ଦ୍ୱିତୀୟ ଟି-୨୦ ଜିତି ସିରିଜକୁ ଫେରିଲା ନ୍ୟୁଜିଲ୍ୟାଣ୍ଡ୍‌

ୱେଲିଂଟନ୍‌: ମିଚେଲ୍ ସାଣ୍ଟନରଙ୍କ ସଫଳ ବୋଲିଂ ଓ ଜେମ୍ସ ନିଶାମଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନ୍ୟୁଜିଲ୍ୟାଣ୍ଡ୍ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ ମ୍ୟାଚରେ ଇଂଲଣ୍ଡକୁ ୨୧ ରନରେ ପରାସ୍ତ କରିଛି। ଏହି ବିଜୟ ସହ ନ୍ୟୁଜିଲ୍ୟାଣ୍ଡ୍ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଛି। ସିରିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡ ବିଜୟୀ ହୋଇଥିଲା। ରବିବାର ଖେଳାଯାଇଥିବା ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ୍ ହରାଇ ୧୭୬ ରନ୍ କରିଥିଲା। ଜବାବରେ ଇଂଲଣ୍ଡ […]

santner

Ranjit Kumar Jena
  • Published: Sunday, 03 November 2019
  • , Updated: 03 November 2019, 05:59 PM IST

ୱେଲିଂଟନ୍‌: ମିଚେଲ୍ ସାଣ୍ଟନରଙ୍କ ସଫଳ ବୋଲିଂ ଓ ଜେମ୍ସ ନିଶାମଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନ୍ୟୁଜିଲ୍ୟାଣ୍ଡ୍ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ ମ୍ୟାଚରେ ଇଂଲଣ୍ଡକୁ ୨୧ ରନରେ ପରାସ୍ତ କରିଛି। ଏହି ବିଜୟ ସହ ନ୍ୟୁଜିଲ୍ୟାଣ୍ଡ୍ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଛି। ସିରିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡ ବିଜୟୀ ହୋଇଥିଲା। ରବିବାର ଖେଳାଯାଇଥିବା ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ୍ ହରାଇ ୧୭୬ ରନ୍ କରିଥିଲା। ଜବାବରେ ଇଂଲଣ୍ଡ ୧୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୫୫ ରନ୍ କରି ପରାସ୍ତ ହୋଇଛି।

ଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ପକ୍ଷରୁ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରବାକୁ ସକ୍ଷମ ହୋଇନଥିଲା। ଟିମ୍ ୯୩ ରନରେ ତା'ର ଶୀର୍ଷ ୬ଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇ ପରାଜୟ ନିକଟତର ହୋଇଥିଲା। ଏହି ସମୟରେ କ୍ରିସ୍ ଜୋର୍ଡାନ୍ ଆକ୍ରମଣାତ୍ମକ ବ୍ୟାଟିଂ କରି ଟିମ୍ ପାଇଁ ଆଶା ସଞ୍ଚାର କରିଥିଲେ, କିନ୍ତୁ ସ୍ପିନର ସାଣ୍ଟନର ତାଙ୍କୁ ଆଉଟ୍ କରି ଇଂଲଣ୍ଡଠାରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ। ଜୋର୍ଡାନ୍ ମାତ୍ର ୧୯ ବଲରେ ୩ ଚୌକା ଓ ୩ ଛକା ସହ ୩୬ ରନ୍ କରି ଆଉଟ୍ ହୋଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଡେୱିଡ୍ ମାଲାନ୍ ସର୍ବାଧିକ ୩୯ (୨୯ ବଲ୍‌, ୨ ଚୌକା, ୨ ଛକା) ରନ୍ କରିଥିବା ବେଳେ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ୩୨ (୧୭ ବଲ୍‌, ୩ ଚୌକା, ୩ ଛକା), ଲୁଇସ୍ ଗ୍ରିଗୋରୀ ୧୫, ସାମ୍ କୁରାନ୍ ୯, ସାମ୍ ବିଲିଙ୍ଗସ୍ ୮ ରନ୍ କରିଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ସାଣ୍ଟନର୍ ୨୫ ରନ୍ ନେଇ ୩ଟି ୱିକେଟ୍ ନେଇଥିବା ବେଳେ କ୍ୟାପଟେନ୍ ଟିମ୍ ସାଉଦି, ଲକି ଫର୍ଗୁସନ୍ ଓ ଈଶ ସୋଢୀ ୨ଟି ଲେଖାଏ ୱିକେଟ୍ ପାଇଥିଲେ।

ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବା ପାଇଁ ସୁଯୋଗ ପାଇଥିବା ନ୍ୟୁଜିଲ୍ୟାଣ୍ଡକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଓପ୍ନର କଲିନ୍ ମୁନରୋ ମାତ୍ର ୭ ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ ମାର୍ଟିନ୍ ଗପ୍ଟିଲ୍ ୪୧ (୨୮ ବଲ୍‌, ୩ ଚୌକା, ୨ ଛକା) ରନର ଧୂଆଁଧାର ଇନିଂସ୍ ଖେଳିଥିଲେ। ମଧ୍ୟକ୍ରମରେ ଟିମ୍ ସିଫର୍ଟ (୧୬), କଲିନ୍ ଡି'ଗ୍ରାଣ୍ଡହୋମ୍ (୨୮) ଓ ରସ୍ ଟେଲର୍ (୨୮)ଙ୍କ ଉପଯୋଗୀ ଯୋଗଦାନ କରିଥିଲେ। ଶେଷଭାଗରେ ଜେମ୍ସ ନିଶାମ୍ ଦ୍ରୁତ ୪୨ (୨୨ ବଲ୍‌, ୨ ଚୌକା, ୪ ଛକା) ରନ୍ କରି ନ୍ୟୁଜିଲ୍ୟାଣ୍ଡକୁ ୧୭୬ ରନର ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଇଂଲଣ୍ଡ ପକ୍ଷରୁ ଜୋର୍ଡାନ୍ ୩ଟି ଓ କୁରାନ୍ ୨ଟି ୱିକେଟ୍ ନେଇଥିଲେ।

Related story