ଆଇପିଏଲ୍- ୨୦୨୦: ମୁମ୍ବାଇ ପକ୍ଷରୁ ଖେଳିବେ ବୋଲ୍ଟ

ମୁମ୍ବାଇ: ନ୍ୟୁଜିଲ୍ୟାଣ୍ଡର ପେସ୍ ବୋଲର ଟ୍ରେଣ୍ଟ ବୋଲ୍ଟ ଆସନ୍ତାବର୍ଷ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବେ। ସେହିପରି ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଥିବା ପେସ୍ ବୋଲର ଅଙ୍କିତ ରାଜପୁତ୍ ରାଜସ୍ଥାନ ରୟାଲ୍ସ ଟିମ୍ ଦଳରେ ସାମିଲ୍ ହୋଇଛନ୍ତି। ‘ଟ୍ରେଡିଙ୍ଗ୍ ୱିଣ୍ଡୋ’ ଅନୁଯାୟୀ ଦିଲ୍ଲୀ କ୍ୟାପିଟାଲ୍ସ ବୋଲ୍ଟଙ୍କୁ ମୁମ୍ବାଇ ଇଣ୍ଡିଆନ୍ସକୁ ଦେବାକୁ ନିଷ୍ପତ୍ତି ନେଇଥିବା ବେଳେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ରାଜପୁତଙ୍କୁ ରାଜସ୍ଥାନ ରୟାଲ୍ସ ଦେବାକୁ ନିଷ୍ପତ୍ତି ନେଇଛି। ବୋଲ୍ଟ ୨୦୧୪ରେ ଆଇପିଏଲରେ […]

boult

Ranjit Kumar Jena
  • Published: Wednesday, 13 November 2019
  • , Updated: 13 November 2019, 08:42 PM IST

ମୁମ୍ବାଇ: ନ୍ୟୁଜିଲ୍ୟାଣ୍ଡର ପେସ୍ ବୋଲର ଟ୍ରେଣ୍ଟ ବୋଲ୍ଟ ଆସନ୍ତାବର୍ଷ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବେ। ସେହିପରି ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଥିବା ପେସ୍ ବୋଲର ଅଙ୍କିତ ରାଜପୁତ୍ ରାଜସ୍ଥାନ ରୟାଲ୍ସ ଟିମ୍ ଦଳରେ ସାମିଲ୍ ହୋଇଛନ୍ତି।

'ଟ୍ରେଡିଙ୍ଗ୍ ୱିଣ୍ଡୋ' ଅନୁଯାୟୀ ଦିଲ୍ଲୀ କ୍ୟାପିଟାଲ୍ସ ବୋଲ୍ଟଙ୍କୁ ମୁମ୍ବାଇ ଇଣ୍ଡିଆନ୍ସକୁ ଦେବାକୁ ନିଷ୍ପତ୍ତି ନେଇଥିବା ବେଳେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ରାଜପୁତଙ୍କୁ ରାଜସ୍ଥାନ ରୟାଲ୍ସ ଦେବାକୁ ନିଷ୍ପତ୍ତି ନେଇଛି। ବୋଲ୍ଟ ୨୦୧୪ରେ ଆଇପିଏଲରେ ପଦାର୍ପଣ କରିଥିଲେ। ସେ ୨୦୧୮ ଓ ୨୦୧୯ ସିଜନରେ ଦିଲ୍ଲୀ ପକ୍ଷରୁ ଖେଳିଥିଲେ। ସେ ଆଇପିଏଲରେ ୩୩ ମ୍ୟାଚ୍ ଖେଳି ୩୮ ୱିକେଟ୍ ନେଇଛନ୍ତି।

ଡାହାଣହାତୀ ବୋଲର ରାଜପୁତ୍ ୨୦୧୮ରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ସହ ଯୋଡ଼ି ହୋଇଥିଲେ। ସେ ୨୩ ଆଇପିଏଲ୍ ମ୍ୟାଚରେ ୨୨ ୱିକେଟ୍ ନେଇଛନ୍ତି। ରାଜପୁତ ୨୦୧୮ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଲିଗ୍ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରି ୧୪ ରନ୍ ଦେଇ ୫ ୱିକେଟ୍ ହାସଲ କରିଥିଲେ। ରାଜପୁତ ଆଇପିଏଲର ଏକମାତ୍ର ପେସ୍ ବୋଲର, ଯିଏ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ନଖେଳି ଗୋଟିଏ ମ୍ୟାଚରେ ୫ ୱିକେଟ୍ ହାସଲ କରିଛନ୍ତି।

Related story