ୱେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ, ରାହାଣେ ଉପଅଧିନାୟକ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଆଜି ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଜୁଲାଇ-ଅଗଷ୍ଟରେ ଭାରତ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳିବ। ଏହି ଦଳରେ ଆଜିଙ୍କ୍ୟ ରାହାଣେ ଉପ-ଅଧିନାୟକ ଦାୟିତ୍ୱ ନେଇଥିବା ବେଳେ ଦଳର ମଙ୍ଗ ସମ୍ଭାଳିବେ ବିରାଟ କୋହଲି। ପ୍ରକାଶ ଥାଉକି ୨୦୧୪ ମଧ୍ୟ ଭାଗରେ ଭାରତରେ ୱେଷ୍ଟଇଣ୍ଡିଜ୍‌ ଦଳ ଚତୁର୍ଥ ଦିନିକିଆ ଖେଳିବାକୁ ଥିବା ବେଳେ ପେମେଣ୍ଟ ଓ କଣ୍ଟ୍ରାକ୍ଟ କାରଣରୁ ସିରିଜ୍‌ ଅଧାରୁ ସ୍ୱଦେଶ ଫେରିଯାଇଥିଲା। ସେବେଠାରୁ ଦୁଇ […]

Rhane

Rakesh Mallick
  • Published: Monday, 23 May 2016
  • , Updated: 23 May 2016, 10:45 AM IST

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଆଜି ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଜୁଲାଇ-ଅଗଷ୍ଟରେ ଭାରତ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳିବ। ଏହି ଦଳରେ ଆଜିଙ୍କ୍ୟ ରାହାଣେ ଉପ-ଅଧିନାୟକ ଦାୟିତ୍ୱ ନେଇଥିବା ବେଳେ ଦଳର ମଙ୍ଗ ସମ୍ଭାଳିବେ ବିରାଟ କୋହଲି।

ପ୍ରକାଶ ଥାଉକି ୨୦୧୪ ମଧ୍ୟ ଭାଗରେ ଭାରତରେ ୱେଷ୍ଟଇଣ୍ଡିଜ୍‌ ଦଳ ଚତୁର୍ଥ ଦିନିକିଆ ଖେଳିବାକୁ ଥିବା ବେଳେ ପେମେଣ୍ଟ ଓ କଣ୍ଟ୍ରାକ୍ଟ କାରଣରୁ ସିରିଜ୍‌ ଅଧାରୁ ସ୍ୱଦେଶ ଫେରିଯାଇଥିଲା। ସେବେଠାରୁ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ତିକ୍ତତା ଆସିଥିଲା। ଏଥିଯୋଗୁଁ ବିସିସିଆଇ ବହୁ କ୍ଷତିର ସମ୍ମୁଖୀନ ହୋଇଥିଲା।  ଚଳିତବର୍ଷ ପ୍ରଥମାର୍ଦ୍ଧରେ ଏହି ସମସ୍ୟାର ସମାଧାନ ହୋଇଥିଲା। ୨୦୧୪ ପରେ ଦୁଇ ଦେଶ ମଧ୍ୟରେ ପୁଣି ଆରମ୍ଭ ହେଉଥି ଦ୍ୱିପାକ୍ଷିକ ସିରିଜ୍‌ ଆଜି ଦଳ ଘୋଷଣା କରାଯାଇଛି।

ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍‌ କ୍ରିକେଟ ବୋର୍ଡ ପକ୍ଷରୁ ଏପର୍ଯ୍ୟନ୍ତ ଧାର୍ଯ୍ୟ ଦିନ ଓ ଭେନ୍ୟୁ ଘୋଷଣା ହୋଇନାହିଁ।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ମୂରଲି ବିଜୟ, ଶିଖର ଧାୱନ, କେ.ଏଲ ରାହୁଲ, ଚେତ୍ତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ (ଉପ-ଅଧିନାୟକ), ରିଦ୍ଧିମାନ୍‌ ଶାହା, ରବିଚନ୍ଦ୍ରନ୍‌ ଅଶ୍ୱିନ୍, ରବୀନ୍ଦ୍ର ଜାଡେଜା, ଇଶାନ୍ତ ଶର୍ମା, ମହମ୍ମଦ ସାମି, ଭୁବନେଶ୍ୱର କୁମାର, ଉମେଶ ଯାଦବ, ଶାର୍ଦ୍ଦୁଲ୍‌ ଠାକୁର ଓ ଷ୍ଟୁଆର୍ଟ ବିନ୍ନି।

Related story