ଆଜି ସୁପର କିଙ୍ଗସ୍ ବନାମ୍ ଦିଲ୍ଲୀ କ୍ୟାପିଟାଲ୍ ଲଢେଇ

ନୂଆଦିଲ୍ଲୀ: ସୁପର ଓଭରରେ କିଙ୍ଗସ ଇଲେଭେନ୍ ଠାରୁ ଜିତିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଆଦି ତାର ଦ୍ୱିତୀୟ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ। ରୟାଲସ ଦ୍ୱାରା ଧୁମ୍ ଧୂଲେଇ ହୋଇଥିବା ଚେନ୍ନାଇ ବୋଲିଂଶକ୍ତି ପାଇଁ ଆଜି ପୁଣି ଏସିଡ୍ ଟେଷ୍ଟ ହେବ। ଜାଡେଜା, ଚାୱଲା ଓ ଚହର ଲୟକୁ ନଫେରିଲେ କ୍ୟାପିଟାଲସର ଯୁବବାହିନୀ ଫାଇଦାରେ ରହିବେ। ସେପଟେ ରବି ଅଶ୍ୱିନଙ୍କ ଆହତ ସମସ୍ୟା କ୍ୟାପିଟାଲସର ଚିନ୍ତା ବଢା଼ଇ ଦେଇଛି। ଇଶାନ୍ତ ଶର୍ମା ବି ଆହତ କାରଣରୁ ଆଜି […]

6nm6-

Tapas Behera
  • Published: Friday, 25 September 2020
  • , Updated: 25 September 2020, 02:02 PM IST

ନୂଆଦିଲ୍ଲୀ: ସୁପର ଓଭରରେ କିଙ୍ଗସ ଇଲେଭେନ୍ ଠାରୁ ଜିତିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଆଦି ତାର ଦ୍ୱିତୀୟ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ। ରୟାଲସ ଦ୍ୱାରା ଧୁମ୍ ଧୂଲେଇ ହୋଇଥିବା ଚେନ୍ନାଇ ବୋଲିଂଶକ୍ତି ପାଇଁ ଆଜି ପୁଣି ଏସିଡ୍ ଟେଷ୍ଟ ହେବ। ଜାଡେଜା, ଚାୱଲା ଓ ଚହର ଲୟକୁ ନଫେରିଲେ କ୍ୟାପିଟାଲସର ଯୁବବାହିନୀ ଫାଇଦାରେ ରହିବେ। ସେପଟେ ରବି ଅଶ୍ୱିନଙ୍କ ଆହତ ସମସ୍ୟା କ୍ୟାପିଟାଲସର ଚିନ୍ତା ବଢା଼ଇ ଦେଇଛି। ଇଶାନ୍ତ ଶର୍ମା ବି ଆହତ କାରଣରୁ ଆଜି ପଡ଼ିଆକୁ ନଓହ୍ଲାଇ ପାରନ୍ତି। ଅଭିଜ୍ଞତାରେ ଭରପୂର ଚେନ୍ନାଇକୁ ଲଗାମ୍ ଦେବାକୁ ହେଲେ ହେଡ୍ କୋଚ୍ ରିକି ପଣ୍ଟିଂଙ୍କୁ ନିଜ କ୍ରିକେଟ୍ ମୁଣ୍ଡରୁ ଭିନ୍ନ ଯୋଜନା କରିବାକୁ ହେବ।

ପୃଥ୍ୱୀ ଶ ଓ ଶିଖର ଧୱନ୍ ଶୀଘ୍ର ଫର୍ମକୁ ଫେରିବା ହିଁ ଦଳ ପାଇଁ ଲାଭଦାୟକ ହେବ। ଗତ ମ୍ୟାଚ ଭଳି ମାର୍କସ ଷ୍ଟୋଇନିସଙ୍କ ଠାରୁ ମଧ୍ୟ ପଣ୍ଟିଂ ସମାନ ପ୍ରଦର୍ଶନ ଆଶା କରିବେ। ନେପାଳ ସ୍ପିନ୍ ୱିଜାର୍ଡ ସନ୍ଦୀପ ଲାମିଚାନେ ଚୂଡ଼ାନ୍ତ ଏକାଦଶକୁ ଆସିବାର ସମ୍ଭାବନା ରହିଛି।

ଏପଟେ ନିଜ ବ୍ୟାଟିଂ ଅର୍ଡରକୁ ନେଇ ଅଙ୍ଗୁଳି ଉଠିବା ପରେ କ୍ୟାପଟେନ୍ କୁଲ୍ ଆଜିର ମ୍ୟାଚରେ ନିଜକୁ ପଦୋନ୍ନତି ଦେବାର ସମ୍ଭାବନା ରହିଛି। ଋତୁରାଜ ଗାଏକୱାର୍ଡ଼, କେଦାର ଯାଦବ ଓ ମୁରଲୀ ବିଜୟଙ୍କ ସ୍କୋରିଂ ଉପରେ ମଧ୍ୟ ଚେନ୍ନାଇ ଥିଙ୍କ ଟ୍ୟାଙ୍କ୍ ନଜର ରଖିବ। ବୟସ୍କ ଖେଳାଳିଙ୍କ ଦଳ କୁହାଯାଉଥିବା ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟ ଏହାର ବୋଲିଂ ବିବିଧତା ଓ ବ୍ୟାଟିଂ ଗଭୀରତାର ପୁନଃ ପରୀକ୍ଷା ଦେବ।

Related story