ପ୍ରବୀଣ ଜିତିଲେ ବ୍ରୋଞ୍ଜ; ପଦକ ସଂଖ୍ୟା ୧୨ରେ ପହଞ୍ଚିଲା

ବୁଏନ୍‌ସ ଆଇରସ: ୟୁଥ୍ ଅଲିମ୍ପିକ୍ସ ଗେମ୍ସରେ ପୁରୁଷ ଟ୍ରିପଲ୍ ଜମ୍ପରେ ଭାରତର ପ୍ରବୀଣ ଚିତ୍ରଭେଲ୍ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହା ସହିତ ଚଳିତ ୟୁଥ୍ ଅଲିମ୍ପିକ୍ସ ଗେମ୍ସରେ ଆଥ୍‌ଲେଟିକ୍ସରେ ପଦକ ଜିତିବାରେ ସେ ହୋଇଛନ୍ତି ଦ୍ୱିତୀୟ ଭାରତୀୟ। ତାଙ୍କ ପୂର୍ବରୁ ସୋମବାର ୫୦୦୦ ମିଟର ରେସ୍ ୱାକ୍‌ରେ ଭାରତର ୧୭ ବର୍ଷୀୟ ସୁରଜ୍ ପନୱର ରୌପ୍ୟ ପଦକ ଜିତିଥିଲେ। ମଙ୍ଗଳବାର ରାତିରେ ଟ୍ରିପଲ୍ ଜମ୍ପ୍ ପ୍ରତିଯୋଗିତାର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବୀଣ ୧୫.୬୮ ମିଟର ଡେଇଁ ପଞ୍ଚମ ସ୍ଥାନରେ […]

praveen

praveen

Jitendra Garnayak
  • Published: Wednesday, 17 October 2018
  • Updated: 17 October 2018, 12:05 PM IST

ବୁଏନ୍‌ସ ଆଇରସ: ୟୁଥ୍ ଅଲିମ୍ପିକ୍ସ ଗେମ୍ସରେ ପୁରୁଷ ଟ୍ରିପଲ୍ ଜମ୍ପରେ ଭାରତର ପ୍ରବୀଣ ଚିତ୍ରଭେଲ୍ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହା ସହିତ ଚଳିତ ୟୁଥ୍ ଅଲିମ୍ପିକ୍ସ ଗେମ୍ସରେ ଆଥ୍‌ଲେଟିକ୍ସରେ ପଦକ ଜିତିବାରେ ସେ ହୋଇଛନ୍ତି ଦ୍ୱିତୀୟ ଭାରତୀୟ।

ତାଙ୍କ ପୂର୍ବରୁ ସୋମବାର ୫୦୦୦ ମିଟର ରେସ୍ ୱାକ୍‌ରେ ଭାରତର ୧୭ ବର୍ଷୀୟ ସୁରଜ୍ ପନୱର ରୌପ୍ୟ ପଦକ ଜିତିଥିଲେ।

ମଙ୍ଗଳବାର ରାତିରେ ଟ୍ରିପଲ୍ ଜମ୍ପ୍ ପ୍ରତିଯୋଗିତାର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବୀଣ ୧୫.୬୮ ମିଟର ଡେଇଁ ପଞ୍ଚମ ସ୍ଥାନରେ ରହିଥିଲେ। ତେବେ ପ୍ରଥମ ପର୍ଯ୍ୟାୟରେ ସେ ଭଲ ପ୍ରଦର୍ଶନ କରିଥିଲେ। ସେହି ପର୍ଯ୍ୟାୟରେ ସେ ୧୫.୮୪ ମିଟର ଡେଇଁ ତୃତୀୟ ସ୍ଥାନରେ ରହିଥିଲେ। ଦୁଇଟି ପର୍ଯ୍ୟାୟରେ ମିଶି ସେ ୩୧.୫୨ ମିଟର ଡେଇଁଥିଲେ ଓ ବ୍ରୋଞ୍ଜ ପଦକ ଜିତି ଥିଲେ।

ଏହି ପ୍ରତିଯୋଗିତାରେ କ୍ୟୁବାର ଆଲେଜାନ୍ଦ୍ରୋ ଡିଏଜ୍ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ଦୁଇଟି ପର୍ଯ୍ୟାୟରେ ମୋଟ ୩୪.୧୮ ମିଟର ଡେଇଁ ଥିଲେ।

ଚଳିତ ୟୁଥ୍ ଅଲିମ୍ପିକ୍ସ ଗେମ୍ସରେ ଭାରତ ଏଯାବତ୍‌ ମୋଟ ୧୨ଟି ପଦକ ହାସଲ କରିଛି। ଏହା ଭିତରେ ରହିଛି ତିନିଟି ସ୍ୱର୍ଣ୍ଣ ପଦକ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ। ପ୍ରବୀଣ ହିଁ ଏଥର ପ୍ରଥମ ବ୍ରୋଞ୍ଜ ଜିତିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos