କୁମ୍ବଲେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ ଲେଗ୍ ସ୍ପିନର୍ ଅନୀଲ କୁମ୍ବଲେ ଆଇପିଏଲ୍ ଫ୍ରାଞ୍ଚାଇଜି କିଙ୍ଗସ୍ ଇଲେଭେନ୍ ପଞ୍ଜାବର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି। ଟେଷ୍ଟରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ୍ ନେଇଥିବା କୁମ୍ବଲେଙ୍କୁ ଗୁରୁବାର ଫ୍ରାଞ୍ଚାଇଜିର ବୈଠକ ପରେ ଏହି ନିଯୁକ୍ତି ଦିଆଯାଇଛି। ଏଥିସହ ୨୦୨୦ ଆଇପିଏଲରେ କୁମ୍ବଲେ ଏକମାତ୍ର ଭାରତୀୟ ଭାବେ କୋଚ୍ ହେବେ। ଚଳିତ ବର୍ଷ ଡିସେମ୍ବର ୧୯ ତାରିଖରେ କୋଲକାତାରେ ହେବାକୁଥିବା ଆଇପିଏଲ୍ ଅକ୍ସନରେ କୁମ୍ବଲେ ପଞ୍ଜାବର ମୁଖ୍ୟ କୋଚ୍ ଭାର ସମ୍ଭାଳିବେ। […]

kumble

Ranjit Kumar Jena
  • Published: Friday, 11 October 2019
  • , Updated: 11 October 2019, 04:21 PM IST

ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ ଲେଗ୍ ସ୍ପିନର୍ ଅନୀଲ କୁମ୍ବଲେ ଆଇପିଏଲ୍ ଫ୍ରାଞ୍ଚାଇଜି କିଙ୍ଗସ୍ ଇଲେଭେନ୍ ପଞ୍ଜାବର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି। ଟେଷ୍ଟରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ୍ ନେଇଥିବା କୁମ୍ବଲେଙ୍କୁ ଗୁରୁବାର ଫ୍ରାଞ୍ଚାଇଜିର ବୈଠକ ପରେ ଏହି ନିଯୁକ୍ତି ଦିଆଯାଇଛି। ଏଥିସହ ୨୦୨୦ ଆଇପିଏଲରେ କୁମ୍ବଲେ ଏକମାତ୍ର ଭାରତୀୟ ଭାବେ କୋଚ୍ ହେବେ। ଚଳିତ ବର୍ଷ ଡିସେମ୍ବର ୧୯ ତାରିଖରେ କୋଲକାତାରେ ହେବାକୁଥିବା ଆଇପିଏଲ୍ ଅକ୍ସନରେ କୁମ୍ବଲେ ପଞ୍ଜାବର ମୁଖ୍ୟ କୋଚ୍ ଭାର ସମ୍ଭାଳିବେ।

ଏହା ପୂର୍ବରୁ କୁମ୍ବଲେ ଚାରିଥରର ଆଇପିଏଲ୍ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଟିମର ମେଣ୍ଟର୍ ଭାବେ ରହିଥିଲେ। ୨୦୧୩ରେ କୁମ୍ବଲେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ହାତଛାଡ଼ି ମୁମ୍ବାଇ ଟିମ୍ ସହ ଯୋଗଦେଇଥିଲେ ଏବଂ ସେହି ବର୍ଷ ମୁମ୍ବାଇ ତା'ର ପ୍ରଥମ ଆଇପିଏଲ୍ ଟାଇଟଲ୍ ମଧ୍ୟ ଜିତିଥିଲା।

୨୦୧୭ରେ କୁମ୍ବଲେ ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଥିଲେ। କ୍ୟାପଟେନ୍ ବିରାଟ୍ କୋହଲିଙ୍କ ସହ ମନାନ୍ତର କାରଣରୁ କୁମ୍ବଲେ କୋଚ୍ ପଦ ଛାଡ଼ିଥିବା କୁହାଯାଉଛି। ୨୦୧୭ରେ ଇଂଲଣ୍ଡରେ ଆୟୋଜିତ ଚାମ୍ପିୟନ୍ସ ଟ୍ରଫି ସମୟରେ କୁମ୍ବଲେ ଓ କୋହଲି ପରସ୍ପର ସହ କଥାବାର୍ତ୍ତା ମଧ୍ୟ ହେଉନଥିବା ଚର୍ଚ୍ଚା ହୋଇଥିଲା। ଏପରିକି ଏହି କିମ୍ବଦନ୍ତୀ ବୋଲର ଭାରତୀୟ ଟିମ୍ ସହ ୱେଷ୍ଟଇଣ୍ଡିଜ୍ ଗସ୍ତ କରିନଥିଲେ। ଏହା ପରେ କୁମ୍ବଲେ ନିଜ ପଦ ଛାଡ଼ିଥିଲେ ଏବଂ ତାଙ୍କ ସ୍ଥାନରେ ରବି ଶାସ୍ତ୍ରୀଙ୍କୁ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଥିଲା।

Related story