ଏପ୍ରିଲ୍ ୧୫ ପରେ ଆଇପିଏଲ୍ ଭାଗ୍ୟ ନିର୍ଦ୍ଧାରଣ ହେବ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି-୨୦ ଲିଗ୍ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ୧୩ଶ ସଂସ୍କରଣକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି। ଟୁର୍ଣ୍ଣାମେଣ୍ଟ ପୁଣିଥରେ ଆରମ୍ଭ ହେବ କି ନାହିଁ, ତାହା ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। କିନ୍ତୁ କ୍ରୀଡ଼ା ମନ୍ତ୍ରୀ କିରନ୍ ରିଜିଜୁ ଗୁରୁବାର ସ୍ପଷ୍ଟ କରିଛନ୍ତି ଯେ ଆଇପିଏଲର ୧୩ଶ ସଂସ୍କରଣର ନିଷ୍ପତ୍ତି ଏପ୍ରିଲ୍ ୧୫ ତାରିଖ ପରେ ନିଆଯିବ। ସାରା ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଥିବା କରୋନା ଭାଇରସର […]

rijju

Ranjit Kumar Jena
  • Published: Thursday, 19 March 2020
  • , Updated: 19 March 2020, 09:16 PM IST

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି-୨୦ ଲିଗ୍ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ୧୩ଶ ସଂସ୍କରଣକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି। ଟୁର୍ଣ୍ଣାମେଣ୍ଟ ପୁଣିଥରେ ଆରମ୍ଭ ହେବ କି ନାହିଁ, ତାହା ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। କିନ୍ତୁ କ୍ରୀଡ଼ା ମନ୍ତ୍ରୀ କିରନ୍ ରିଜିଜୁ ଗୁରୁବାର ସ୍ପଷ୍ଟ କରିଛନ୍ତି ଯେ ଆଇପିଏଲର ୧୩ଶ ସଂସ୍କରଣର ନିଷ୍ପତ୍ତି ଏପ୍ରିଲ୍ ୧୫ ତାରିଖ ପରେ ନିଆଯିବ। ସାରା ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଥିବା କରୋନା ଭାଇରସର ପରିସ୍ଥିତିକୁ ଦୃଷ୍ଟିରେ ରଖି କ୍ରୀଡ଼ା ମନ୍ତ୍ରଣାଳୟ ଏପ୍ରିଲ୍ ୧୫ ତାରିଖ ପରେ ନୂଆ ଆଡଭାଇଜରୀ ଜାରି କରିବ।

ତେବେ ଆଇପିଏଲକୁ ନେଇ କ୍ରୀଡ଼ାମନ୍ତ୍ରୀ ରିଜିଜୁ କହିଛନ୍ତି, କ୍ରିକେଟ୍ ମାମଲାରେ କୌଣସି ନିଷ୍ପତ୍ତି ବିସିସିଆଇ ନେବ। ଏହି ମହାମାରୀର ପ୍ରଭାବ ସିଧାସଳଖ ଦେଶର ନାଗରିକଙ୍କ ଉପରେ ପଡ଼ିବ। ଯଦି କ୍ରିକେଟ୍ ବଦଳରେ ଅଲିମ୍ପିକ୍ସ କଥା ଉଠିଥାନ୍ତା, ତାହେଲେ ଆମେ ହସ୍ତକ୍ଷେପ କରିଥାନ୍ତୁ। କିନ୍ତୁ ଏଠି କେବଳ ଏକ ସ୍ପୋର୍ଟିଂ ଟୁର୍ଣ୍ଣାମେଣ୍ଟ କଥା ଉଠୁନାହିଁ ବରଂ ଏହା ନାଗରିକଙ୍କ ସୁରକ୍ଷାର ପ୍ରଶ୍ନର କଥା। କୌଣସି ଏକ ଟୁର୍ଣ୍ଣାମେଣ୍ଟରେ ହଜାର ହଜାର ସଂଖ୍ୟକ ଦର୍ଶକ ଆସନ୍ତି। ଏଥିପାଇଁ ଏହା କେବଳ କ୍ରୀଡ଼ା ସଂଘ ଓ ଖେଳାଳିଙ୍କ କଥା ନୁହେଁ, ବରଂ ସବୁ ନାଗରିକଙ୍କ ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ।" ବର୍ତ୍ତମାନ ଏପ୍ରିଲ୍ ୧୫ ଯାଏ ସମସ୍ତ ଟୁର୍ଣ୍ଣାମେଣ୍ଟକୁ ବାତିଲ୍ କରାଯାଇଛି, ଯେଉଁଥିରେ ସିଲେକ୍ସନ୍ ଟ୍ରାୟଲ୍ସ ମଧ୍ୟ ସାମିଲ୍ ଅଛି। ଯେଉଁଠି କ୍ରିକେଟ୍ କଥା ଉଠୁଛି, ଏହା ଉପରେ ସବୁ ନିଷ୍ପତ୍ତି ବିସିସିଆଇ ଉପରେ ନିର୍ଭରଶୀଳ।

