ଆଇପିଏଲ: ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସ ଆଡଭାଇଜର୍

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ପରବର୍ତ୍ତୀ ସଂସ୍କରଣ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ଆଇଭାଇଜର ନିଯୁକ୍ତ ହୋଇଛନ୍ତି। ଏହି ନୂଆ ଭୂମିକା ସହ ଗାଙ୍ଗୁଲି ଏବେ ଟିମର ମୁଖ୍ୟ କୋଚ୍ ରିକି ପଣ୍ଟିଂଙ୍କ ସହ କାମ କରିବେ। ଏ ନେଇ ଗାଙ୍ଗୁଲି କହିଛନ୍ତି, ଦିଲ୍ଲୀ କ୍ୟାପିଟାଲ୍ସ ସହ ଯୋଗଦେବା ନେଇ ବହୁତ ଖୁସି। ଜିନ୍ଦଲ ଏବଂ ଜେଏସଡବଲ୍ୟୁ ଏକ ବଡ଼ ବ୍ରାଣ୍ଡ। ଏଭଳି କମ୍ପାନୀର ଅଂଶୀଦାର ହେବା ମୋ ପାଇଁ […]

dc-Cover-1in0fpc13lpu3os9b6o7kv8mk6-20190224132219.Medi

dc-Cover-1in0fpc13lpu3os9b6o7kv8mk6-20190224132219.Medi

Ranjit Kumar Jena
  • Published: Thursday, 14 March 2019
  • Updated: 14 March 2019, 09:54 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ପରବର୍ତ୍ତୀ ସଂସ୍କରଣ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ଆଇଭାଇଜର ନିଯୁକ୍ତ ହୋଇଛନ୍ତି। ଏହି ନୂଆ ଭୂମିକା ସହ ଗାଙ୍ଗୁଲି ଏବେ ଟିମର ମୁଖ୍ୟ କୋଚ୍ ରିକି ପଣ୍ଟିଂଙ୍କ ସହ କାମ କରିବେ।

ଏ ନେଇ ଗାଙ୍ଗୁଲି କହିଛନ୍ତି, ଦିଲ୍ଲୀ କ୍ୟାପିଟାଲ୍ସ ସହ ଯୋଗଦେବା ନେଇ ବହୁତ ଖୁସି। ଜିନ୍ଦଲ ଏବଂ ଜେଏସଡବଲ୍ୟୁ ଏକ ବଡ଼ ବ୍ରାଣ୍ଡ। ଏଭଳି କମ୍ପାନୀର ଅଂଶୀଦାର ହେବା ମୋ ପାଇଁ ବଡ଼ କଥା। ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳି ଏବଂ ସହକାରୀ ଷ୍ଟାଫଙ୍କ ସହ କାମ କରିବା ପାଇଁ ମୁଁ ବ୍ୟଗ୍ର ଅଛି ବୋଲି ଗାଙ୍ଗୁଲି ପ୍ରକାଶ କରିଛନ୍ତି। ଦିଲ୍ଲୀ ଟିମ୍ ଏପର୍ଯ୍ୟନ୍ତ ଆଇପିଏଲ୍ ଟାଇଟଲ୍ ଜିତିପାରି ନାହିଁ।

ଦିଲ୍ଲୀ କ୍ୟାପିଟାଲ୍ସର ଚେୟାରମ୍ୟାନ୍ ପାର୍ଥ ଜିନ୍ଦଲ କହିଛନ୍ତି, ସୌରଭ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର। ଆଜି ଭାରତୀୟ କ୍ରିକେଟ ଟିମ୍ ଯେଉଁ ସ୍ଥାନରେ ଅଛି, ସେଥିରେ ସୌରଭଙ୍କ ଭୂମିକା ମହତ୍ତ୍ୱପୂର୍ଣ୍ଣ। ତାଙ୍କ ଅଭିଜ୍ଞତା, ମାର୍ଗଦର୍ଶନ ଏବଂ ପରାମର୍ଶ ଟିମକୁ ଅନେକ ଫାଇଦା ଦେବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଆସନ୍ତା ୨୪ ତାରିଖରେ ତାର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos