ଅଷ୍ଟ୍ରେଲିଆନ୍ ଓପନ୍‌: ଦିବିଜ୍ ଶରନଙ୍କ ଅଭିଯାନ ଆରମ୍ଭ

ମେଲବର୍ଣ୍ଣ: ଭାରତୀୟ ଟେନିସ୍ ଷ୍ଟାର୍ ଦିବିଜ୍ ଶରନ୍ ଏବଂ ତାଙ୍କ ନ୍ୟୁଜିଲ୍ୟାଣ୍ଡ୍ ପାର୍ଟନର୍ ଆର୍ଟେମ୍ ସିଟାକ୍ ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ପୁରୁଷ ଡବଲ୍ସର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ତେବେ ଭାରତର ଅଭିଜ୍ଞ ଖେଳାଳି ରୋହନ୍ ବୋପନ୍ନା ପ୍ରଥମ ରାଉଣ୍ଡରେ ହାରି ବିଦାୟ ନେଇଛନ୍ତି। ଶରନ୍ ଓ ସିଟାକଙ୍କ ଯୋଡ଼ି ପ୍ରଥମ ରାଉଣ୍ଡରେ ପର୍ତ୍ତୁଗାଲ ଓ ସ୍ପେନ୍ ଯୋଡ଼ି ପାବଲୋ କାରେନୋ ବୁସ୍ତା ଓ ଜୋଆଓ ସୌସାଙ୍କୁ ସିଧାସଳଖ ୬-୪, ୭-୫ ସେଟରେ ପରାସ୍ତ କରିଛନ୍ତି। ଅନ୍ୟ […]

sharan

Ranjit Kumar Jena
  • Published: Wednesday, 22 January 2020
  • , Updated: 22 January 2020, 08:52 PM IST

ମେଲବର୍ଣ୍ଣ: ଭାରତୀୟ ଟେନିସ୍ ଷ୍ଟାର୍ ଦିବିଜ୍ ଶରନ୍ ଏବଂ ତାଙ୍କ ନ୍ୟୁଜିଲ୍ୟାଣ୍ଡ୍ ପାର୍ଟନର୍ ଆର୍ଟେମ୍ ସିଟାକ୍ ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ପୁରୁଷ ଡବଲ୍ସର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ତେବେ ଭାରତର ଅଭିଜ୍ଞ ଖେଳାଳି ରୋହନ୍ ବୋପନ୍ନା ପ୍ରଥମ ରାଉଣ୍ଡରେ ହାରି ବିଦାୟ ନେଇଛନ୍ତି।

ଶରନ୍ ଓ ସିଟାକଙ୍କ ଯୋଡ଼ି ପ୍ରଥମ ରାଉଣ୍ଡରେ ପର୍ତ୍ତୁଗାଲ ଓ ସ୍ପେନ୍ ଯୋଡ଼ି ପାବଲୋ କାରେନୋ ବୁସ୍ତା ଓ ଜୋଆଓ ସୌସାଙ୍କୁ ସିଧାସଳଖ ୬-୪, ୭-୫ ସେଟରେ ପରାସ୍ତ କରିଛନ୍ତି। ଅନ୍ୟ ଏକ ମୁକାବିଲାରେ ଜାପାନର ୟାସୁତାକା ଉଚିୟାମାଙ୍କୁ ସାଥୀ କରି ଖେଳୁଥିବା ବୋପନ୍ନା ପ୍ରଥମ ରାଉଣ୍ଡରେ ଆମେରିକୀୟ ବ୍ରାଏନ୍ ବ୍ରଦର୍ସ (ମାଇକ୍ ଓ ବବ୍‌)ଙ୍କ ନିକଟରୁ ୧-୬, ୬-୩, ୩-୬ ସେଟରେ ହାରିଯାଇଛନ୍ତି। ଏହି ମୁକାବିଲା ୧ ଘଣ୍ଟା ୧୭ ମିନିଟ୍ ଧରି ଚାଲିଥିଲା।

ତେବେ ବୋପନ୍ନାଙ୍କ ପାଇଁ ଟୁର୍ଣ୍ଣାମେଣ୍ଟରେ ଆଉ ଏକ ସୁଯୋଗ ରହିଛି। ୩୯ ବର୍ଷୀୟ ଏହି ଭେଟେରାନ୍ ଏବେ ମିକ୍ସଡ୍ ଡବଲ୍ସରେ ସାନିଆ ମିର୍ଜାଙ୍କ ସହ ଖେଳିବେ। କିନ୍ତୁ ମିଳିଥିବା ରିପୋର୍ଟ ଅନୁଯାୟୀ, ସାନିଆ ଆହତ କାରଣରୁ ମିକ୍ସଡ୍ ଡବଲ୍ସ ଇଭେଣ୍ଟ ଖେଳିପାରିବେ ନାହିଁ।

Related story