ଭାରତର ବିଶ୍ୱକପ କାର୍ଯ୍ୟସୂଚୀ, ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବ

ନୂଆଦିଲ୍ଲୀ: ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ମେ’ ୩୦ରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁଥିବା ଏହି ମହାକୁମ୍ଭର ପ୍ରଥମ ମ୍ୟାଚ୍ ଆୟୋଜକ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଓଭାଲରେ ଖେଳାଯିବ। ଚଳିତ ବର୍ଷ ମୋଟ ୧୦ ଟିମ୍ ବିଶ୍ୱକପରେ ଭାଗ ନେଉଛନ୍ତି। ଭାରତ ତା’ର ଅଭିଯାନ ଜୁନ୍ ୫ ତାରିଖରେ ଆରମ୍ଭ କରିବ। ଭାରତର ପ୍ରଥମ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ସହ ସାଉଥହାମ୍ପଟନର ହାମ୍ପାଶାୟାରରେ ହେବ। […]

india

Ranjit Kumar Jena
  • Published: Monday, 15 April 2019
  • , Updated: 15 April 2019, 09:19 PM IST

ନୂଆଦିଲ୍ଲୀ: ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ମେ' ୩୦ରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁଥିବା ଏହି ମହାକୁମ୍ଭର ପ୍ରଥମ ମ୍ୟାଚ୍ ଆୟୋଜକ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଓଭାଲରେ ଖେଳାଯିବ। ଚଳିତ ବର୍ଷ ମୋଟ ୧୦ ଟିମ୍ ବିଶ୍ୱକପରେ ଭାଗ ନେଉଛନ୍ତି।

ଭାରତ ତା'ର ଅଭିଯାନ ଜୁନ୍ ୫ ତାରିଖରେ ଆରମ୍ଭ କରିବ। ଭାରତର ପ୍ରଥମ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ସହ ସାଉଥହାମ୍ପଟନର ହାମ୍ପାଶାୟାରରେ ହେବ। ସେହିପରି ଜୁନ୍ ୧୬ ତାରିଖରେ ଭାରତ ତା'ର ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ୧୯୮୩ ଓ ୨୦୧୧ର ବିଜେତା ଭାରତ ୨୦୧୯ ବିଶ୍ୱକପରେ ୬ଟି ଭେନ୍ୟୁରେ ୯ଟି ରାଉଣ୍ଡ ରବିନ୍ ମ୍ୟାଚ୍ ଖେଳିବ।

ଜୁନ୍ ୯ ତାରିଖରେ ଭାରତ ତା'ର ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆକୁ, ୧୩ ତାରିଖରେ ନ୍ୟୁଜିଲ୍ୟାଣ୍ଡକୁ, ୨୨ ତାରିଖରେ ଆଫଗାନିସ୍ତାନକୁ, ୨୭ ତାରିଖରେ ୱେଷ୍ଟଇଣ୍ଡିଜକୁ, ୩୦ ତାରିଖରେ ଇଂଲଣ୍ଡକୁ, ଜୁଲାଇ ୨ ତାରିଖରେ ବାଂଲାଦେଶକୁ, ଜୁଲାଇ ୬ ତାରିଖରେ ଶ୍ରୀଲଙ୍କାକୁ ଭେଟିବ।

ଏହା ପରେ ଜୁଲାଇ ୯ ଓ ୧୧ ତାରିଖରେ ସେମିଫାଇନାଲ୍ ଏବଂ ୧୪ରେ ଫାଇନାଲ୍ ମ୍ୟାଚ୍ ଲର୍ଡ୍ସରେ ଅନୁଷ୍ଠିତ ହେବ। ୨୦୧୯ ବିଶ୍ୱକପର ସବୁ ମ୍ୟାଚ୍ ୟୁକେର ୧୧ଟି ସହରରେ ଖେଳାଯିବ। ଏଥିରେ ଲର୍ଡ୍ସ, ଓଭାଲ, ଏଜବାଷ୍ଟନ, ଟ୍ରେଣ୍ଟ ବ୍ରିଜ୍, ଟଣ୍ଟନ, ହେଡିଙ୍ଗଲେ, ଓଲ୍ଡ ଟ୍ରାଫର୍ଡ, ବ୍ରିଷ୍ଟଲ, ସାଉଥହାମ୍ପଟନ୍, କାର୍ଡିଫ୍ ଓ ଚେଷ୍ଟର-ଲି-ଷ୍ଟ୍ରିଟ୍ ସାମିଲ୍ ଅଛି।

ଭାରତର କାର୍ଯ୍ୟସୂଚୀ
ଜୁନ୍ ୫: ବନାମ ଦକ୍ଷିଣ ଆଫ୍ରିକା (ସାଉଥହାମ୍ପଟନ୍), ସମୟ: ଅପରାହ୍ନ ୩ଟା
ଜୁନ୍ ୯: ବନାମ ଅଷ୍ଟ୍ରେଲିଆ (ଓଭାଲ), ଅପରାହ୍ନ ୩ଟା
ଜୁନ୍ ୧୩: ବନାମ ନ୍ୟୁଜିଲ୍ୟାଣ୍ଡ୍ (ନଟିଂହାମ୍), ଅପରାହ୍ନ ୩ଟା
ଜୁନ୍ ୧୬: ବନାମ ପାକିସ୍ତାନ (ମାଞ୍ଚେଷ୍ଟର), ଅପରାହ୍ନ ୩ଟା
ଜୁନ୍ ୨୨: ବନାମ ଆଫଗାନିସ୍ତାନ (ସାଉଥହାମ୍ପଟନ), ଅପରାହ୍ନ ୩ଟା
ଜୁନ୍ ୨୭: ବନାମ ୱେଷ୍ଟଇଣ୍ଡିଜ୍ (ମାଞ୍ଚେଷ୍ଟର), ଅପରାହ୍ନ ୩ଟା
ଜୁନ୍ ୩୦: ବନାମ ଇଂଲଣ୍ଡ (ବର୍ମିଂହାମ), ଅପରାହ୍ନ ୩ଟା
ଜୁଲାଇ ୨: ବନାମ ବାଂଲାଦେଶ (ବର୍ମିଂହାମ), ଅପରାହ୍ନ ୩ଟା
ଜୁଲାଇ ୬: ବନାମ ଶ୍ରୀଲଙ୍କା (ଲିଡ୍ସ), ଅପରାହ୍ନ ୩ଟା

Related story