ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜରୁ ଭାରତର ଏହି ଷ୍ଟାର୍ ପେସ୍ ବୋଲର ବାଦ୍

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି। ଭାରତୀୟ ଦଳର ଏକ ନମ୍ବର ପେସ୍ ବୋଲର ଯଶପ୍ରୀତ ବୁମ୍ରା ଆହତ କାରଣରୁ ପୂରା ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି। ମଙ୍ଗଳବାର ବିସିସିଆଇ ଟ୍ୱିଟ୍ କରି ଏହି ସୂଚନା ଦେଇଛି। ବୁମ୍ରାଙ୍କ ସ୍ଥାନରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଉମେଶ ଯାଦବଙ୍କୁ ସାମିଲ୍ କରାଯାଇଛି। ଟେଷ୍ଟ ପଦାର୍ପଣ ପରଠାରୁ ବୁମ୍ରା ଭାରତରେ ଆଦୌ ଟେଷ୍ଟ ମ୍ୟାଚ୍ ଖେଳିନାହାନ୍ତି। ତେଣୁ ଦକ୍ଷିଣ […]

bumrah

bumrah

Ranjit Kumar Jena
  • Published: Tuesday, 24 September 2019
  • Updated: 24 September 2019, 06:51 PM IST

Sports

Latest News

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି। ଭାରତୀୟ ଦଳର ଏକ ନମ୍ବର ପେସ୍ ବୋଲର ଯଶପ୍ରୀତ ବୁମ୍ରା ଆହତ କାରଣରୁ ପୂରା ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି। ମଙ୍ଗଳବାର ବିସିସିଆଇ ଟ୍ୱିଟ୍ କରି ଏହି ସୂଚନା ଦେଇଛି। ବୁମ୍ରାଙ୍କ ସ୍ଥାନରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଉମେଶ ଯାଦବଙ୍କୁ ସାମିଲ୍ କରାଯାଇଛି। ଟେଷ୍ଟ ପଦାର୍ପଣ ପରଠାରୁ ବୁମ୍ରା ଭାରତରେ ଆଦୌ ଟେଷ୍ଟ ମ୍ୟାଚ୍ ଖେଳିନାହାନ୍ତି। ତେଣୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ଜରିଆରେ ସେ ଭାରତରେ ପ୍ରଥମଥର ପାଇଁ ଟେଷ୍ଟ ମ୍ୟାଚ୍ ଖେଳିବାର ସୁଯୋଗ ପାଇଥାନ୍ତେ। କିନ୍ତୁ ତାଙ୍କୁ ଏବେ ଅପେକ୍ଷା କରିବାକୁ ପଡ଼ିବ। ଆସନ୍ତା ଅକ୍ଟୋବର ୨ ତାରିଖରୁ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ସିରିଜର ପ୍ରଥମ ମ୍ୟାଚ୍ ବିଶାଖାପାଟଣାରେ ଖେଳାଯିବ।

ବୁମ୍ରାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ବିଶ୍ରାମ ଦିଆଯାଇଥିଲା। ଟି-୨୦ ସିରିଜ୍ ବେଳେ ବୁମ୍ରା ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ରେ ଅଭ୍ୟାସ କରୁଥିଲେ। ତେବେ ସେଠାରେ ଅଭ୍ୟାସ କରୁଥିବା ବେଳେ ତାଙ୍କ ପିଠିରେ ସାମାନ୍ୟ ଫ୍ରାକଚର୍ ହୋଇଥିଲା। ଏଭଳି ସ୍ଥିତିରେ ବୁମ୍ରାଙ୍କୁ ଖେଳାଇ ବିସିସିଆଇ କୌଣସି ରିସ୍କ ନେବାକୁ ଚାହୁଁନାହିଁ।

