ଏସିଆନ୍ ରେସଲିଂ ଚାମ୍ପିୟନଶିପ୍‌: ରୌପ୍ୟରେ ସନ୍ତୁଷ୍ଟ ହେଲେ ଜିତେନ୍ଦ୍ର

ନୂଆଦିଲ୍ଲୀ: ଭାରତୀୟ ରେସଲର ଜିତେନ୍ଦ୍ର କୁମାର ଏଠାରେ ଚାଲିଥିବା ଏସିଆନ୍ ରେସଲିଂ ଚାମ୍ପିୟନଶିପର ୭୪ କେଜି ବର୍ଗର ଫାଇନାଲରେ କଜାଖସ୍ତାନର ଡିଫେଣ୍ଡିଂ ଚାମ୍ପିୟନଦ୍ ଦାନିୟାର୍ କୈସାନୋଭଙ୍କଠାରୁ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ଫାଇନାଲରେ ପହଞ୍ଚି ଅଲିମ୍ପିକ୍ କ୍ୱାଲିଫାୟର୍ ପାଇଁ ଭାରତୀୟ ଦଳରେ ସ୍ଥାନ ପକ୍କା କରିଥିବା ଜିତେନ୍ଦ୍ର ୧-୩ରେ ପରାସ୍ତ ହୋଇଛନ୍ତି। ଜିତେନ୍ଦ୍ର ନିଜର କ୍ୱାଲିଫିକେଶନ୍ ମୁକାବିଲାକୁ ସହଜରେ ଜିତି ନେଇଥିଲେ। ଏହା ପରେ ସେ ଇରାନର ମୁସ୍ତାଫା ମୋହାବାଲି ହୁସେନଖାନି (୨-୨) ଓ ମଙ୍ଗୋଲିଆର […]

jitender

Ranjit Kumar Jena
  • Published: Sunday, 23 February 2020
  • , Updated: 23 February 2020, 09:56 PM IST

ନୂଆଦିଲ୍ଲୀ: ଭାରତୀୟ ରେସଲର ଜିତେନ୍ଦ୍ର କୁମାର ଏଠାରେ ଚାଲିଥିବା ଏସିଆନ୍ ରେସଲିଂ ଚାମ୍ପିୟନଶିପର ୭୪ କେଜି ବର୍ଗର ଫାଇନାଲରେ କଜାଖସ୍ତାନର ଡିଫେଣ୍ଡିଂ ଚାମ୍ପିୟନଦ୍ ଦାନିୟାର୍ କୈସାନୋଭଙ୍କଠାରୁ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ଫାଇନାଲରେ ପହଞ୍ଚି ଅଲିମ୍ପିକ୍ କ୍ୱାଲିଫାୟର୍ ପାଇଁ ଭାରତୀୟ ଦଳରେ ସ୍ଥାନ ପକ୍କା କରିଥିବା ଜିତେନ୍ଦ୍ର ୧-୩ରେ ପରାସ୍ତ ହୋଇଛନ୍ତି।

ଜିତେନ୍ଦ୍ର ନିଜର କ୍ୱାଲିଫିକେଶନ୍ ମୁକାବିଲାକୁ ସହଜରେ ଜିତି ନେଇଥିଲେ। ଏହା ପରେ ସେ ଇରାନର ମୁସ୍ତାଫା ମୋହାବାଲି ହୁସେନଖାନି (୨-୨) ଓ ମଙ୍ଗୋଲିଆର ସୁମିୟାର ଜାନ୍ଦାନବଡ (୨-୧)ଙ୍କୁ ହରାଇଥିଲେ। ସେହିପରି ଭାରତର ଅନ୍ୟତମ ଷ୍ଟାର୍ ରେସଲର୍ ଦୀପକ ପୁନିଆ (୮୬ କେଜି) ଓ ରାହୁଲ୍ ଆୱାରେ (୬୧ କେଜି) ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ସେ ବ୍ରୋଞ୍ଜ ପଦକ ମୁକାବିଲାରେ ଇରାକର ଇସା ଅବଦୁଲସଲାମ୍ ଅବଦୁଲୱହାବ ଅଲ୍ ଓବୈଦୀଙ୍କୁ ଟେକନିକାଲ୍ ସୁପରରିଅରିଟିରେ ୧୦-୦ ପଏଣ୍ଟରେ ହରାଇ ଏହି ସଫଳତା ଅର୍ଜନ କରିଛନ୍ତି। ରାହୁଲ୍ ବ୍ରୋଞ୍ଜ ପଦକ ମ୍ୟାଚରେ ଇରାନର ମାଜିଦ୍ ଅଲମାସ ଦାସ୍ତାନଙ୍କୁ ୫-୨ରେ ପରାସ୍ତ କରିଛନ୍ତି।

Related story