ଆଇପିଏଲ ସ୍ପଷ୍ଟ ଫିକ୍ସିଂ ମାମଲା: ନିଲମ୍ୱିତ ୩ କ୍ରିକେଟରଙ୍କୁ ଦୋଷ ମୁକ୍ତ କଲେ ଦିଲ୍ଲୀର ସ୍ୱତନ୍ତ୍ର ଅଦାଲତ

ନୂଆଦିଲ୍ଲୀ: ୨୦୧୩ ଆଇପିଏଲ ସ୍ପଷ୍ଟ ଫିକ୍ସିଂ ମାମଲାରେ ରାଜସ୍ଥାନ ରୟାଲ୍ସର ତିନି ଖେଳାଳି ଏସ୍. ଶ୍ରୀସନ୍ଥ, ଅଜିତ୍ ଚାଣ୍ଡିଲା ଓ ଅଙ୍କିତ ଚଭନ ଦୋଷମୁକ୍ତ  ହୋଇଛନ୍ତି। ଦିଲ୍ଲୀ ପାତିଆଲା ହାଉସ କୋର୍ଟ ଶନିବାର ଏହି ତିନି ଖେଳାଳିଙ୍କ ସମେତ ୪୨ ଜଣ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ସ୍ପଷ୍ଟ ଫିକ୍ସିଂ ନେଇ ଏମାନଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିନଥିବା କୋର୍ଟ କହିଛନ୍ତି। ୨୦୧୩ ମେ’ ମାସରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ମୁମ୍ୱାଇରେ ଚଢାଉ କରି ରାଜସ୍ଥାନ ରୟାଲସର […]

ipl

ipl

Rakesh Mallick
  • Published: Saturday, 25 July 2015
  • Updated: 25 July 2015, 12:40 PM IST

Sports

Latest News

ନୂଆଦିଲ୍ଲୀ: ୨୦୧୩ ଆଇପିଏଲ ସ୍ପଷ୍ଟ ଫିକ୍ସିଂ ମାମଲାରେ ରାଜସ୍ଥାନ ରୟାଲ୍ସର ତିନି ଖେଳାଳି ଏସ୍. ଶ୍ରୀସନ୍ଥ, ଅଜିତ୍ ଚାଣ୍ଡିଲା ଓ ଅଙ୍କିତ ଚଭନ ଦୋଷମୁକ୍ତ  ହୋଇଛନ୍ତି। ଦିଲ୍ଲୀ ପାତିଆଲା ହାଉସ କୋର୍ଟ ଶନିବାର ଏହି ତିନି ଖେଳାଳିଙ୍କ ସମେତ ୪୨ ଜଣ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ସ୍ପଷ୍ଟ ଫିକ୍ସିଂ ନେଇ ଏମାନଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିନଥିବା କୋର୍ଟ କହିଛନ୍ତି। ୨୦୧୩ ମେ’ ମାସରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ମୁମ୍ୱାଇରେ ଚଢାଉ କରି ରାଜସ୍ଥାନ ରୟାଲସର ଏହି ତିନି ଖେଳାଳିଙ୍କୁ ଗିରଫ କରିଥିଲା। ମୋଟ ୪୨ ଜଣଙ୍କ ବିରୋଧରେ ପୋଲିସ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ଅଭିଯୁକ୍ତ ଖେଳାଳି ଓ ବୁକିଙ୍କ ମଧ୍ୟରେ ଟେଲିଫୋନରେ ହୋଇଥିବା କଥାବାର୍ତ୍ତା ଆଧାରରେ ପୋଲିସ ଏହି ଅଭିଯୋଗ ଆଣିଥିଲା। ଏହାପରେ ବିସିସିଆଇ ଶ୍ରୀସନ୍ଥଙ୍କୁ କ୍ରିକେଟରୁ ଆଜୀବନ ବାସନ୍ଦ କରିଥିଲା।

ଅନ୍ୟପକ୍ଷରେ ଶ୍ରୀସନ୍ଥ କୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି। କାହାରି ବିରୋଧରେ ତାଙ୍କର ଅଭିଯୋଗ ନାହିଁ ଏବଂ ସେ ପୁଣି କ୍ରିକେଟକୁ ଫେରିବେ ବୋଲି ଶ୍ରୀସନ୍ଥ ନିଜ ପ୍ରତିକ୍ରିୟାରେ କହିଛନ୍ତି। ସ୍ପଷ୍ଟ ଫିକ୍ସିଂ ଅଭିଯୋଗ ନେଇ କିଛି ଦିନ ଆଗରୁ ସୁପ୍ରିମକୋର୍ଟଙ୍କ ପ୍ୟାନେଲ ରାଜସ୍ଥାନ ଓ ଚେନ୍ନାଇ ଟିମକୁ ଦୁଇ ବର୍ଷ ସସପେଣ୍ଡ କରିବା ସହ ରାଜ କୁନ୍ଦ୍ରା ଓ ଗୁରୁନାଥ ମୟାପନଙ୍କୁ ଆଜୀବନ ବାସନ୍ଦ କରିଥିଲା।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos