କୁମ୍ବଲେଙ୍କ ଆଇପିଏଲ୍ ଡ୍ରିମ୍ ଟିମରେ ନାହାନ୍ତି ବିରାଟ୍ କୋହଲି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଲେଗ୍ ସ୍ପିନର ଅନୀଲ୍ କୁମ୍ବଲେ ଆଇପିଏଲ୍ ଦ୍ୱାଦଶ ସଂସ୍କରଣରେ ନିଜର ଡ୍ରିମ୍ ଟିମ୍ ଚୟନ କରିଛନ୍ତି। ଚଳିତ ସିଜନରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ କୁମ୍ବଲେ ନିଜ ଟିମରେ ସାମିଲ୍ କରିଛନ୍ତି। ‘ଜମ୍ବୋ’ ନାମରେ ପରିଚିତ କୁମ୍ବଲେ ନିଜ ଟିମରେ ଚାରିଜଣ ବିଦେଶୀ ଖେଳାଳିଙ୍କୁ ମଧ୍ୟ ସାମିଲ୍ କରିଛନ୍ତି। ତେବେ ଆଶ୍ଚର୍ଯ୍ୟକର କଥା ହେଉଛି, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମର କ୍ୟାପଟେନ୍ ବିରାଟ କୋହଲି, ମୁମ୍ବାଇ ଇଣ୍ଡିଆନ୍ସର ରୋହିତ୍ ଶର୍ମା ଓ […]

anil kumble

Hemant Lenka
  • Published: Friday, 10 May 2019
  • , Updated: 10 May 2019, 01:37 PM IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଲେଗ୍ ସ୍ପିନର ଅନୀଲ୍ କୁମ୍ବଲେ ଆଇପିଏଲ୍ ଦ୍ୱାଦଶ ସଂସ୍କରଣରେ ନିଜର ଡ୍ରିମ୍ ଟିମ୍ ଚୟନ କରିଛନ୍ତି। ଚଳିତ ସିଜନରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ କୁମ୍ବଲେ ନିଜ ଟିମରେ ସାମିଲ୍ କରିଛନ୍ତି। 'ଜମ୍ବୋ' ନାମରେ ପରିଚିତ କୁମ୍ବଲେ ନିଜ ଟିମରେ ଚାରିଜଣ ବିଦେଶୀ ଖେଳାଳିଙ୍କୁ ମଧ୍ୟ ସାମିଲ୍ କରିଛନ୍ତି। ତେବେ ଆଶ୍ଚର୍ଯ୍ୟକର କଥା ହେଉଛି, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମର କ୍ୟାପଟେନ୍ ବିରାଟ କୋହଲି, ମୁମ୍ବାଇ ଇଣ୍ଡିଆନ୍ସର ରୋହିତ୍ ଶର୍ମା ଓ ଦିଲ୍ଲୀ କ୍ୟାପିଟାଲ୍ସ ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନଙ୍କ ଭଳି ଷ୍ଟାର୍ ଖେଳାଳିଙ୍କୁ କୁମ୍ବଲେ ନିଜ ଟିମରେ ସ୍ଥାନ ଦେଇନାହାନ୍ତି।

ଆଇପିଏଲରେ ଆରସିବି ପକ୍ଷରୁ ଖେଳିସାରିଥିବା କୁମ୍ବଲେ ନିଜର ଆଇପିଏଲ୍ ଡ୍ରିମ୍ ଟିମର ଅଧିନାୟକ ଭାବେ ଚେନ୍ନାଇ ସୁପର କିଙ୍ଗସର ମହେନ୍ଦ୍ର ସିଂହ ଧୋନିଙ୍କୁ ଚୟନ କରିଛନ୍ତି। କୁମ୍ବଲେ ଓପନିଂ ଦାୟିତ୍ୱ ସନରାଇଜର୍ସ ହାଇଦ୍ରାବାଦର ଡେଭିଡ୍ ୱାଣ୍ଣର ଓ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଟିମର ଲୋକେଶ ରାହୁଲଙ୍କୁ ଦେଇଛନ୍ତି। କଙ୍ଗାରୁ ଟିମର ବ୍ୟାଟ୍ସମ୍ୟାନ୍ ୱାର୍ଣ୍ଣର ଚଳିତ ସଂସ୍କରଣରେ ୧୨ ମ୍ୟାଚ୍ ଖେଳି ୬୯୨ ରନ୍ କରିଛନ୍ତି। ସେହିପରି ରାହୁଲ୍ ୧୪ ମ୍ୟାଚରେ ୫୯୩ ରନ୍ କରିଛନ୍ତି।

