ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପ୍ ଟିମରେ ଭାରତର ତିନି ଖେଳାଳି

ଦୁବାଇ: ଭାରତୀୟ ଅଣ୍ଡର୍‌-୧୯ ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୈଶ୍ୱାଲ୍ ଓ ରବିବାର ଶେଷ ହୋଇଥିବା ବିଶ୍ୱକପରେ ସର୍ବାଧିକ ୱିକେଟ୍ ନେଇଥିବା ରବି ବିଶ୍ନୋଇ ଏବଂ ପେସ୍ ବୋଲର କାର୍ତ୍ତିକ ତ୍ୟାଗି ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପ୍ ଟିମରେ ସ୍ଥାନ ପାଇଛନ୍ତି। ବିଶ୍ୱକପ୍ ବିଜେତା ବାଂଲାଦେଶ ଟିମର କ୍ୟାପଟେନ୍ ଆକବର ଅଲୀଙ୍କ ନେତୃତ୍ୱରେ ଏହି ୧୨ଜଣିଆ ସ୍କ୍ୱାଡରେ ଭାରତର ହିଁ ସର୍ବାଧିକ ତିନିଜଣ ଖେଳାଳି ସ୍ଥାନ ପାଇଛନ୍ତି। ବିଶ୍ୱକପରେ ୬ ଇନିଂସରେ ୧୩୩ ହାରରେ ୪୦୦ ରନ୍ କରିଥିବା […]

u91

Ranjit Kumar Jena
  • Published: Monday, 10 February 2020
  • , Updated: 10 February 2020, 10:20 PM IST

ଦୁବାଇ: ଭାରତୀୟ ଅଣ୍ଡର୍‌-୧୯ ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୈଶ୍ୱାଲ୍ ଓ ରବିବାର ଶେଷ ହୋଇଥିବା ବିଶ୍ୱକପରେ ସର୍ବାଧିକ ୱିକେଟ୍ ନେଇଥିବା ରବି ବିଶ୍ନୋଇ ଏବଂ ପେସ୍ ବୋଲର କାର୍ତ୍ତିକ ତ୍ୟାଗି ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପ୍ ଟିମରେ ସ୍ଥାନ ପାଇଛନ୍ତି। ବିଶ୍ୱକପ୍ ବିଜେତା ବାଂଲାଦେଶ ଟିମର କ୍ୟାପଟେନ୍ ଆକବର ଅଲୀଙ୍କ ନେତୃତ୍ୱରେ ଏହି ୧୨ଜଣିଆ ସ୍କ୍ୱାଡରେ ଭାରତର ହିଁ ସର୍ବାଧିକ ତିନିଜଣ ଖେଳାଳି ସ୍ଥାନ ପାଇଛନ୍ତି।

ବିଶ୍ୱକପରେ ୬ ଇନିଂସରେ ୧୩୩ ହାରରେ ୪୦୦ ରନ୍ କରିଥିବା ଯଶସ୍ୱୀ ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଖେଳାଳି ଚୟନ ହୋଇଥିଲେ। ସେହିପରି ବିଶ୍ନୋଇ ୧୦.୬୪ ହାରରେ ସର୍ବାଧିକ ୧୭ ୱିକେଟ୍ ନେଇଥିବା ବେଳେ ତ୍ୟାଗି ୧୩.୯୦ ହାରରେ ୧୧ ୱିକେଟ୍ ଅକ୍ତିଆର କରିଛନ୍ତି। ଭାରତୀୟ ଟିମ୍ ଫାଇନାଲରେ ବାଂଲାଦେଶ ନିକଟରୁ ୩ ୱିକେଟ୍ ହାରି ରନର୍ସଅପରେ ସନ୍ତୁଷ୍ଟ ହୋଇଥିଲା।

ଏହି ଟିମରେ ବାଂଲାଦେଶର ମଧ୍ୟ ତିନିଜଣ, ୱେଷ୍ଟଇଣ୍ଡିଜ୍ ଓ ଆଫଗାନିସ୍ତାନର ଦୁଇଜଣ ଲେଖାଏ ଖେଳାଳି ସ୍ଥାନ ପାଇଥିବା ବେଳେ ଶ୍ରୀଲଙ୍କା ଓ କ୍ୟାନାଡାର ଜଣେ ଲେଖାଏ ଖେଳାଳି ସ୍ଥାନ ପାଇଛନ୍ତି। ଏହି ଟିମକୁ ପାଞ୍ଚଜଣିଆ ସଦସ୍ୟ ବିଶିଷ୍ଟ କମିଟି ଚୟନ କରିଛନ୍ତି, ଯେଉଁଥିରେ ଆଇସିସିର ପ୍ରତିନିଧି ମ୍ୟାରୀ ଗଡବୀର୍‌, ଇଆନ୍ ବିଶପ୍‌, ରୋହନ୍ ଗାଭାସ୍କର ଓ ନାଟାଲି ଜର୍ମାନୋସଙ୍କ ବ୍ୟତୀତ ଇଏସପିଏନ୍ କ୍ରିକଇନଫୋର କରେସପଣ୍ଡେଣ୍ଟ୍ ଶ୍ରେଷ୍ଠ ଶାହ ସାମିଲ୍ ଥିଲେ।

ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପ୍ ଟିମ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ: ଯଶସ୍ୱୀ ଜୈଶ୍ୱାଲ୍ (ଭାରତ), ଇବ୍ରାହିମ୍ ଜର୍ଦ୍ଦାନ୍ (ଆଫଗାନିସ୍ତାନ), ରବିନ୍ଦୁ ରସନ୍ତା (ଶ୍ରୀଲଙ୍କା), ମହମଦୁଲ୍ଲ ହାସନ୍ ଜୟ (ବାଂଲାଦେଶ), ଶାହାଦତ୍ ହୁସେନ୍ (ବାଂଲାଦଶ), ନୟୀମ ୟଙ୍ଗ୍ (ୱେଷ୍ଟଇଣ୍ଡିଜ୍‌), ଆକବର୍ ଅଲୀ (ବାଂଲାଦେଶ, କ୍ୟାପଟେନ୍‌), ଶାଫିକୁଲ୍ଲା ଗଫାରି (ଆଫଗାନିସ୍ତାନ), ରବି ବିଶ୍ନୋଇ (ଭାରତ), କାର୍ତ୍ତିକ ତ୍ୟାଗି (ଭାରତ), ଜାଡେନ୍ ସିଲ୍ସ (ୱେଷ୍ଟଇଣ୍ଡିଜ୍‌), ଅକିଲ କୁମାର (କ୍ୟାନାଡା)।

Related story