ପ୍ରଥମ ଦଳ ଭାବେ ରଣଜୀ ଟ୍ରଫିରେ ଏହି ରେକର୍ଡ କଲା ଝାରଖଣ୍ଡ

ଅଗରତାଲା: ୮୫ ବର୍ଷର ରଣଜୀ ଟ୍ରଫିର ଇତିହାସରେ ଝାରଖଣ୍ଡ ନୂଆ ରେକର୍ଡ ସ୍ଥାପନ କରିଛି। ଗୁରୁବାର ଏଠାରେ ଅନୁଷ୍ଠିତ ତ୍ରିପୁରା ବିପକ୍ଷ ରଣଜୀ ଟ୍ରଫିର ଏକ ମୁକାବିଲାରେ ଝାରଖଣ୍ଡ ଫଲୋଅନ୍ ଖାଇବା ସତ୍ତ୍ୱେ ମ୍ୟାଚକୁ ଜିତି ନୂଆ ଇତିହାସ ରଚିଛି। ଉକ୍ତ ମ୍ୟାଚରେ ଝାରଖଣ୍ଡ ୫୪ ରନରେ ବିଜୟୀ ହୋଇଥିଲା। ଉକ୍ତ ମ୍ୟାଚରେ ତ୍ରିପୁରା ପ୍ରଥମ ଇନିଂସରେ ୨୮୯ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଝାରଖଣ୍ଡ ୧୩୬ ରନରେ ଅଲଆଉଟ୍ ହୋଇ ଫଲୋଅନର ଶିକାର ହୋଇଥିଲା। […]

ranji

ranji

Ranjit Kumar Jena
  • Published: Friday, 13 December 2019
  • Updated: 13 December 2019, 06:48 PM IST

ଅଗରତାଲା: ୮୫ ବର୍ଷର ରଣଜୀ ଟ୍ରଫିର ଇତିହାସରେ ଝାରଖଣ୍ଡ ନୂଆ ରେକର୍ଡ ସ୍ଥାପନ କରିଛି। ଗୁରୁବାର ଏଠାରେ ଅନୁଷ୍ଠିତ ତ୍ରିପୁରା ବିପକ୍ଷ ରଣଜୀ ଟ୍ରଫିର ଏକ ମୁକାବିଲାରେ ଝାରଖଣ୍ଡ ଫଲୋଅନ୍ ଖାଇବା ସତ୍ତ୍ୱେ ମ୍ୟାଚକୁ ଜିତି ନୂଆ ଇତିହାସ ରଚିଛି। ଉକ୍ତ ମ୍ୟାଚରେ ଝାରଖଣ୍ଡ ୫୪ ରନରେ ବିଜୟୀ ହୋଇଥିଲା।

ଉକ୍ତ ମ୍ୟାଚରେ ତ୍ରିପୁରା ପ୍ରଥମ ଇନିଂସରେ ୨୮୯ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଝାରଖଣ୍ଡ ୧୩୬ ରନରେ ଅଲଆଉଟ୍ ହୋଇ ଫଲୋଅନର ଶିକାର ହୋଇଥିଲା। ତେବେ ଝାରଖଣ୍ଡ ଦ୍ୱିତୀୟ ଇନିଂସରେ ୮ ୱିକେଟ୍ ହରାଇ ୪୧୮ ରନ୍ କରି ପାଳି ଘୋଷଣା କରିଥିଲା ଏବଂ ତ୍ରିପୁରାକୁ ୨୬୬ ରନର ଟାର୍ଗେଟ୍ ଦେଇଥିଲା। ଏହି ଚ୍ୟାଲେଞ୍ଜିଂ ଲକ୍ଷ୍ୟର ପିଛା କରି ତ୍ରିପୁରା ୨୧୧ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଝାରଖଣ୍ଡର ଏହି ବିଜୟ ୨୦୦୧ରେ ଇଡେନ୍ ଗାର୍ଡେନ୍ସରେ ଅଷ୍ଟ୍ରେଲିଆ ବିପକ୍ଷ ଭାରତର ଐତିହାସିକ ବିଜୟ କଥା ମନେ ପକାଇ ଦେଇଛି। ଇଡେନରେ ଭାରତ ଫଲୋଅନ୍ ଖାଇବା ସତ୍ତ୍ୱେ ଭାରତ ମ୍ୟାଚକୁ ୧୭୧ ରନରେ ଜିତି ଇତିହାସ ରଚିଥିଲା।

ଝାରଖଣ୍ଡ ଓ ତ୍ରିପୁରା ମ୍ୟାଚର ପ୍ରଥମ ଦୁଇ ଦିନ ଘରୋଇ ଦଳ କବଜାରେ ଥିଲା। କିନ୍ତୁ ଶେଷ ଦୁଇ ଦିନରେ ଝାରଖଣ୍ଡ ବାଜି ପଲଟାଇ ଦେଇଥିଲା। ଦ୍ୱିତୀୟ ଇନିଂସରେ ଝାରଖଣ୍ଡ ଏକ ସମୟରେ ୧୩୮ ରନରେ ୫ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା ବେଳେ ଈଶାଙ୍କ ଜାଗି ଓ କ୍ୟାପଟେନ୍ ସୌରଭ ତିୱାରୀ ଷଷ୍ଠ ୱିକେଟ୍ ପାଇଁ ୨୫୨ ରନର ଭାଗୀଦାରୀ କରିଥିଲେ। ଜାଗି ୨୦୭ ବଲରେ ୯ ଚୌକା ଓ ୨ ଛକା ସହ ୧୦୭ ଓ ତିୱାରୀ ୧୯୦ ବଲରେ ୮ ଚୌକା ସହ ଅପରାଜିତ ୧୨୨ ରନ୍ କରିଥିଲେ। ସେହିପରି ବୋଲିଂରେ ଝାରଖଣ୍ଡର ଆଶିଷ କୁମାର ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ବିବେକାନନ୍ଦ ତିୱାରୀ ୩ଟି ଓ ଅଜୟ ଯାଦବ ୨ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story