କୁମ୍ବଲେ ମିଡିଲ୍ ଅର୍ଡର ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଆୟର୍ ଓ ଋଷଭ ପନ୍ତଙ୍କୁ ମନୋନୀତ କରିଛନ୍ତି। ପଞ୍ଚମ ସ୍ଥାନରେ ଅଧିନାୟକ ଧୋନି ବ୍ୟାଟିଂ କରିବେ। ଏହି ତିନିଜଣ ଖେଳାଳି ଚଳିତ ଆଇପିଏଲରେ ନିଜ ନିଜର ଫ୍ରାଞ୍ଚାଇଜି ପାଇଁ ମ୍ୟାଚ୍ ବିଜୟୀ ପ୍ରଦର୍ଶନ କରିଛନ୍ତି। ଏହାଛଡ଼ା ଅଲରାଉଣ୍ଡରରେ କୋଲକାତା ନାଇଟ୍ ରାଇଡର୍ସର ଆନ୍ଦ୍ରେ ରସେଲ୍ ଓ ମୁମ୍ବାଇ ଇଣ୍ଡିଆନ୍ସର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କୁମ୍ବଲେ ନିଜ ଟିମରେ ସ୍ଥାନ ଦେଇଛନ୍ତି । ଦୁହେଁ ଚଳିତ ଆଇପିଏଲରେ ଉଭୟ ବ୍ୟାଟ୍ ଓ ବଲରେ ଦମଦାର ପ୍ରଦର୍ଶନ କରିଛନ୍ତି।

କୁମ୍ବଲେ ନିଜ ଟିମରେ ଦୁଇଜଣ ସ୍ପିନରଙ୍କୁ ସୁଯୋଗ ଦେଇଛନ୍ତି। ଚେନ୍ନାଇ ସୁପର କିଙ୍ଗସର ଇମ୍ରାନ୍ ତାହିର୍ ଓ ରାଜସ୍ଥାନ ରୟାଲ୍ସର ଶ୍ରେୟସ ଗୋପାଳ କୁମ୍ବଲେଙ୍କ ଟିମରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ଗୋପାଳଙ୍କ ହ୍ୟାଟ୍ରିକ୍ ସଫଳତା ଏବେବି ଫ୍ୟାନଙ୍କ ମନରେ ଜୀବିତ ରହିଥିବା ବେଳେ ୪୦ ବର୍ଷୀୟ ତାହିର୍ ପର୍ପଲ କ୍ୟାପ୍ ଦୌଡ଼ରେ ଅଛନ୍ତି। ଏହାଛଡ଼ା ପେସ୍ ବୋଲିଂ ଦାୟିତ୍ୱ ଦିଲ୍ଲୀ କ୍ୟାପିଟାଲ୍ସର କାଗିସୋ ରବାଡା ଓ ମୁମ୍ବାଇ ଇଣ୍ଡିଆନ୍ସର ଯଶପ୍ରୀତ ବୁମ୍ରାଙ୍କୁ ଦିଆଯାଇଛି।

କୁମ୍ବଲେଙ୍କ ଆଇପିଏଲ୍-୨୦୧୯ ଡ୍ରିମ୍ ଟିମ୍: ଡେଭିଡ୍ ୱାର୍ଣ୍ଣର୍ (ସନରାଇଜର୍ସ ହାଇଦ୍ରାବାଦ), ଲୋକେଶ ରାହୁଲ୍ (କିଙ୍ଗସ୍ ଇଲେଭେନ୍ ପଞ୍ଜାବ), ଶ୍ରେୟସ ଆୟର୍ (ଦିଲ୍ଲୀ କ୍ୟାପିଟାଲ୍ସ), ଋଷଭ ପନ୍ତ (ଦିଲ୍ଲୀ କ୍ୟାପିଟାଲ୍ସ), ମହେନ୍ଦ୍ର ସିଂହ ଧୋନି (ଅଧିନାୟକ/ୱିକେଟକିପର, ଚେନ୍ନାଇ ସୁପର କିଙ୍ଗସ୍), ଆନ୍ଦ୍ରେ ରସେଲ୍ (କୋଲକାତା ନାଇଟ୍ ରାଇଡର୍ସ), ହାର୍ଦ୍ଦିକ ପାଣ୍ଡ୍ୟା (ମୁମ୍ବାଇ ଇଣ୍ଡିଆନ୍ସ), ଶ୍ରେୟସ ଗୋପାଳ (ରାଜସ୍ଥାନ ରୟାଲ୍ସ), ଇମ୍ରାନ୍ ତାହିର୍ (ଚେନ୍ନାଇ ସୁପର କିଙ୍ଗସ୍), କାଗିସୋ ରବାଡା (ଦିଲ୍ଲୀ କ୍ୟାପିଟାଲ୍ସ) ଓ ଯଶପ୍ରୀତ ବୁମ୍ରା (ମୁମ୍ବାଇ ଇଣ୍ଡିଆନ୍ସ)।

Related story