IPL-2018: ଅଟୋ ଡ୍ରାଇଭରଙ୍କ ପୁଅ ଦାମ ଦେଢ କୋଟି, ଟପ୍‌-10 ବ୍ୟବସାୟୀଙ୍କ ପୁଅକୁ କିଣିଲେନି କେହି

ବେଙ୍ଗାଲୁରୁ: IPL-2018 ପାଇଁ ଖେଳାଳି ନିଲାମ ଚାଲିଛି। ଚଳିତବର୍ଷ ବହୁ ନାମୀଦାମୀ ଖେଳାଳି ନିଲାମୀରେ ଭାଗ ନେଇ ଚିତପଟାଙ୍ଗ ମାରିଥିବା ବେଳେ ନାଁ ଶୁଣା ଯାଇ ନଥିବା ଖେଳାଳି ବହୁତ ଅଧିକା ମୂଲ୍ୟରେ ବିକ୍ରି ହୋଇଛନ୍ତି। IPL-18 ନିଲାମୀରେ ଯୁବରାଜ ସିଂହ ଏବଂ ଗୌତମ ଗମ୍ଭୀରଙ୍କ ପରି ଖେଳାଳିଙ୍କ ଅବସ୍ଥା ଖରାପ। ହେଲେ ଜଣେ ଅଟୋ ଡ୍ରାଇଭରର ପୁଅ ମହମ୍ମଦ ସିରାଜ ଦେଢକୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ଏହାଠାରୁ ଅଧିକ ଆଶ୍ଚର୍ଯ୍ୟ କରିବା ଭଳି କଥା ହେଲା […]

ipl

Rakesh Mallick
  • Published: Sunday, 28 January 2018
  • , Updated: 28 January 2018, 04:20 PM IST

ବେଙ୍ଗାଲୁରୁ: IPL-2018 ପାଇଁ ଖେଳାଳି ନିଲାମ ଚାଲିଛି। ଚଳିତବର୍ଷ ବହୁ ନାମୀଦାମୀ ଖେଳାଳି ନିଲାମୀରେ ଭାଗ ନେଇ ଚିତପଟାଙ୍ଗ ମାରିଥିବା ବେଳେ ନାଁ ଶୁଣା ଯାଇ ନଥିବା ଖେଳାଳି ବହୁତ ଅଧିକା ମୂଲ୍ୟରେ ବିକ୍ରି ହୋଇଛନ୍ତି। IPL-18 ନିଲାମୀରେ ଯୁବରାଜ ସିଂହ ଏବଂ ଗୌତମ ଗମ୍ଭୀରଙ୍କ ପରି ଖେଳାଳିଙ୍କ ଅବସ୍ଥା ଖରାପ। ହେଲେ ଜଣେ ଅଟୋ ଡ୍ରାଇଭରର ପୁଅ ମହମ୍ମଦ ସିରାଜ ଦେଢକୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ଏହାଠାରୁ ଅଧିକ ଆଶ୍ଚର୍ଯ୍ୟ କରିବା ଭଳି କଥା ହେଲା ଦେଶର ଟପ୍‌-୧୦ ବ୍ୟବସାୟୀ କୁମାର ମଙ୍ଗଲମ ବିର୍ଲାଙ୍କ ପୁଅକୁ କେହି କିଣି ନାହାଁନ୍ତି।

ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲାଙ୍କ ସାନ ପୁଅ ୨୦ ବର୍ଷର ଆର୍ଯ୍ୟମନ ବିକ୍ରମ ବିର୍ଲାଙ୍କ ଆଇପିଏଲ୍‌ ନିଲାମୀରେ ବେସ୍‌ପ୍ରାଇଜ୍‌ ମାତ୍ର ୨୦ ଲକ୍ଷ ଟଙ୍କା ଥିଲା। ଏହାସତ୍ତ୍ୱେ କୌଣସି ଟିମ୍‌ ତାଙ୍କୁ କିଣିବାକୁ ଆଗ୍ରହ ଦେଖାଇନାହାଁନ୍ତି।

ଆର୍ଯ୍ୟମନ ପୂର୍ବରୁ ମୁମ୍ବାଇରୁ ଖେଳୁଥିଲେ। ବହୁତ ଚେଷ୍ଟା କରି ମଧ୍ୟ ମୁମ୍ବାଇ ରଣଜୀ ଟିମ୍‌ରେ ସେ ସ୍ଥାନ ପାଇ ନଥିଲେ। ଏହାପରେ ସେ ମୁମ୍ବାଇ ଛାଡି ମଧ୍ୟପ୍ରଦେଶରୁ ଖେଳୁଛନ୍ତି। ଆର୍ଯ୍ୟମନ ବାମହାତୀ ବ୍ୟାଟ୍ସମ୍ୟାନ ସହ ସ୍ପିନ୍‌ ବୋଲିଂ କରିଥାନ୍ତି।

ଆର୍ଯ୍ୟମନ ଆଇପିଏଲ୍‌ରେ ବିକ୍ରି ନହେବା ଏତିକି ସ୍ପଷ୍ଟ କରୁଛି, ଆପଣଙ୍କ ବାପା ଯେତେ ଧନୀ ହୋଇଥାନ୍ତୁ ନା କାହିଁକି ଭାରତୀୟ ଟିମ୍‌ରେ ହେଉ କି ଆଇପିଏଲ୍‌ରେ ହେଉ ସ୍ଥାନ ପାଇବାକୁ ହେଲେ ପ୍ରତିଭା ଥିବା ଦରକାର। ଏଠାରେ ଟଙ୍କାର ବିଡ଼ା କଥା କହି ନଥାଏ, କଥା କହିଥାଏ ଖେଳାଳିଙ୍କ ପ୍ରତିଭା।

ଗତବର୍ଷ ଆର୍ଯ୍ୟମନ ମଧ୍ୟପ୍ରଦେଶ ତରଫରୁ ରଣଜୀ ମ୍ୟାଚ୍‌ ଖେଳି ପ୍ରଥମ ଶ୍ରେଣୀ କ୍ୟାରିୟର ଆରମ୍ଭ କରିଥିଲେ। ଏହି ମ୍ୟାଚ୍‌ରେ ସେ ସର୍ବାଧିକ ୧୬ ରନ୍‌ କରିଥିଲେ। ଦୁଇଟି ଇନିଂସରେ ମୋଟ ୨୨ ରନ୍‌ କରିଥିଲେ। ମ୍ୟାଚ୍‌ରେ ସେ ଦୁଇ ଓଭର ବୋଲିଂ କରିଥିଲେ ବି କୌଣସି ୱିକେଟ୍‌ ପାଇ ନଥିଲେ। ଗୋଟିଏ ମ୍ୟାଚ୍‌ରେ ଏପରି ପ୍ରଦର୍ଶନକୁ ଦେଖି ଆଇପିଏଲ୍‌ ପରି ପ୍ରତିଯୋଗିତା ମୂଳକ ଟୁର୍ଣ୍ଣାମେଣ୍ଟରେ କୌଣସି ଟିମ୍‌ ବି ଆର୍ଯ୍ୟମନଙ୍କୁ ନେବାର ରିକ୍ସି ଉଠାଇନାହାଁନ୍ତି ବୋଲି କୁହାଯାଉଛି।

Related story