ଆଇପିଏଲ୍-୨୦୨୦: ୧୨ ଖେଳାଳିଙ୍କୁ ରିଲିଜ୍ କଲା ମୁମ୍ବାଇ

ମୁମ୍ବାଇ: ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ପରବର୍ତ୍ତୀ ସଂସ୍କରଣ ପାଇଁ ଶୁକ୍ରବାର ୧୨ଜଣ ଖେଳାଳିଙ୍କୁ ରିଲିଜ୍ କରିଛି, ଯେଉଁଥିରେ ଜେସନ୍ ବେହରନଡର୍ଫ ଏବଂ ୱେଷ୍ଟଇଣ୍ଡିଜର ଅଲଜାରୀ ଯୋଶେଫ ମଧ୍ୟ ସାମିଲ୍ ଅଛନ୍ତି। ତେବେ ମୁମ୍ବାଇ ତା’ର କୋର୍ ଟିମକୁ ରିଟେନ୍ ରଖିଛି। ଫିଟନେସ୍ ସମସ୍ୟାରେ ଥିବା ଶ୍ରୀଲଙ୍କା ପେସ୍ ବୋଲର ଲସିଥ୍ ମାଲିଙ୍ଗାଙ୍କ ଉପରେ ମୁମ୍ବାଇ ପୁଣି ଭରସା ଦେଖାଇଛି। ଚାରିଥରର ଆଇପିଏଲ୍‌ ବିଜେତା ୧୮ ଖେଳାଳିଙ୍କ ସହ ସହ କୋର୍ ଟିମ୍ ବଜାୟ ରଖିଛି। […]

mumbai

Ranjit Kumar Jena
  • Published: Friday, 15 November 2019
  • , Updated: 15 November 2019, 08:16 PM IST

ମୁମ୍ବାଇ: ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ପରବର୍ତ୍ତୀ ସଂସ୍କରଣ ପାଇଁ ଶୁକ୍ରବାର ୧୨ଜଣ ଖେଳାଳିଙ୍କୁ ରିଲିଜ୍ କରିଛି, ଯେଉଁଥିରେ ଜେସନ୍ ବେହରନଡର୍ଫ ଏବଂ ୱେଷ୍ଟଇଣ୍ଡିଜର ଅଲଜାରୀ ଯୋଶେଫ ମଧ୍ୟ ସାମିଲ୍ ଅଛନ୍ତି। ତେବେ ମୁମ୍ବାଇ ତା'ର କୋର୍ ଟିମକୁ ରିଟେନ୍ ରଖିଛି। ଫିଟନେସ୍ ସମସ୍ୟାରେ ଥିବା ଶ୍ରୀଲଙ୍କା ପେସ୍ ବୋଲର ଲସିଥ୍ ମାଲିଙ୍ଗାଙ୍କ ଉପରେ ମୁମ୍ବାଇ ପୁଣି ଭରସା ଦେଖାଇଛି। ଚାରିଥରର ଆଇପିଏଲ୍‌ ବିଜେତା ୧୮ ଖେଳାଳିଙ୍କ ସହ ସହ କୋର୍ ଟିମ୍ ବଜାୟ ରଖିଛି।

ବେହରନଡର୍ଫ ଓ ଯୋଶେଫଙ୍କ ବ୍ୟତୀତ ଟିମ୍ ନ୍ୟୁଜିଲ୍ୟାଣ୍ଡର ଆଡାମ ମିଲନେ, ବ୍ୟୁରାନ୍ ହେଣ୍ଡ୍ରିକ୍ସଙ୍କୁ ମଧ୍ୟ ରିଲିଜ୍ କରିଛି। ଆଇପିଏଲ୍ ସମେତ କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ନେଇସାରିଥିବା ଯୁବରାଜ ସିଂହଙ୍କୁ ଟିମ୍ ରିଲିଜ୍ କରି ଦେଇଛି। ଆଇପିଏଲର ଟ୍ରେଡିଂ ୱିଣ୍ଡୋ ଆଧାରରେ ଟିମ୍ ନ୍ୟୁଜିଲ୍ୟାଣ୍ଡର ଟ୍ରେଣ୍ଟ ବୋଲ୍ଟ, ୱେଷ୍ଟଇଣ୍ଡିଜର ଶେରଫେନ୍ ରଦରଫର୍ଡ ଏବଂ ମୁମ୍ବାଇ ପେସର ଧୱଲ୍ କୁଲକର୍ଣ୍ଣିଙ୍କୁ ସାମିଲ୍ କରିଛି।

