ବୁମ୍ରାଙ୍କ ବିପକ୍ଷରେ ଶଟ୍ ଖେଳିବା କଷ୍ଟକର: ସିଫର୍ଟ

ହାମିଲଟନ୍‌: ଚଳିତ ଟି-୨୦ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ଭାରତ ନିକଟରୁ ଶୋଚନୀୟ ଭାବେ ପରାସ୍ତ ହୋଇଛି। ଏହି ଦୁଇଟି ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ବ୍ୟତୀତ ବୋଲରମାନେ ମଧ୍ୟ କମାଲ୍ କରିଛନ୍ତି। ବିଶେଷକରି ଭାରତୀୟ ପେସ୍ ବିଭାଗର ମୁଖ୍ୟ ଅସ୍ତ ଯଶପ୍ରୀତ ବୁମ୍ରା ବିପକ୍ଷ ବ୍ୟାଟ୍ସମ୍ୟାନଙ୍କ ପାଇଁ ଘାତକ ସାଜିଛନ୍ତି। ନ୍ୟୁଜିଲ୍ୟାଣ୍ଡର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଟିମ୍ ସିଫର୍ଟ ବୁମ୍ରାଙ୍କ ବିବିଧତାକୁ ନେଇ ଖୁବ୍ ପ୍ରଶଂସା କରିଛନ୍ତି। ସିଫର୍ଟ କହିଛନ୍ତି, “ବୁମ୍ରା ପ୍ରଥମ ମ୍ୟାଚରେ ସ୍ଲୋ’ ବୋଲିଂ […]

bumran-and-seifert

Ranjit Kumar Jena
  • Published: Monday, 27 January 2020
  • , Updated: 27 January 2020, 08:53 PM IST

ହାମିଲଟନ୍‌: ଚଳିତ ଟି-୨୦ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ଭାରତ ନିକଟରୁ ଶୋଚନୀୟ ଭାବେ ପରାସ୍ତ ହୋଇଛି। ଏହି ଦୁଇଟି ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ବ୍ୟତୀତ ବୋଲରମାନେ ମଧ୍ୟ କମାଲ୍ କରିଛନ୍ତି। ବିଶେଷକରି ଭାରତୀୟ ପେସ୍ ବିଭାଗର ମୁଖ୍ୟ ଅସ୍ତ ଯଶପ୍ରୀତ ବୁମ୍ରା ବିପକ୍ଷ ବ୍ୟାଟ୍ସମ୍ୟାନଙ୍କ ପାଇଁ ଘାତକ ସାଜିଛନ୍ତି। ନ୍ୟୁଜିଲ୍ୟାଣ୍ଡର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଟିମ୍ ସିଫର୍ଟ ବୁମ୍ରାଙ୍କ ବିବିଧତାକୁ ନେଇ ଖୁବ୍ ପ୍ରଶଂସା କରିଛନ୍ତି।

ସିଫର୍ଟ କହିଛନ୍ତି, "ବୁମ୍ରା ପ୍ରଥମ ମ୍ୟାଚରେ ସ୍ଲୋ' ବୋଲିଂ କରିଥିଲେ। ସାଧାରଣତଃ ଡେଥ୍ ଓଭରରେ ଜଣେ ବୋଲର ସିଧା ଲାଇନରେ ବୋଲିଂ କରିଥାଏ କିମ୍ବା ୟର୍କର ପକାଇଥାଏ। କିନ୍ତୁ ବୁମ୍ରାଙ୍କ କ୍ଷେତ୍ରରେ ଏସବୁ ଦେଖିବାକୁ ମିଳୁଛି। ବୁମ୍ରାଙ୍କ ପାଖରେ ଯେଉଁ ବିବିଧତା ଅଛି, ତାହା କୌଣସି ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇ ପାରିବ। ବୁମ୍ରା ନିଜ ବୋଲିଂରେ ଅନେକ ପରିବର୍ତ୍ତନ କରନ୍ତି ଏବଂ ତାଙ୍କୁ ଖେଳିବା ବହୁତ କଷ୍ଟକର ହୋଇଥାଏ। ମୋ ମତରେ ବର୍ତ୍ତମାନ ସମୟରେ ବୁମ୍ରାଙ୍କଠାରୁ ଚତୁର ବୋଲର କେହି ନାହାନ୍ତି।"

ସିଫର୍ଟ ମଧ୍ୟ ନିଜ ଟିମର ବ୍ୟାଟିଂକୁ ନେଇ କହିଛନ୍ତି, ଆମ ବ୍ୟାଟ୍ସମ୍ୟାନଙ୍କୁ ଭାରତୀୟଙ୍କଠାରୁ ଶିଖିବା ଦରକାର ଯେ କିପରି ପରିସ୍ଥିତି ସହ ଶୀଘ୍ର ଖାପ ଖୁଆଯାଇପାରିବ। ଭାରତୀୟ ବ୍ୟାଟ୍ସମ୍ୟାନମାନେ ପ୍ରମାଣିତ କରିଛନ୍ତି ଯେ କିପରି ବଲର ଲାଇନକୁ ଆସି ଏହାକୁ ସଠିକ୍ ଟାଇମିଂ କରିହେବ। ଏହାଛଡ଼ା ଧୀମା ୱିକେଟରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଯେଉଁଭଳି ବ୍ୟାଟିଂ କଲେ, ସେଥିରୁ ଆମକୁ ବହୁତ କିଛି ଶିଖିବାକୁ ପଡ଼ିବ। ବୋଲରଙ୍କ ଲାଇନ୍ ବିଗାଡ଼ିବା ସହ ଭଲ ବଲରେ ଶଟ୍ ଯଦି ମାରିପାରିବା, ତାହେଲେ ଜଣେ ବ୍ୟାଟ୍ସମ୍ୟାନ୍ ନିଶ୍ଚିତ ସଫଳ ହେବ ବୋଲି ସିଫର୍ଟ କହିଛନ୍ତି।

ସୂଚନାଯୋଗ୍ୟ, ରବିବାର ଖେଳାଯାଇଥିବା ମ୍ୟାଚରେ ଭାରତ ୭ ୱିକେଟରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିଲା। ଏହି ବିଜୟ ସହ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ମଧ୍ୟ ହୋଇଛି।

Related story