କିଆ ସୁପର୍ ଲିଗ୍: ଜେମିମା ରୋଡ୍ରିଗ୍ସଙ୍କ ରେକର୍ଡ ଶତକ

ନୂଆଦିଲ୍ଲୀ: ଇଂଲଣ୍ଡରେ ଚାଲିଥିବା କିଆ ସୁପର୍ ଲିଗରେ ଭାରତୀୟ ମହିଳା କ୍ରିକେଟର୍ ଜେମିମା ରୋଡ୍ରିଗ୍ସ ଇତିହାସ ରଚିଛନ୍ତି। ସେ ଏହି ଲିଗରେ ସବୁଠାରୁ ଦ୍ରୁତ ଶତକ ମାରି ନୂଆ କାରନାମା କରିଛନ୍ତି। ଜେମିମା ମାତ୍ର ୫୧ ବଲରେ ଶତକ ମାରି ଲିଜେଲ୍ ଲି’ଙ୍କ ରେକର୍ଡ ଭାଙ୍ଗିଛନ୍ତି। ଲିଜେଲ୍ ୫୫ ବଲରେ ନିଜର ଶତକ ପୂରଣ କରିଥିଲେ। ଭାରତର ୧୮ ବର୍ଷୀୟା ଜେମିମା ଅପରାଜିତ ୧୧୨ ରନର ଇନିଂସ୍ ଖେଳିଛନ୍ତି, ଯେଉଁଥିରେ ୧୭ ଚୌକା ଓ ୧ ଛକା […]

jemima

Ranjit Kumar Jena
  • Published: Monday, 26 August 2019
  • , Updated: 26 August 2019, 07:10 PM IST

ନୂଆଦିଲ୍ଲୀ: ଇଂଲଣ୍ଡରେ ଚାଲିଥିବା କିଆ ସୁପର୍ ଲିଗରେ ଭାରତୀୟ ମହିଳା କ୍ରିକେଟର୍ ଜେମିମା ରୋଡ୍ରିଗ୍ସ ଇତିହାସ ରଚିଛନ୍ତି। ସେ ଏହି ଲିଗରେ ସବୁଠାରୁ ଦ୍ରୁତ ଶତକ ମାରି ନୂଆ କାରନାମା କରିଛନ୍ତି। ଜେମିମା ମାତ୍ର ୫୧ ବଲରେ ଶତକ ମାରି ଲିଜେଲ୍ ଲି'ଙ୍କ ରେକର୍ଡ ଭାଙ୍ଗିଛନ୍ତି। ଲିଜେଲ୍ ୫୫ ବଲରେ ନିଜର ଶତକ ପୂରଣ କରିଥିଲେ।

ଭାରତର ୧୮ ବର୍ଷୀୟା ଜେମିମା ଅପରାଜିତ ୧୧୨ ରନର ଇନିଂସ୍ ଖେଳିଛନ୍ତି, ଯେଉଁଥିରେ ୧୭ ଚୌକା ଓ ୧ ଛକା ସାମିଲ୍ ଅଛି। ବିଦେଶୀ ଟି-୨୦ ଲିଗରେ କୌଣସି ଭାରତୀୟ ମହିଳା କ୍ରିକେଟରଙ୍କ ପକ୍ଷେ ଏହା ସର୍ବୋଚ୍ଚ ସ୍କୋର। ଏହା ପୂର୍ବରୁ ଏହି ରେକର୍ଡ ଭାରତୀୟ ମହିଳା ଟିମର ବିସ୍ଫୋରକ ଓପ୍ନର ସ୍ମୃତି ମନ୍ଧାନାଙ୍କ ନାଁରେ ଥିଲା। ମନ୍ଧାନା ଗତବର୍ଷ କିଆ ସୁପର୍ ଲିଗରେ ଶତକ ମାରିଥିଲେ।

ଜେମିମାଙ୍କ ଦମଦାର ଶତକୀୟ ଇନିଂସ୍ ବଳରେ ରବିବାର ଖେଳାଯାଇଥିବା ମ୍ୟାଚରେ ୟର୍କଶାୟର୍ ଡାଇମଣ୍ଡସ୍ ୪ ୱିକେଟରେ ସଦର୍ଣ୍ଣ ଭାଇପର୍ସକୁ ପରାସ୍ତ କରିଥିଲା। ସଦର୍ଣ୍ଣ ଭାଇପର୍ସ ୨୦ ଓଭରରେ ୪ ୱିକେଟ୍ ହରାଇ ୧୮୪ ରନ୍ କରିଥିଲା। ଜବାବରେ ୟର୍ସଶାୟାର୍ ଶେଷ ବଲରେ ଏହି ଲକ୍ଷ୍ୟକୁ ହାସଲ କରି ମ୍ୟାଚକୁ ଜିତି ନେଇଥିଲା। ଜେମିମାଙ୍କ ବ୍ୟତୀତ ୟର୍କଶାୟର ପକ୍ଷରୁ ଅନ୍ୟ କୌଣସି ବ୍ୟାଟ୍ସୱିମେନ୍ ବଡ଼ ସ୍କୋର କରିବାକୁ ସମର୍ଥ ହୋଇନଥିଲେ।

ଚଳିତ ଲିଗରେ ଜେମିମା ଏପର୍ଯ୍ୟନ୍ତ ୯ ମ୍ୟାଚ୍ ଖେଳି ୫୬.୮୩ ହାରରେ ୩୪୧ ରନ୍ କରି ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତାଙ୍କର ଷ୍ଟ୍ରାଇକରେଟ୍ ୧୪୧.୪୯ ରହିଛି। ସଦର୍ଣ୍ଣ ଭାଇପର୍ସର ଡାନିଏଲ୍ ୟାଟ୍ଟ ୮ ମ୍ୟାଚରେ ୩୬୨ ରନ୍ ସହ ଶୀର୍ଷରେ ଅଛନ୍ତି।

Related story