ବର୍ତ୍ତମାନ ବୁମ୍ରା ଏନସିଏରେ ବିସିସିଆଇ ମେଡିକାଲ୍ ଟିମ୍ ସହ ରିହାବିଲିଟେଶନରେ ରହିବେ। ବୁମ୍ରାଙ୍କ ବାଦ୍ ପଡ଼ିବା ନିଶ୍ଚିତ ଭାବେ ଭାରତୀୟ ଦଳର ବୋଲିଂ ଆକ୍ରମଣ ଉପରେ ପ୍ରଭାବ ପକାଇବ। କାରଣ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିବା ପରଠାରୁ ବୁମ୍ରାଙ୍କର ପ୍ରଦର୍ଶନ ଉଚ୍ଚକୋଟୀର ରହିଛି। ନିକଟରେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ବୁମ୍ରା ଆକର୍ଷଣୀୟ ବୋଲିଂ କରି ଘରୋଇ ଦଳର ବ୍ୟାଟ୍ସମ୍ୟାନଙ୍କୁ ନୟାନ୍ତ କରିଥିଲେ। ସେ ଏହି ଗସ୍ତରେ ୯.୨୩ ହାରରେ ୧୩ ୱିକେଟ୍ ନେଇଥିଲେ। ଏହି ଗସ୍ତରେ ସେ ଏକ ନୂଆ ରେକର୍ଡର ମଧ୍ୟ ଅଧିକାରୀ ହୋଇଥିଲେ।

ବୁମ୍ରା ପ୍ରଥମ ଏସୀୟ ବୋଲର ଭାବେ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ଅଷ୍ଟ୍ରେଲିଆରେ ଗୋଟିଏ ଇନିଂସରେ ୫ ୱିକେଟ୍ ନେଇ କୀର୍ତ୍ତିମାନ କରିଥିଲେ। ଏହି ପ୍ରଦର୍ଶନ ଆଧାରରେ ସେ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ମଧ୍ୟ ବହୁ ଉପରକୁ ଉଠିଛନ୍ତି। ବର୍ତ୍ତମାନ ବୁମ୍ରା ଟେଷ୍ଟ ରାଙ୍କିଙ୍ଗରେ ତୃତୀୟ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଯଦି ବୁମ୍ରା ଭଲ ପ୍ରଦର୍ଶନ କରିଥାନ୍ତେ, ତାହେଲେ ସେ ହୁଏତ ପ୍ରଥମ କିମ୍ବା ଦ୍ୱିତୀୟ ସ୍ଥାନକୁ ଉଠିପାରିଥାନ୍ତେ। କିନ୍ତୁ ଆହତ ସମସ୍ୟା ତାଙ୍କୁ ସିରିଜରୁ ବାହାର କରିଦେଇଛି।

ବୁମ୍ରା ଏପର୍ଯ୍ୟନ୍ତ ଭାରତ ପକ୍ଷରୁ ୧୨ ଟେଷ୍ଟ ଖେଳି ୧୯.୨୪ ହାରରେ ୬୨ ୱିକେଟ୍ ନେଇଛନ୍ତି। ବୁମ୍ରା ମଧ୍ୟ ଦିନିକିଆ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନରେ ଅଛନ୍ତି। ବୁମ୍ରାଙ୍କ ସ୍ଥାନରେ ସାମିଲ୍ ହୋଇଥିବା ଉମେଶଙ୍କର ମଧ୍ୟ ଟେଷ୍ଟରେ ଭଲ ପ୍ରଦର୍ଶନ ରହିଛି। ସେ ଭାରତ ପକ୍ଷରୁ ୪୧ ଟେଷ୍ଟରେ ୧୧୯ ୱିକେଟ୍ ନେଇଛନ୍ତି।

ଭାରତୀୟ ଟେଷ୍ଟ ସ୍କ୍ୱାଡ୍: ବିରାଟ୍ କୋହଲି (କ୍ୟାପଟେନ୍), ମୟଙ୍କ ଅଗ୍ରୱାଲ୍, ରୋହିତ୍ ଶର୍ମା, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ (ଭାଇସ୍-କ୍ୟାପଟେନ୍), ହନୁମା ବିହାରୀ, ରିଷଭ ପନ୍ତ (ୱିକେଟକିପର), ଋଦ୍ଧିମାନ ସାହା (ୱିକେଟକିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, କୁଲଦୀପ ଯାଦବ, ମହମ୍ମଦ ଶାମି, ଉମେଶ ଯାଦବ, ଈଶାନ୍ତ ଶର୍ମା, ଶୁବମାନ୍ ଗିଲ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story