ଆନ୍ତର୍ଜାତିକ ଟି-୨୦ ମହିଳା କ୍ରିକେଟ୍‌: ଝୁଲଣ ଗୋସ୍ୱାମୀ ଭାରତରେ ସର୍ବାଧିକ ୱିକେଟ୍‌ ଟେକର

ନୂଆଦିଲ୍ଲୀ: ଆନ୍ତର୍ଜାତିକ ଟି-୨୦ରେ ୫୦ ୱିକେଟ୍‌ ଅକ୍ତିଆର କରିଥିବା ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ର ମଧ୍ୟମ ଗତି ବୋଲର ଝୁଲଣ ଗୋସ୍ୱାମୀ ରାଙ୍କିରେ ଭାରତରେ ଏକ ନମ୍ୱର ଓ ବିଶ୍ୱରେ ଅଷ୍ଟମ ସ୍ଥାନରେ ରହିଛନ୍ତି। ଗତକାଲି ମହିଳା ଟି-୨୦ ଏସିଆ କପ୍‌ର ଫାଇନାଲ ମ୍ୟାଚରେ ସେ ପାକିସ୍ତାନ ବିପକ୍ଷରେ ଏହି କିର୍ତ୍ତୀମାନ ସ୍ଥାପନ କରିଛନ୍ତି। ଝୁଲଣ ତାଙ୍କ କ୍ୟାରିଅରରେ ୬୦ଟି ଟି-୨୦ ମ୍ୟାଚ୍‌ ଖେଳି ୨୦.୯୦ ହାରରେ ୫୦ଟି ୱିକେଟ୍‌ ନେଇଛନ୍ତି। ଆନ୍ତର୍ଜାତିକ ଟି-୨୦ରେ ସର୍ବାଧିକ ୱିକେଟ୍‌ […]

jhulan-goswami

Rakesh Mallick
  • Published: Monday, 05 December 2016
  • , Updated: 05 December 2016, 05:26 PM IST

ନୂଆଦିଲ୍ଲୀ: ଆନ୍ତର୍ଜାତିକ ଟି-୨୦ରେ ୫୦ ୱିକେଟ୍‌ ଅକ୍ତିଆର କରିଥିବା ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ର ମଧ୍ୟମ ଗତି ବୋଲର ଝୁଲଣ ଗୋସ୍ୱାମୀ ରାଙ୍କିରେ ଭାରତରେ ଏକ ନମ୍ୱର ଓ ବିଶ୍ୱରେ ଅଷ୍ଟମ ସ୍ଥାନରେ ରହିଛନ୍ତି। ଗତକାଲି ମହିଳା ଟି-୨୦ ଏସିଆ କପ୍‌ର ଫାଇନାଲ ମ୍ୟାଚରେ ସେ ପାକିସ୍ତାନ ବିପକ୍ଷରେ ଏହି କିର୍ତ୍ତୀମାନ ସ୍ଥାପନ କରିଛନ୍ତି।

ଝୁଲଣ ତାଙ୍କ କ୍ୟାରିଅରରେ ୬୦ଟି ଟି-୨୦ ମ୍ୟାଚ୍‌ ଖେଳି ୨୦.୯୦ ହାରରେ ୫୦ଟି ୱିକେଟ୍‌ ନେଇଛନ୍ତି।

ଆନ୍ତର୍ଜାତିକ ଟି-୨୦ରେ ସର୍ବାଧିକ ୱିକେଟ୍‌ ନେଇଛନ୍ତି ୱେଷ୍ଟଇଣ୍ଡିଜ୍‌ ମହିଳା ଟିମ୍‌ର ଅଫ୍‌ ସ୍ପିନର ଅମୀସା ମହମ୍ମଦ। ସେ ୮୯ ମ୍ୟାଚ ଖେଳି ୧୦୪ଟି ୱିକେଟ୍‌ ନେଇଛନ୍ତି।

Related story