ସେ କିଛି ଜର୍ସିରେ ସାଇନ କରି ଏହାକୁ ନିଲାମୀ କରିବେ ଏବଂ ଏଥିରୁ ସଂଗ୍ରହ ଅର୍ଥରେ ଜଳ ଅଭାବ ଦୂର କରିବାକୁ ପ୍ରୟାସ କରିବେ।

Related story