କ୍ରମାଗତ ତୃତୀୟ ମ୍ୟାଚରେ ଏହି ଲଜ୍ଜାଜନକ ରେକର୍ଡ କଲେ ବୁମ୍ରା

ଅକଲ୍ୟାଣ୍ଡ୍‌: ଟିମ୍ ଇଣ୍ଡିଆର ଏକ ନମ୍ବର ପେସ୍ ବୋଲର ଯଶପ୍ରୀତ ବୁମ୍ରା ଦିନିକିଆରେ ନିଜର ଖରାପ ପ୍ରଦର୍ଶନ ଜାରି ରଖିଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବୁମ୍ରା କୌଣସି ସଫଳତା ପାଇନାହାନ୍ତି। ସେ ୧୦ ଓରଭରେ ୬୪ ରନ୍ ବ୍ୟୟ କରିଥିଲେ ହେଁ, କୌଣସି ୱିକେଟ୍ ନେବାରେ ସଫଳ ହୋଇଛନ୍ତି। ଏଥିସହ ବୁମ୍ରା ଲଗାତର ତୃତୀୟ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ କୌଣସି ୱିକେଟ୍ ନପାଇବାର ଲଜ୍ଜାଜନକ ରେକର୍ଡ କରିଛନ୍ତି। ଏହା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପ୍ରଥମ ଦିନିକିଆରେ […]

bumrah

Ranjit Kumar Jena
  • Published: Saturday, 08 February 2020
  • , Updated: 08 February 2020, 01:36 PM IST

ଅକଲ୍ୟାଣ୍ଡ୍‌: ଟିମ୍ ଇଣ୍ଡିଆର ଏକ ନମ୍ବର ପେସ୍ ବୋଲର ଯଶପ୍ରୀତ ବୁମ୍ରା ଦିନିକିଆରେ ନିଜର ଖରାପ ପ୍ରଦର୍ଶନ ଜାରି ରଖିଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବୁମ୍ରା କୌଣସି ସଫଳତା ପାଇନାହାନ୍ତି। ସେ ୧୦ ଓରଭରେ ୬୪ ରନ୍ ବ୍ୟୟ କରିଥିଲେ ହେଁ, କୌଣସି ୱିକେଟ୍ ନେବାରେ ସଫଳ ହୋଇଛନ୍ତି। ଏଥିସହ ବୁମ୍ରା ଲଗାତର ତୃତୀୟ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ କୌଣସି ୱିକେଟ୍ ନପାଇବାର ଲଜ୍ଜାଜନକ ରେକର୍ଡ କରିଛନ୍ତି।

ଏହା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପ୍ରଥମ ଦିନିକିଆରେ ବୁମ୍ରା ୧୦ ଓଭରରେ ୫୩ ରନ୍ ଦେଇ କୌଣସି ୱିକେଟ୍ ନେଇନଥିଲେ ଏବଂ ଏହି ମୁକାବିଲାରେ ଭାରତ ୩୪୭ ରନର ବିଶାଳ ସ୍କୋର କରିବା ସତ୍ତ୍ୱେ ହାରିଯାଇଥିଲା। ଅଷ୍ଟ୍ରେଲିଆ ବିପକ୍ଷ ବେଙ୍ଗାଲୁରୁରେ ଖେଳାଯାଇଥିବା ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚରେ ମଧ୍ୟ ବୁମ୍ରାଙ୍କୁ କୌଣସି ୱିକେଟ୍ ନେଇପାରି ନଥିଲେ।

ଚଳିତ ବର୍ଷ ଜାନୁଆରୀ ୧୯ ତାରିଖରେ ଖେଳାଯାଇଥିବା ସେହି ମୁକାବିଲାରେ ବୁମ୍ରା ୧୦ ଓଭରରେ ମାତ୍ର ୩୮ ରନ୍ ଦେଇଥିଲେ। କିନ୍ତୁ ଭାରତ ଏହି ମ୍ୟାଚକୁ ୭ ୱିକେଟରେ ଜିତି ନେଇଥିଲା। ଆହତ ପରେ ପ୍ରତ୍ୟାବର୍ତ୍ତନ କରିଥିବା ବୁମ୍ରା ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ କେବଳ ଗୋଟିଏ ୱିକେଟ୍ ନେଇଛନ୍ତି। ଏହା ମଧ୍ୟରେ ତାଙ୍କର ଇକୋନମୀ ୫.୧୩ ରହିଛି। ସେ ରାଜକୋଟରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଏହି ଏକମାତ୍ର ୱିକେଟ୍ ନେଇଥିଲେ।

Related story