କରୋନା ପ୍ରଭାବ: ଆଇପିଏଲ୍ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ

ମୁମ୍ବାଇ: ମହାମାରୀ କରୋନା ଭାଇରସର ପ୍ରଭାବ ଏବେ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ଉପରେ ପଡ଼ିଛି। କରୋନା କାରଣରୁ ଆଇପିଏଲକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଇପିଏଲର ୧୩ଶ ସଂସ୍କରଣ ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହେବାର ଥିଲା। କିନ୍ତୁ ପ୍ରତି ଟିମର ମାଲିକଙ୍କ ପ୍ରସ୍ତାବକ୍ରମେ ଏହି ଟି-୨୦ ଲିଗକୁ କିଛି ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି। ୱାର୍ଲ୍ଡ ହେଲଥ […]

ipl-2020

Ranjit Kumar Jena
  • Published: Friday, 13 March 2020
  • , Updated: 13 March 2020, 03:38 PM IST

ମୁମ୍ବାଇ: ମହାମାରୀ କରୋନା ଭାଇରସର ପ୍ରଭାବ ଏବେ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ଉପରେ ପଡ଼ିଛି। କରୋନା କାରଣରୁ ଆଇପିଏଲକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଇପିଏଲର ୧୩ଶ ସଂସ୍କରଣ ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହେବାର ଥିଲା। କିନ୍ତୁ ପ୍ରତି ଟିମର ମାଲିକଙ୍କ ପ୍ରସ୍ତାବକ୍ରମେ ଏହି ଟି-୨୦ ଲିଗକୁ କିଛି ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି।

ୱାର୍ଲ୍ଡ ହେଲଥ ଅର୍ଗାନାଇଜେସନ୍ (ଡବ୍ଲ୍ୟୁଏଚଓ) ଏହି ଭୟଙ୍କର କରୋନାକୁ ମହାମାରୀ ଘୋଷିତ କରିଛି। ଭାରତରେ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ବିଦେଶୀ ଭିସା ଉପରେ ପ୍ରତିବନ୍ଧ ଲଗାଯାଇଛି । ତେଣୁ ଏଭଳି ସ୍ଥିତିରେ ଆଇପିଏଲରେ ବିଦେଶୀ ଖେଳାଳିଙ୍କ ସାମିଲ୍ ହେବା ଅସମ୍ଭବ ହେବ। ରିପୋର୍ଟ ଅନୁଯାୟୀ, ଏହା ପୂର୍ବରୁ ଫ୍ରାଞ୍ଚାଇଜିମାନେ କହିଥିଲେ ଯେ ଆଇପିଏଲର ସବୁଯାକ ମ୍ୟାଚ୍ ବନ୍ଦ କବାଟ ଅର୍ଥାତ୍ ଷ୍ଟାଡିୟମରେ ଦର୍ଶକଙ୍କ ବିନା ଆୟୋଜିତ ହେବ। କିନ୍ତୁ ଫ୍ରାଞ୍ଚାଇଜି ଦର୍ଶକଙ୍କ ବିନା ମ୍ୟାଚ୍ ଆୟୋଜନ କରିବାକୁ ସିଧାସଳଖ ମନା କରିଦେଇଛନ୍ତି। ଏହା ପରେ ବିସିସିଆଇ ଆନୁଷ୍ଠାନିକ ଭାବେ ଏହି ଟୁର୍ଣ୍ଣାମେଣ୍ଟକୁ ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି।

ଏବେ ଆଇପିଏଲର ନୂଆ ସିଡ୍ୟୁଲ୍ ଜାରି ହେବ, ଯେଉଁଥିରେ ଡବଲ୍ ହେଡର୍ ମୁକାବିଲା ଅଧିକ ଦେଖିବାକୁ ମିଳିପାରେ। ଏହା ପୂର୍ବରୁ ଆଇପିଏଲରେ ଡବଲ୍ ହେଡର୍ ମୁକାବିଲା ସଂଖ୍ୟା କମ୍ ଥିଲା। କିନ୍ତୁ ଏବେ ପ୍ରାରମ୍ଭିକ ଦୁଇ ସପ୍ତାହର ଆଇପିଏଲର ଯେଉଁ ମ୍ୟାଚ୍ ଆୟୋଜିତ ହେବାର ଥିଲା, ଏହାର ଭରଣା ପାଇଁ ଏପ୍ରିଲ୍ ୧୫ ତାରିଖ ପରେ ସପ୍ତାହକୁ ଦୁଇ କିମ୍ବା ତିନୋଟି ଡବଲ୍ ହେଡର୍ ମ୍ୟାଚ୍ କରାଯିବାର ସମ୍ଭାବନା ରହିଛି। ଏହା ପୂର୍ବରୁ ଦିଲ୍ଲୀ ସରକାର ଆଜି ସ୍ପଷ୍ଟ କରିଥିଲା ଯେ କରୋନା ଭାଇରସ୍ କାରଣରୁ ଦିଲ୍ଲୀରେ ଆଇପିଏଲ୍ ମ୍ୟାଚ୍ ଦର୍ଶକଙ୍କ ବିନା ଆୟୋଜିତ ହେବ।

Related story