କରୋନା ଟିକା ବାହାରିବା ପରେ ହିଁ ଖେଳାଯିବ ହକି

ନୂଆଦିଲ୍ଲୀ: ଯେତେଦିନ ଯାଏ ମହାମାରୀ କରୋନାକୁ ମାତ ଦେବା ପାଇଁ କୌଣସି ଟିକା ବା ଭ୍ୟାକସିନ ବାହାରି ନାହିଁ, ସେତେଦିନ ଯାଏ କୌଣସି ପ୍ରକାରର ଅନ୍ତର୍ଜାତୀୟ ହକି ମ୍ୟାଚ୍‌ ଖେଳାଯାଇ ପାରିବ ନାହିଁ। ଭ୍ୟାକସିନ ବାହାରିବା ଯାଏ ସମସ୍ତଙ୍କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ଆଜି ଅନ୍ତର୍ଜାତୀୟ ହକି ମହାସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି। କରୋନା ଲକଡାଉନ ଯୋଗୁ ସବୁ କ୍ରୀଡ଼ା ଭଳି ହକି ଉପରେ ମଧ୍ୟ ତାଲା ପଡ଼ିଛି। ଏହା କେବେ ଆରମ୍ଭ ହେବ, ତା’ର […]

da

Hemant Lenka
  • Published: Wednesday, 20 May 2020
  • , Updated: 20 May 2020, 06:22 PM IST

ନୂଆଦିଲ୍ଲୀ: ଯେତେଦିନ ଯାଏ ମହାମାରୀ କରୋନାକୁ ମାତ ଦେବା ପାଇଁ କୌଣସି ଟିକା ବା ଭ୍ୟାକସିନ ବାହାରି ନାହିଁ, ସେତେଦିନ ଯାଏ କୌଣସି ପ୍ରକାରର ଅନ୍ତର୍ଜାତୀୟ ହକି ମ୍ୟାଚ୍‌ ଖେଳାଯାଇ ପାରିବ ନାହିଁ। ଭ୍ୟାକସିନ ବାହାରିବା ଯାଏ ସମସ୍ତଙ୍କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ଆଜି ଅନ୍ତର୍ଜାତୀୟ ହକି ମହାସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି।

କରୋନା ଲକଡାଉନ ଯୋଗୁ ସବୁ କ୍ରୀଡ଼ା ଭଳି ହକି ଉପରେ ମଧ୍ୟ ତାଲା ପଡ଼ିଛି। ଏହା କେବେ ଆରମ୍ଭ ହେବ, ତା’ର ଉତ୍ତର କାହା ପାଖରେ ନାହିଁ। ହକି ମ୍ୟାଚ୍‌ ଆରମ୍ଭ କରିବା ପୂର୍ବରୁ ୫ଟି ଷ୍ଟେଜକୁ ଅନୁକରଣ କରାଯିବ ବୋଲି ହକି ମହାସଂଘ କହିଛି।

ଷ୍ଟେଜ ୫ରେ ମ୍ୟାଚ୍‌ ଆରମ୍ଭ କରିବାର ଯୋଜନା ରହିଛି। ତେବେ ଏଥିପାଇଁ କରୋନା ଭ୍ୟାକସିନ ବାହାରିବା ସର୍ତ୍ତ ରଖାଯାଇଛି। ମହାସଂଘ ପକ୍ଷରୁ କୁହାଯାଇଛି ଯେ ପ୍ରଥମେ ତାଲିମକୁ ଗୁରୁତ୍ୱ ଦିଆଯିବ।

ବର୍ତ୍ତମାନ ନେଦରଲ୍ୟାଣ୍ତସ ଓ ବେଲଜିୟମରେ ଟ୍ରେନିଂ ଆରମ୍ଭ ହୋଇଛି। ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ଏହା କରାଯାଉଛି। ଏହାପରେ ରିଜୋନାଲ ପ୍ରତିଯୋଗିତା ଆରମ୍ଭ ହେବ। ୩ୟ ଷ୍ଟେଜରେ ପଡ଼ୋଶୀ ରାଷ୍ଟ୍ରକୁ ଗସ୍ତ କରି ମ୍ୟାଚ୍ ସମ୍ପର୍କରେ ବିଚାର କରାଯିବ।

ଟ୍ରାନ୍ସ ଓ କଣ୍ଟିନେଟାଲ ପ୍ରତିଯୋଗିତାକୁ ଏହାପରେ ଆରମ୍ଭ କରାଯିବ। ଶେଷରେ ଭ୍ୟାକସିନ ବାହାରିବା ପରେ ସ୍ୱାଭାବିକ ଭାବେ ଅନ୍ତର୍ଜାତୀୟ ମ୍ୟାଚ୍‌ ଆରମ୍ଭ କରାଯାଇ ପାରିବ। ମ୍ୟାଚ୍‌ ଆରମ୍ଭ ପୂର୍ବରୁ ପ୍ରଥମେ ଖେଳାଳିଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି।

Related story