ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରୁ ରