ଡିସେମ୍ବର ୧୯ରେ ଆଇପିଏଲ୍ ଅକ୍ସନ୍

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ପରବର୍ତ୍ତୀ ସଂସ୍କରଣ ପାଇଁ ଖେଳାଳିଙ୍କ ନିଲାମ ପ୍ରଥମଥର ପାଇଁ କୋଲକାତାରେ ଡିସେମ୍ବର ୧୯ ତାରିଖରେ ହେବ। ପଶ୍ଚିମବଙ୍ଗର ରାଜଧାନୀ କୋଲକାତା, ବଲିଉଡ୍ ଷ୍ଟାର୍ ଶାହରୁଖ ଖାନଙ୍କ କୋଲକାତା ନାଇଟ୍ ରାଇଡର୍ସ ଟିମର ଆୟୋଜକ ସହର। ଏପର୍ଯ୍ୟନ୍ତ ଅଧିକାଂଶ ସଂସ୍କରଣର ଖେଳାଳି ନିଲାମ ବେଙ୍ଗାଲୁରୁରେ ଆୟୋଜିତ ହେଉଥିଲା। ଖେଳାଳିଙ୍କ ‘ଟ୍ରେଡିଂ ୱିଣ୍ଡୋ’ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଖୋଲା ରହିଛି। ଏହା ମଧ୍ୟରେ ଟିମଗୁଡ଼ିକ ନିଜ ଖେଳାଳିଙ୍କ ଅଦଳବଦଳ କରିବା ବ୍ୟତୀତ […]

ipl-2020

Ranjit Kumar Jena
  • Published: Tuesday, 01 October 2019
  • , Updated: 01 October 2019, 06:00 PM IST

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ପରବର୍ତ୍ତୀ ସଂସ୍କରଣ ପାଇଁ ଖେଳାଳିଙ୍କ ନିଲାମ ପ୍ରଥମଥର ପାଇଁ କୋଲକାତାରେ ଡିସେମ୍ବର ୧୯ ତାରିଖରେ ହେବ। ପଶ୍ଚିମବଙ୍ଗର ରାଜଧାନୀ କୋଲକାତା, ବଲିଉଡ୍ ଷ୍ଟାର୍ ଶାହରୁଖ ଖାନଙ୍କ କୋଲକାତା ନାଇଟ୍ ରାଇଡର୍ସ ଟିମର ଆୟୋଜକ ସହର। ଏପର୍ଯ୍ୟନ୍ତ ଅଧିକାଂଶ ସଂସ୍କରଣର ଖେଳାଳି ନିଲାମ ବେଙ୍ଗାଲୁରୁରେ ଆୟୋଜିତ ହେଉଥିଲା।

ଖେଳାଳିଙ୍କ 'ଟ୍ରେଡିଂ ୱିଣ୍ଡୋ' ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଖୋଲା ରହିଛି। ଏହା ମଧ୍ୟରେ ଟିମଗୁଡ଼ିକ ନିଜ ଖେଳାଳିଙ୍କ ଅଦଳବଦଳ କରିବା ବ୍ୟତୀତ ନିଜ ଖେଳାଳିଙ୍କୁ ଅନ୍ୟ ଟିମକୁ ମଧ୍ୟ ବିକ୍ରି କରିପାରିବେ। ଫ୍ରାଞ୍ଚାଇଜିଙ୍କୁ ନିଲାମର ସୂଚନା ସୋମବାର ଦିଆଯାଇଥିଲା। ପୂର୍ବରୁ ପ୍ରତି ଫ୍ରାଞ୍ଚାଇଜିକୁ ଆଇପିଏଲ୍ ନିଲାମ ପାଇଁ ୮୨ କୋଟି ଟଙ୍କା ଦିଆଯାଇଥିଲା, ହେଲେ ୨୦୨୦ ସଂସ୍କରଣ ପାଇଁ ଏହି ରାଶି ୮୫ କୋଟି କରାଯାଇଛି।

୨୦୨୦ ପାଇଁ ଫ୍ରାଞ୍ଚାଇଜିମାନଙ୍କୁ ନିଜ ନିଜର ଟିମ୍ ପ୍ରସ୍ତୁତ କରିବା ପାଇଁ ୮୫ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା। ପ୍ରତି ଫ୍ରାଞ୍ଚାଇଜି ପାଖରେ ତିନି କୋଟି ଟଙ୍କାର ଅତିରିକ୍ତ ଅର୍ଥରାଶି ବ୍ୟତୀତ ଗତ ସଂସ୍କରଣର ବଳକା ରାଶି ମଧ୍ୟ ରହିବ। ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ସର୍ବାଧିକ ୮.୨ କୋଟି ଟଙ୍କା ରହିଥିବା ବେଳେ ରାଜସ୍ଥାନ ରୟାଲ୍ସ ପାଖରେ ୭.୧୫ କୋଟି ଏବଂ କୋଲକାତା ନାଇଟ୍ ରାଇଡର୍ସ ପାଖରେ ୬.୦୫ କୋଟି ଟଙ୍କା ରହିଛି। ଆସନ୍ତାବର୍ଷ ଫ୍ରାଞ୍ଚାଇଜି ଭାଙ୍ଗିବା ପୂର୍ବରୁ ଚଳିତ ବର୍ଷ ହେବାକୁଥିବା ନିଲାମ ଶେଷ ହେବ। ଏହା ପରେ ୨୦୨୧ ପାଇଁ ଟିମର ନୂଆ ନିଲାମ ହେବ। ଏହି ବ୍ୟୟବହୁଳ ଲିଗର ଆୟୋଜନ ପ୍ରତିବର୍ଷ ଅପ୍ରେଲ ଓ ମେ' ମାସରେ ଆୟୋଜିତ ହେବ।

ଫ୍ରାଞ୍ଚାଇଜିଙ୍କ ପାଖରେ ଥିବା ବଳକା ଅର୍ଥ

ଚେନ୍ନାଇ ସୁପର୍ କିଙ୍ଗସ୍- ୩.୨ କୋଟି, ଦିଲ୍ଲୀ କ୍ୟାପିଟାଲ୍ସ- ୭.୭ କୋଟି, କିଙ୍ଗସ୍ ଇଲେଭେନ୍ ପଞ୍ଜାବ- ୩.୭ କୋଟି, କୋଲକାତା ନାଇଟ୍ ରାଇଡର୍ସ- ୬.୦୫ କୋଟି, ମୁମ୍ବାଇ ଇଣ୍ଡିଆନ୍ସ- ୩.୩୫ କୋଟି, ରାଜସ୍ଥାନ ରୟାଲ୍ସ- ୭.୧୫ କୋଟି, ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର- ୧.୮୦ କୋଟି, ସନରାଇଜର୍ସ ହାଇଦ୍ରାବାଦ- ୫.୩୦ କୋଟି।

Related story