ଆଇପିଏଲ୍‌ ୧୦: ହାଇଦ୍ରାବାଦ-ଗୁଜରାଟ ଓ ମୁମ୍ବାଇ-କୋଲକାତା ଟକ୍କର୍‌

ହାଇଦ୍ରାବାଦ: ଆଇପିଏଲ୍‌ କ୍ରେଜ୍‌ ସାରା ଦେଶରେ ଏବେ ଦେଖିବାକୁ ମିଳୁଛି। ଆଇପିଏଲ ଦଶମ ସଂସ୍କରଣରେ ୮ଟି ଦଳ ଭାଗ ନେଇଥିବା ବେଳେ ଏହି ପ୍ରତିଯୋଗିତା ପାଖାପାଖି ଦେଢମାସ ଧରି ଚାଲିବ। ଏଥିପାଇଁ କ୍ରିକେଟ୍‌ ପ୍ରେମୀ ମାନେ ନିଜେ ନିଜର ପସନ୍ଦର ଟିମ୍‌ ଓ ଖେଳାଳିଙ୍କୁ ନେଇ ବେସ୍‌ ଉତ୍ସାହିତ। ଚଳିତ ଆଇପିଏଲ୍‌ ଆରମ୍ଭରୁ ହିଁ ପ୍ରତ୍ୟେକ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ରହି ଆସିଛି। ଆଜି ଦୁଇଟି ମ୍ୟାଚ୍‌ ଖେଳାଯାଉଛି। ପ୍ରଥମ ମ୍ୟାଚ୍‌ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମରେ […]

Mi-Vs-kkr_Fotor_Collage

Rakesh Mallick
  • Published: Sunday, 09 April 2017
  • , Updated: 09 April 2017, 06:09 PM IST

ହାଇଦ୍ରାବାଦ: ଆଇପିଏଲ୍‌ କ୍ରେଜ୍‌ ସାରା ଦେଶରେ ଏବେ ଦେଖିବାକୁ ମିଳୁଛି। ଆଇପିଏଲ ଦଶମ ସଂସ୍କରଣରେ ୮ଟି ଦଳ ଭାଗ ନେଇଥିବା ବେଳେ ଏହି ପ୍ରତିଯୋଗିତା ପାଖାପାଖି ଦେଢମାସ ଧରି ଚାଲିବ। ଏଥିପାଇଁ କ୍ରିକେଟ୍‌ ପ୍ରେମୀ ମାନେ ନିଜେ ନିଜର ପସନ୍ଦର ଟିମ୍‌ ଓ ଖେଳାଳିଙ୍କୁ ନେଇ ବେସ୍‌ ଉତ୍ସାହିତ। ଚଳିତ ଆଇପିଏଲ୍‌ ଆରମ୍ଭରୁ ହିଁ ପ୍ରତ୍ୟେକ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ରହି ଆସିଛି।

ଆଜି ଦୁଇଟି ମ୍ୟାଚ୍‌ ଖେଳାଯାଉଛି। ପ୍ରଥମ ମ୍ୟାଚ୍‌ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ ସନରାଇଜର୍ସ୍‌ ହାଇଦ୍ରାବାଦ୍‌ ଓ ଗୁଜରାଟ ଲାୟନ୍ସ ମଧ୍ୟରେ ଖେଳାଯାଉଛି। ଯେଉଁଥିରେ ହାଇଦ୍ରାବାଦ ପ୍ରଥମେ ଟସ୍‌ ଜିତି ଗୁଜରାଟକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ।

ଅନ୍ୟପଟେ ସନ୍ଧ୍ୟା ୮ଟା ସମୟରେ ଆଉ ଗୋଟିଏ ହାଇ ଭୋଲଟେଜ୍‌ ମ୍ୟାଚ୍‌ ଦେଖିବାକୁ ମିଳିବ। ଦୁଇ ଦୁଇ ଥର ଆଇପିଏଲ୍‌ ବିଜେତା ଉଭୟ କୋଲକାତା ଓ ମୁମ୍ବାଇ ମଧ୍ୟରେ ଟକ୍କର ହେବ। ଚଳିତ ଆଇପିଏଲରେ ଉଭୟ ଟିମ୍‌ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳିଛନ୍ତି। ପ୍ରଥମ ମ୍ୟାଚ୍‌ରେ କୋଲକାତା ଗୁଜରାଟ ଠାରୁ ୧୦ ୱିକେଟ୍‌ରେ ଜିତିଥିବା ବେଳେ ମୁମ୍ବାଇ ପ୍ରଥମ ମ୍ୟାଚ୍‌ରେ ପୁନେ ଠାରୁ ପରାଜିତ ହୋଇଥିଲା।

Related story