ବାଜିଲା ବିଗୁଲ୍: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଉଦ୍‌ଘାଟିତ ହେଲା IPL

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଜିଲା ଫଟାଫଟ୍ କ୍ରିକେଟର ବିଗୁଲ୍। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦ୍‌ଘାଟିତ ହୋଇଛି ଇଣ୍ଡିଆନ ପ୍ରିମିୟର ଲିଗ୍‌ର ସିଜନ୍ ଇଲେଭେନ୍। ଉଦଘାଟନୀ ଉତ୍ସବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ  ବହୁ ବଲିଉଡ କଳାକାର ଯୋଗ ଦେଇ ନିଜର ଜଲୱା ଦେଖାଇଛନ୍ତି। ଓ୍ୱାଙ୍ଖଡେ ଷ୍ଟାଡିୟମରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମ ପରେ ରାତି ୮ଟାରେ ଆରମ୍ଭ ହେବ ଆଇପିଏଲ-୧୧ର ପ୍ରଥମ ମ୍ୟାଚ। ଟିମ୍ ପୁରୁଣା ଓ ସାଥୀ ନୂଆ, ଆଉ ନୂଆ ଜୋସରେ ମୈଦାନକୁ ଓହ୍ଲାଇବେ। ନିଜ ଦେଶ ପାଇଁ ଏକାଠି […]

IPL1 (1)

Rakesh Mallick
  • Published: Saturday, 07 April 2018
  • , Updated: 07 April 2018, 07:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଜିଲା ଫଟାଫଟ୍ କ୍ରିକେଟର ବିଗୁଲ୍। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦ୍‌ଘାଟିତ ହୋଇଛି ଇଣ୍ଡିଆନ ପ୍ରିମିୟର ଲିଗ୍‌ର ସିଜନ୍ ଇଲେଭେନ୍। ଉଦଘାଟନୀ ଉତ୍ସବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ  ବହୁ ବଲିଉଡ କଳାକାର ଯୋଗ ଦେଇ ନିଜର ଜଲୱା ଦେଖାଇଛନ୍ତି। ଓ୍ୱାଙ୍ଖଡେ ଷ୍ଟାଡିୟମରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମ ପରେ ରାତି ୮ଟାରେ ଆରମ୍ଭ ହେବ ଆଇପିଏଲ-୧୧ର ପ୍ରଥମ ମ୍ୟାଚ। ଟିମ୍ ପୁରୁଣା ଓ ସାଥୀ ନୂଆ, ଆଉ ନୂଆ ଜୋସରେ ମୈଦାନକୁ ଓହ୍ଲାଇବେ। ନିଜ ଦେଶ ପାଇଁ ଏକାଠି ଖେଳୁଥିଲେ ଏବେ କିନ୍ତୁ ପଡିଆରେ ଲଢିବେ ପରସ୍ପର ବିରୋଧରେ।ଆଜିଠାରୁ ଆରମ୍ଭ ହେଉଥିବା ଆଇପିଏଲ୍ ସିଜନ୍ ଇଲେଭେନରେ ଦେଖିବାକୁ ମିଳିବ ଫଟାଫଟ୍ କ୍ରିକେଟର ରୋମାଞ୍ଚ। ଦେଢ ମାସରୁ ଅଧିକ ସମୟ ଧରି ମୁହାଁମୁହିଁ ହେବେ ଆଇପିଏଲରେ ୮ ଟିମ୍ ୨ ବର୍ଷର ବାସନ୍ଦ ପରେ ଦୁଇ ପୂର୍ବତନ ଚାମ୍ପିୟନ୍ ଚେନ୍ନାଇ ସୁପରକିଙ୍ଗ୍ସ ଓ ରାଜସ୍ଥାନ ରୟଲ୍ସ ଆଇପିଏଲକୁ ଫେରିଛନ୍ତି। ନିଲାମୀ ପରେ ସବୁ ଟିମରେ ବି ହୋଇଛି ଖେଳାଳି  ଅଦଳବଦଳ। ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପରକିଙ୍ଗ୍ସ, ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ  ଛାଡି ଦେଲେ ବାକି ୫ଟି ଟିମରେ କ୍ୟାପଟେନ୍ ବି ବଦଳିଛନ୍ତି। ତେଣୁ ଏଥର ଆଇପିଏଲରେ କ୍ରିକେଟର ଏକ ନୂଆ ରୂପ ଦେଖିବାକୁ ମିଳିବ।

ଉଦ୍‌ଘାଟନୀ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଚେନ୍ନାଇ ସୁପରକିଙ୍ଗ୍ସ। କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ଟିମରେ ବଦଳିଛନ୍ତି ଅଧିକାଂଶ ଖେଳାଳି। ଗତ ୧୦ଟି ସିଜନରେ ଟିମ୍ ସହ ଥିବା ମାହିଙ୍କ ଟ୍ରମ୍ପ କାର୍ଡ ଆର୍. ଅଶ୍ୱିନ୍ ଏବେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବର ନୂଆ କ୍ୟାପଟେନ୍। ସେପଟେ ସୁରେଶ ରାଇନା ଦଳକୁ ଫେରିଥିବା ବେଳେ ଅଲରାଉଣ୍ଡର ସେନ୍ ଓ୍ୱାଟସନ୍ ବି ଅଛନ୍ତି ଟିମରେ। ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ହାତ ଛାଡିବା ପରେ ଭେଟେରାନ୍ ହରଭଜନ୍ ସିଂ ବି ସାମିଲ ହୋଇଛନ୍ତି ଚେନ୍ନାଇ କ୍ୟାମ୍ପରେ। ଏପଟେ ମୁମ୍ବାଇ ଇଣ୍ଡିଆନ୍ସ ସମ୍ପୂର୍ଣ୍ଣ ନିର୍ଭର କରିବ କ୍ୟାପଟେନ୍ ରୋହିତ ଶର୍ମାଙ୍କ ଉପରେ। ତାଙ୍କ ସହ ବିସ୍ଫୋରକ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଏଭିନ୍ ଲୁଇସଙ୍କୁ ନେଇ ଟିମର ବ୍ୟାଟିଂ ଲାଇନ୍ ଅପ୍ ବେଶ୍ ଦୃଢ଼।

Related story