ଫିଟନେଶ ଟେଷ୍ଟରେ ଈଶାନ୍ତ ପାସ୍‌, ନ୍ୟୁଜିଲ୍ୟାଣ୍ଡ ଯିବେ

ନୂଆଦିଲ୍ଲୀ: ଭାରତୀୟ ଟିମ୍‌କୁ ବଡ଼ ଆଶ୍ୱସ୍ତି ମିଳିଛି। ଦଳର ଅଭିଜ୍ଞ ଦ୍ରୁତ ବୋଲର ଈଶାନ୍ତ ଶର୍ମା ଆହତ ସମସ୍ୟାରୁ ମୁକୁଳି ଫିଟ୍‌ ଘୋଷିତ ହୋଇଛନ୍ତି। ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍‌ସିଏ)ରେ ସେ ଫିଟ୍‌ ହେବା ପରେ ଏବେ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବେ। ଏଥିସହ ଟିମ୍‌ରେ ଯୋଗଦେଇ ଆସନ୍ତା ଫେବୃଆରୀ ୨୧ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ୍‌ରେ ମଧ୍ୟ ଖେଳିବେ। ଏନସିଏ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, “ଆଜି ଈଶାନ୍ତଙ୍କ ଫିଟନେଶ ଟେଷ୍ଟ କରାଯାଇଥିଲା। ସେ ଫିଟ୍‌ ଘୋଷିତ […]

a

Hemant Lenka
  • Published: Saturday, 15 February 2020
  • , Updated: 15 February 2020, 08:47 PM IST

ନୂଆଦିଲ୍ଲୀ: ଭାରତୀୟ ଟିମ୍‌କୁ ବଡ଼ ଆଶ୍ୱସ୍ତି ମିଳିଛି। ଦଳର ଅଭିଜ୍ଞ ଦ୍ରୁତ ବୋଲର ଈଶାନ୍ତ ଶର୍ମା ଆହତ ସମସ୍ୟାରୁ ମୁକୁଳି ଫିଟ୍‌ ଘୋଷିତ ହୋଇଛନ୍ତି। ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍‌ସିଏ)ରେ ସେ ଫିଟ୍‌ ହେବା ପରେ ଏବେ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବେ।

ଏଥିସହ ଟିମ୍‌ରେ ଯୋଗଦେଇ ଆସନ୍ତା ଫେବୃଆରୀ ୨୧ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ୍‌ରେ ମଧ୍ୟ ଖେଳିବେ। ଏନସିଏ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, “ଆଜି ଈଶାନ୍ତଙ୍କ ଫିଟନେଶ ଟେଷ୍ଟ କରାଯାଇଥିଲା। ସେ ଫିଟ୍‌ ଘୋଷିତ ହୋଇଛନ୍ତି। ତେଣୁ ସେ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବେ।”

ରଣଜୀ ଟ୍ରଫି ଖେଳୁଥିବା ବେଳେ ଈଶାନ୍ତଙ୍କ ଡାହଣ ଗୋଡ଼ର ଗୋଇଠିରେ ମାଡ଼ ହୋଇଥିଲା। ଏହାପରେ ସେ ପୂରା ମ୍ୟାଚ୍‌ରୁ ବାଦ ପଡ଼ିଥିଲେ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଟିମ୍‌ ଘୋଷଣା ହେବା ବେଳେ ଈଶାନ୍ତଙ୍କୁ ଷ୍ଟାଣ୍ଡବାଏରେ ରଖାଯାଇଥିଲା।

ଯଦି ସେ ସିରିଜ୍‌ ପୂର୍ବରୁ ଫିଟ ହୁଅନ୍ତି, ତା’ହେଲେ ସେ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବେ ବୋଲି ଚୟନକର୍ତ୍ତା କହିଥିଲେ। ଏବେ ସେ ଫିଟ ହୋଇଥିବାରୁ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବା ନିଶ୍ଚିତ ହୋଇଛି।

Related story