ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପ୍: ନିଜ ରେକର୍ଡ ଭାଙ୍ଗିଲେ ଅନୁ ରାନୀ

ଦୋହା: ଭାରତର ଅଗ୍ରଣୀ ଜ୍ୟାଭେଲିନ୍ ଥ୍ରୋୟର୍ ଅନୁ ରାନୀ ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପର କ୍ୱାଲିଫିକେଶନ୍ ରାଉଣ୍ଡରେ ନିଜର ଜାତୀୟ ରେକର୍ଡ ଭାଙ୍ଗିଛନ୍ତି। ୨୭ ବର୍ଷୀୟା ଅନୁଙ୍କୁ କ୍ୱାଲିଫିକେଶନ ରାଉଣ୍ଡରେ ଗ୍ରୁପ୍-ଏ’ରେ ରଖାଯାଇଥିଲା। ସେ ନିଜର ପ୍ରଥମ ପ୍ରୟାସରେ ଜ୍ୟାଭେଲିନକୁ ୫୭.୦୫ ମିଟର୍ ଥ୍ରୋ’ କରିଥିଲେ। ସେହିପରି ଦ୍ୱିତୀୟ ପ୍ରୟାସରେ ସେ ୬୨.୪୩ ମିଟର ଦୂରତାକୁ ଥ୍ରୋ’ କରିଥିଲେ ଏବଂ ନିଜର ଜାତୀୟ ରେକର୍ଡକୁ ଭାଙ୍ଗିଥିଲେ। ତାଙ୍କର ଜାତୀୟ ରେକର୍ଡ ୬୨.୩୪ ମିଟର୍ ଥିଲା। ସେ ଏହି ଜାତୀୟ […]

annu-rani

Ranjit Kumar Jena
  • Published: Monday, 30 September 2019
  • , Updated: 30 September 2019, 08:44 PM IST

ଦୋହା: ଭାରତର ଅଗ୍ରଣୀ ଜ୍ୟାଭେଲିନ୍ ଥ୍ରୋୟର୍ ଅନୁ ରାନୀ ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପର କ୍ୱାଲିଫିକେଶନ୍ ରାଉଣ୍ଡରେ ନିଜର ଜାତୀୟ ରେକର୍ଡ ଭାଙ୍ଗିଛନ୍ତି। ୨୭ ବର୍ଷୀୟା ଅନୁଙ୍କୁ କ୍ୱାଲିଫିକେଶନ ରାଉଣ୍ଡରେ ଗ୍ରୁପ୍-ଏ'ରେ ରଖାଯାଇଥିଲା। ସେ ନିଜର ପ୍ରଥମ ପ୍ରୟାସରେ ଜ୍ୟାଭେଲିନକୁ ୫୭.୦୫ ମିଟର୍ ଥ୍ରୋ' କରିଥିଲେ।

ସେହିପରି ଦ୍ୱିତୀୟ ପ୍ରୟାସରେ ସେ ୬୨.୪୩ ମିଟର ଦୂରତାକୁ ଥ୍ରୋ' କରିଥିଲେ ଏବଂ ନିଜର ଜାତୀୟ ରେକର୍ଡକୁ ଭାଙ୍ଗିଥିଲେ। ତାଙ୍କର ଜାତୀୟ ରେକର୍ଡ ୬୨.୩୪ ମିଟର୍ ଥିଲା। ସେ ଏହି ଜାତୀୟ ରେକର୍ଡ ଚଳିତ ବର୍ଷ ମାର୍ଚ୍ଚରେ ପଟିଆଲାରେ ଆୟୋଜିତ ଫେଡେରେସନ୍ କପରେ ସ୍ଥାପନ କରିଥିଲେ। ଅନୁ ତୃତୀୟ ପ୍ରୟାସରେ ଜ୍ୟାଭେଲିନକୁ ୬୦.୫୦ ମିଟର୍ ଥ୍ରୋ' କରିଥିଲେ, ଯାହା ପରେ ସେ ନିଜ ଗ୍ରୁପରେ ତୃତୀୟ ସ୍ଥାନରେ ରହିଥିଲେ।

ପ୍ରଥମ ସ୍ଥାନରେ ଚୀନର ଲିୟୁ ଶିୟିଙ୍ଗ୍ (୬୩.୪୮ ମିଟର) ଏବଂ ଦ୍ୱିତୀୟ ସ୍ଥାନରେ ସ୍ଲୋଭେନିଆର ରାତେଜ୍ ମାର୍ଟିନା (୬୨.୮୭ ମିଟର) ରହିଥିଲେ ଫାଇନାଲରେ ସ୍ଥାନ ପକ୍କା କରିବାକୁ ହେଲେ ଅନୁଙ୍କୁ ଗ୍ରୁପ୍-ବି'ର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ। ଯଦି ଅନୁ ଏହା କରିବାରେ ସଫଳ ହୁଅନ୍ତି, ତାହେଲେ ୱାର୍ଲ୍ଡ ଚାମ୍ପିୟନଶିପର ମହିଳା ଜ୍ୟାଭେଲିନ୍ ଇଭେଣ୍ଟର ଫାଇନାଲରେ ପହଞ୍ଚିବାରେ ପ୍ରଥମ ଭାରତୀୟ ଆଥଲେଟ୍ ହେବେ। ଫାଇନାଲକୁ କ୍ୱାଲିଫାଏ କରିବା ପାଇଁ ୬୩.୫୦ ମିଟର୍ ଧାର୍ଯ୍ୟ ରହିଛି। ନହେଲେ ଗ୍ରୁପ୍-ଏ ଓ ଗ୍ରୁପ୍-ବି'କୁ ମିଶାଇ ସର୍ବଶ୍ରେଷ୍ଠ ୧୨ଟି ସ୍ଥାନରେ ରହିଥିବା ଆଥଲେଟ୍ସ ଫାଇନାଲକୁ କ୍ୱାଲିଫାଏ କରିବେ।

Related story