ମେ' ୨୪ରେ ଆଇପିଏଲ୍‌-୨୦୨୦ ଫାଇନାଲ୍‌

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗର ପରବର୍ତ୍ତୀ ସଂସ୍କରଣର ଶୁଭାରମ୍ଭ ମୁମ୍ବାଇରେ ମାର୍ଚ୍ଚ ୨୯ ତାରିଖରେ ହେବ। ସେହିପରି ଫାଇନାଲ୍ ମ୍ୟାଚ୍ ମେ’ ୨୪ ତାରିଖରେ ଖେଳାଯିବ। ଆଇପିଏଲର ଏହି ସଂସ୍କରଣ ମୋଟ ୫୭ଦିନ ଧରି ଚାଲିବ। ଏହାର ଅର୍ଥ ବ୍ରଡକାଷ୍ଟର୍ସ ଅନୁଯାୟୀ କୌଣସି ଦିନରେ ଦୁଇଟି ମ୍ୟାଚ୍ ହେବ ନାହିଁ। ଏପରିକି ମ୍ୟାଚ୍ ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ପ୍ରତି ମ୍ୟାଚ୍ ସାଢ଼େ ୭ଟା ବେଳେ ଆରମ୍ଭ ହେବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏହି […]

ipl

ipl

Ranjit Kumar Jena
  • Published: Tuesday, 07 January 2020
  • Updated: 07 January 2020, 08:47 PM IST

Sports

Latest News

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗର ପରବର୍ତ୍ତୀ ସଂସ୍କରଣର ଶୁଭାରମ୍ଭ ମୁମ୍ବାଇରେ ମାର୍ଚ୍ଚ ୨୯ ତାରିଖରେ ହେବ। ସେହିପରି ଫାଇନାଲ୍ ମ୍ୟାଚ୍ ମେ' ୨୪ ତାରିଖରେ ଖେଳାଯିବ। ଆଇପିଏଲର ଏହି ସଂସ୍କରଣ ମୋଟ ୫୭ଦିନ ଧରି ଚାଲିବ। ଏହାର ଅର୍ଥ ବ୍ରଡକାଷ୍ଟର୍ସ ଅନୁଯାୟୀ କୌଣସି ଦିନରେ ଦୁଇଟି ମ୍ୟାଚ୍ ହେବ ନାହିଁ। ଏପରିକି ମ୍ୟାଚ୍ ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ପ୍ରତି ମ୍ୟାଚ୍ ସାଢ଼େ ୭ଟା ବେଳେ ଆରମ୍ଭ ହେବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

ଏହି ସୂତ୍ର ଅନୁଯାୟୀ, "ବର୍ତ୍ତମାନ ସମ୍ପୂର୍ଣ୍ଣ କ୍ରୀଡ଼ାସୂଚୀ ପ୍ରସ୍ତୁତ ହୋଇନାହିଁ, କିନ୍ତୁ ମେ' ୨୪ ତାରିଖରେ ଫାଇନାଲ୍ ହେବା ଏକପ୍ରକାର ନିଶ୍ଚିତ ଏବଂ ଏହାର ଶୁଭାରମ୍ଭ ମାର୍ଚ୍ଚ ୨୯ ତାରିଖରୁ ହେବ। ଏଥିସହ ଏଥର ଆଇପିଏଲ୍ ପାଇଁ ୪୫ ଦିନରୁ ଅଧିକ ସମୟ ରହିବ। ଏଭଳି ସ୍ଥିତିରେ ଗୋଟିଏ ଦିନରେ ଗୋଟିଏ ମ୍ୟାଚ୍ କରାଇବାରେ କୌଣସି ସମସ୍ୟା ହେବ ନାହିଁ।"

ସୂତ୍ରରେ ଆହୁରି କୁହାଯାଇଛି ଯେ, "ଟିଆରପି ଏକ ବଡ଼ ମାମଲା। ଗତ ସଂସ୍କରଣରେ ମ୍ୟାଚ୍ ବହୁତ ବିଳମ୍ବରେ ଶେଷ ହୋଇଥିଲା। ଏହା ସେହି ଲୋକଙ୍କ ପାଇଁ ସମସ୍ୟା ହୋଇଥାଏ, ଯେଉଁମାନେ ଷ୍ଟାଡିୟମକୁ ମ୍ୟାଚ୍ ଦେଖିବା ପାଇଁ ଆସନ୍ତି। ସେହି ଲୋକମାନଙ୍କୁ ବିଳମ୍ବିତ ରାତିରେ ଘରକୁ ଯିବା ପାଇଁ ମଧ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଥର ଅନେକ ଆଲୋଚନ ହୋଇଛି ଏବଂ ଚଳିତ ସଂସ୍କରଣରେ ମ୍ୟାଚ୍ ସାଢ଼େ ୭ଟା ବେଳକୁ ଆରମ୍ଭ କରାଯାଇପାରେ।"

ଜଣେ ଫ୍ରାଞ୍ଚାଇଜି ଅଧିକାରୀ କହିଛନ୍ତି, "ଯଦି ଆପଣ ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁ ଭଳି କୌଣସି ମହାନଗରରେ ରହୁଛନ୍ତି, ତାହେଲେ ଆପଣଙ୍କୁ ଟ୍ରାଫିକର ସମସ୍ୟାର ସମ୍ମୁଖୀନ ହେବା ପଡ଼ିଥାଏ। ଏଭଳି ସ୍ଥିତିରେ ଜଣେ ଅଫିସରୁ ୬ଟା ବେଳେ ବାହାରି ନିଜ ପରିବାର ସହ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଷ୍ଟାଡିୟମ ପହଞ୍ଚିପାରିବ କି? ମ୍ୟାଚ୍ ଆରମ୍ଭ କରିବାର ସମୟ ବଦଳିବା ପୂର୍ବରୁ ପ୍ରଥମେ ଏହା ଉପରେ ବିଚାର କରାଯିବା ଦରକାର।"

ଡବଲ୍ ହେଡର୍ ସମ୍ବନ୍ଧରେ ଫ୍ରାଞ୍ଚାଇଜି ପକ୍ଷରୁ କୁହାଯାଇଛି ଯେ, "ବ୍ରଡକାଷ୍ଟର୍ସ ଅପରାହ୍ଣ ୪ଟା ବେଳର ମ୍ୟାଚକୁ ନେଇ ଅଧିକ ଉତ୍ସାହିତ ନଥିଲେ। ଏହାଛଡ଼ା ଏହି ସମୟରେ ମ୍ୟାଚ୍ ହେବା ଦ୍ୱାରା ଫ୍ରାଞ୍ଚାଇଜିର ରେଭିନ୍ୟୁ ଉପରେ ମଧ୍ୟ ପ୍ରଭାବ ପଡ଼ୁଥିଲା। ତେଣୁ ଏସବୁକୁ ଦୃଷ୍ଟିରେ ରଖି ଡବଲ୍ ହେଡର୍ ମ୍ୟାଚ୍ ନକରାଇବାକୁ ବ୍ରଡକାଷ୍ଟର୍ସ ନିଷ୍ପତ୍ତି ନେଇଛି।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos