ଏହି ବଡ଼ ରେକର୍ଡ ଅପେକ୍ଷାରେ ବୁମ୍ରା

ପୁଣେ: ଦୀର୍ଘ ଚାରିମାସ ପରେ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ଭାରତୀୟ ପେସ୍ ବୋଲର ଯଶପ୍ରୀତ ବୁମ୍ରା ଆସନ୍ତାକାଲି ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚରେ ବଡ଼ ରେକର୍ଡ କରିପାରନ୍ତି। ବୁମ୍ରା ଟି-୨୦ ଫର୍ମାଟରେ ଏପର୍ଯ୍ୟନ୍ତ ୫୨ ୱିକେଟ୍ ନେଇସାରିଛନ୍ତ। ଶୁକ୍ରବାର ଯଦି ବୁମ୍ରା ଆଉ ଗୋଟିଏ ୱିକେଟ୍ ନେବାରେ ସଫଳ ହେଲେ, ତାହେଲେ ସେ ଟି-୨୦ରେ ସେ ଭାରତର ସର୍ବାଧିକ ୱିକେଟ୍ ଟେକର ବୋଲର ହେବେ। ବର୍ତ୍ତମାନ ବୁମ୍ରା ସର୍ବାଧିକ ୱିକେଟ୍ […]

bumrah

Ranjit Kumar Jena
  • Published: Thursday, 09 January 2020
  • , Updated: 09 January 2020, 07:04 PM IST

ପୁଣେ: ଦୀର୍ଘ ଚାରିମାସ ପରେ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ଭାରତୀୟ ପେସ୍ ବୋଲର ଯଶପ୍ରୀତ ବୁମ୍ରା ଆସନ୍ତାକାଲି ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚରେ ବଡ଼ ରେକର୍ଡ କରିପାରନ୍ତି। ବୁମ୍ରା ଟି-୨୦ ଫର୍ମାଟରେ ଏପର୍ଯ୍ୟନ୍ତ ୫୨ ୱିକେଟ୍ ନେଇସାରିଛନ୍ତ।

ଶୁକ୍ରବାର ଯଦି ବୁମ୍ରା ଆଉ ଗୋଟିଏ ୱିକେଟ୍ ନେବାରେ ସଫଳ ହେଲେ, ତାହେଲେ ସେ ଟି-୨୦ରେ ସେ ଭାରତର ସର୍ବାଧିକ ୱିକେଟ୍ ଟେକର ବୋଲର ହେବେ। ବର୍ତ୍ତମାନ ବୁମ୍ରା ସର୍ବାଧିକ ୱିକେଟ୍ ନେବା ମାମଲାରେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ୟୁଜବେନ୍ଦ୍ର ଚହଲଙ୍କ ସହ ସମକକ୍ଷ ହୋଇଛନ୍ତି। ଉଭୟ ଅଶ୍ୱିନ୍ (୪୬ ମ୍ୟାଚ୍‌, ଓ ଚହଲ୍ (୩୬ ମ୍ୟାଚ୍‌) ମଧ୍ୟ ୫୨ଟି ଲେଖାଏ ୱିକେଟ୍ ନେଇଛନ୍ତି।

ଯେହେତୁ ଆସନ୍ତାକାଲିର ମ୍ୟାଚରେ ଚହଲଙ୍କର ଖେଳିବାର ସମ୍ଭାବନା ନାହିଁ, ତେଣୁ ବୁମ୍ରା ଗୋଟିଏ ୱିକେଟ୍ ନେଇ ରେକର୍ଡ କରିବାକୁ ଚାହିଁବେ। ସୂଚନାଯୋଗ୍ୟ, ଇନ୍ଦୋରରେ ଟି-୨୦ ମ୍ୟାଚ୍ ଖେଳି ବୁମ୍ରା ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ମ୍ୟାଚରେ ସେ ୩୨ ରନ୍ ଦେଇ ମାତ୍ର ଗୋଟିଏ ୱିକେଟ୍ ନେଇଥିଲେ।

Related story