ଏହା ସହ ଟିମ୍ ଯୁବ ଲେଗ୍ ସ୍ପିନର ମୟଙ୍କ ମାର୍କଣ୍ଡେ ଏବଂ ବ୍ୟାଟ୍ସମ୍ୟାନ୍ ସିଦ୍ଦେଶ ଲାଡଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସକୁ ଟ୍ରେଡ୍ କରିଛି। ଫ୍ରାଞ୍ଚାଇଜି ଯେଉଁ ଖେଳାଳିଙ୍କୁ ରିଟେନ୍ ରଖିଛି, ସେଥିରେ କ୍ୟାପଟେନ୍ ରୋହିତ୍ ଶର୍ମାଙ୍କ ସହ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ଭାଇ କୃନାଲ୍ ପାଣ୍ଡ୍ୟା, ସ୍ପିନର୍ ରାହୁଲ ଚହର୍, ୱିକେଟକିପର ଇଶାନ୍ କିଶନ୍ ଏବଂ ପେସ୍ ବୋଲର ଯଶପ୍ରୀତ ବୁମ୍ରା ସାମିଲ୍ ଅଛନ୍ତି। ଫ୍ରାଞ୍ଚାଇଜି ଦକ୍ଷିଣ ଆଫ୍ରିକାର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଡି'କକ୍ ଏବଂ ମାଲିଙ୍ଗାଙ୍କୁ ମଧ୍ୟ ରିଟେନ୍ ରଖିଛି।

ରିଟେନ୍ ଖେଳାଳି: ରୋହିତ୍ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମ୍ରା, କୃନାଲ୍ ପାଣ୍ଡ୍ୟା, ଇଶାନ୍ କିଶନ, ସୂର୍ଯ୍ୟକୁମାର ଯାଦବ, ରାହୁଲ ଚହର, ଅନମୋଲପ୍ରୀତ ସିଂହ, ଜୟନ୍ତ ଯାଦବ, ଆଦିତ୍ୟ ତାରେ, ଅନୁକୂଲ ରୟ, ଧୱଲ୍ କୁଲକର୍ଣ୍ଣି, ଡି'କକ୍, କାଇରନ୍ ପୋଲାର୍ଡ, ଶେରଫେନ୍ ରଦରଫର୍ଡ, ଲସିଥ୍ ମାଲିଙ୍ଗା, ମିଚେଲ୍ ମ୍ୟାକକ୍ଲିନାଘନ, ଟ୍ରେଣ୍ଟ୍ ବୋଲ୍ଟ।

ରିଲିଜ୍ ଖେଳାଳି: ଏଭିନ୍ ଲୁଇସ୍, ଆଡାମ ମିଲନେ, ଜେସନ୍ ବେହରନଡର୍ଫ, ବ୍ୟୁରାନ୍ ହେଣ୍ଡ୍ରିକ୍ସ, ବେନ୍ କଟିଙ୍ଗ୍, ଯୁବରାଜ ସିଂହ, ମୟଙ୍କ ମାର୍କଣ୍ଡେ, ବରିନ୍ଦର ସ୍ରାନ୍, ରଶିକ୍ ସଲାମ୍, ପଙ୍କଜ ଯଶୱାଲ, ସିଦ୍ଦେଶ ଲାଡ, ଅଲଜାରୀ ଯୋଶେଫ୍।

Related story