ପ୍ଲେଅଫରୁ ୨୦ କୋଟି ଟଙ୍କା ପାଇବା ଆଶାରେ ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଇପିଏଲର ଦ୍ୱାଦଶ ସଂସ୍କରଣର ପ୍ଲେଅଫ୍ ମ୍ୟାଚର ଟିକେଟ୍ ବିକ୍ରିରେ ୨୦ କୋଟି ଟଙ୍କା ଟଙ୍କାର ଆମଦାନୀ କରିବା ନେଇ ଆଶା ରଖିଛି। ଗ୍ରୁପ୍ ପର୍ଯ୍ୟାୟରେ ଖେଳାଯାଇଥିବା ମ୍ୟାଚର ଟିକେଟରୁ ହେଉଥିବା ଆମଦାନୀ ବିଭିନ୍ନ ଫ୍ରାଞ୍ଚାଇଜିକୁ ଦିଆଯାଇଥାଏ, ତେବେ ଅନ୍ତିମ-୪ ମୁକାବିଲାର ଅର୍ଥ ବୋର୍ଡକୁ ଦିଅଯାଏ। ଆଇପିଏଲ୍-୧୨ର ଫାଇନାଲ୍ ମ୍ୟାଚ୍ ମେ’ ୧୨ ତାରିଖରେ ହେବ, ଯାହା ପୂର୍ବରୁ ପ୍ଲେଅଫ୍ ମ୍ୟାଚ୍ ଖେଳାଯିବ। ବିସିସିଆଇ ଚଳିତ ସଂସ୍କରଣ ପାଇଁ ଜାରି […]

bcci

Hemant Lenka
  • Published: Tuesday, 30 April 2019
  • , Updated: 30 April 2019, 05:27 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଇପିଏଲର ଦ୍ୱାଦଶ ସଂସ୍କରଣର ପ୍ଲେଅଫ୍ ମ୍ୟାଚର ଟିକେଟ୍ ବିକ୍ରିରେ ୨୦ କୋଟି ଟଙ୍କା ଟଙ୍କାର ଆମଦାନୀ କରିବା ନେଇ ଆଶା ରଖିଛି। ଗ୍ରୁପ୍ ପର୍ଯ୍ୟାୟରେ ଖେଳାଯାଇଥିବା ମ୍ୟାଚର ଟିକେଟରୁ ହେଉଥିବା ଆମଦାନୀ ବିଭିନ୍ନ ଫ୍ରାଞ୍ଚାଇଜିକୁ ଦିଆଯାଇଥାଏ, ତେବେ ଅନ୍ତିମ-୪ ମୁକାବିଲାର ଅର୍ଥ ବୋର୍ଡକୁ ଦିଅଯାଏ। ଆଇପିଏଲ୍-୧୨ର ଫାଇନାଲ୍ ମ୍ୟାଚ୍ ମେ' ୧୨ ତାରିଖରେ ହେବ, ଯାହା ପୂର୍ବରୁ ପ୍ଲେଅଫ୍ ମ୍ୟାଚ୍ ଖେଳାଯିବ।

ବିସିସିଆଇ ଚଳିତ ସଂସ୍କରଣ ପାଇଁ ଜାରି କରିଥିବା ବଜେଟରେ ଦର୍ଶାଇଛି ଯେ, ୨୦୧୮ ସଂସ୍କରଣର ଟିକେଟ୍ ବିକ୍ରିଠାରୁ ଏଥର ଅଧିକ ୨ କୋଟି ଟଙ୍କାର ଆମଦାନୀ ହୋଇଛି। ଗତ ଆଇପିଏଲର ଟିକେଟରୁ ବୋର୍ଡକୁ ୧୮ କୋଟି ଟଙ୍କା ମିଳିଥିଲା। ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ ମେ' ୧୨ ତାରିଖରେ ହାଇଦ୍ରାବାଦର ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯିବ।

ଏହାଛଡ଼ା କ୍ୱାଲିଫାୟର-୧ ଚେନ୍ନାଇ ଏବଂ କ୍ୱାଲିଫାୟର୍-୨ ବିଶାଖାପାଟଣାରେ ଆୟୋଜିତ ହେବ। ତାମିଲନାଡୁ କ୍ରିକେଟ୍ ଆସୋସିଏସନ୍ (ଟିଏନସିଏ)କୁ 'ଆଇ, ଜେ ଓ କେ' ଷ୍ଟାଣ୍ଡ୍ ଖୋଲିବା ପାଇଁ ଅନୁମତି ମିଳିନଥିଲା, ଯେଉଁକାରଣରୁ ଫାଇନାଲ୍ ମୁକାବିଲା ହାଇଦ୍ରାବାଦକୁ ସ୍ଥାନାନ୍ତର ହୋଇଥିଲା। ସାଧାରଣତଃ ପ୍ଲେଅଫ୍ ମୁକାବିଲା ଡିଫେଣ୍ଡିଂ ଚାମ୍ପିଅନ୍ ଓ ଫାଇନାଲ୍ ପହଞ୍ଚିଥିବା ଟିମର ହୋମ୍ ଭେନ୍ୟୁରେ ଖେଳାଯାଇଥାଏ, କିନ୍ତୁ କିଛି କାରଣ ଯୋଗୁ ବିସିସିଆଇ ମ୍ୟାଚକୁ ବିଶାଖାପାଟଣାକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲା।

ଚେନ୍ନାଇରେ କ୍ୱାଲିଫାୟର୍-୧ ମ୍ୟାଚ୍ ମେ' ୭ ତାରିଖରେ ଖେଳାଯିବ। ବିଶାଖାପାଟଣାରେ ୮ ଓ ୧୦ ତାରିଖରେ ଏଲିମିନେଟର ଓ କ୍ୱାଲିଫାୟର୍-୨ ମ୍ୟାଚ୍ ଆୟୋଜିତ ହେବ। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି (ସିଓଏ)ର ମୁଖ୍ୟ ବିନୋଦ୍ ରାଏ କହିଥିଲେ, 'ପ୍ଲେଅଫ୍ ମୁକାବିଲାକୁ ସ୍ଥାନାନ୍ତର କରିବାକୁ ପଡ଼ିବ, କାରଣ ଏହି ମ୍ୟାଚର ଟିକେଟ୍ ବିକ୍ରିର ଅଧିକାର ବୋର୍ଡ ପାଖରେ ଅଛି।'

Related story