ସୂଚନାଯୋଗ୍ୟ, ମାର୍ଚ୍ଚ ୧୨ ତାରିଖରେ କ୍ରୀଡ଼ା ମନ୍ତ୍ରଣାଳୟ ଦେଶର ସବୁ ସ୍ପୋର୍ଟିଂ ଇଭେଣ୍ଟକୁ ବାତିଲ୍ କରିବା ନେଇ ଘୋଷଣା କରିଥିଲେ। ଯଦି କୌଣସି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୁଏ, ତାହେଲେ ଏହା ବନ୍ଦ ଦ୍ୱାରା କିମ୍ବା ଖାଲି ଷ୍ଟାଡିୟମରେ ଖେଳାଯିବ। କ୍ରୀଡ଼ା ମନ୍ତ୍ରଣାଳୟର ଏହି ଘୋଷଣା ପରେ ବିସିସିଆଇ ମଧ୍ୟ ସମସ୍ତ ପ୍ରକାରର କ୍ରିକେଟ୍ ଉପରେ ରୋକ୍ ଲଗାଇଥିଲା। ପ୍ରଥମେ ବିସିସିଆଇ ଆଇପିଏଲକୁ ସସପେଣ୍ଡ୍ କରିବାକୁ ନିଷ୍ପତ୍ତି ନେଇଥିଲେ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଆଇପିଏଲ୍ ମାର୍ଚ୍ଚ ୨୯ ତାରିଖରେ ଆରମ୍ଭ ହେବାର ଥିଲା। ଏହା ପରେ ବିସିସିଆଇ ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜକୁ ବାତିଲ୍ କରିଥିବା ବେଳେ ସମସ୍ତ ଘରୋଇ ଟୁର୍ଣ୍ଣାମେଣ୍ଟକୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରିବାକୁ ଘୋଷଣା କରିଥିଲା। ତେବେ କେନ୍ଦ୍ର ସରକାରଙ୍କ ପଦକ୍ଷେପଠାରୁ ଦିଲ୍ଲୀ ସରକାର ଗୋଟିଏ ପାଦ ଆଗରେ ରହିଥିଲା। ଦିଲ୍ଲୀ ସରକାର ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଆଇପିଏଲ୍ ମ୍ୟାଚ୍ ଉପରେ ପ୍ରତିବନ୍ଧ ଲଗାଇଥିଲେ। ଆଇପିଏଲ୍ ସ୍ଥଗିତ ହେବା ଦ୍ୱାରା ଉଭୟ ବିସିସିଆଇ ଓ ଫ୍ରାଞ୍ଚାଇଜିଙ୍କୁ କୋଟି କୋଟି ଟଙ୍କାର କ୍ଷତି ହୋଇଛି। ଏହା ସତ୍ତ୍ୱେ ଫ୍ରାଞ୍ଚାଇଜିମାନେ ସେସବୁ କ୍ଷତିକୁ ସହିବାକୁ ପ୍ରସ୍ତୁତ ହୋଇଛନ୍ତି।

Related story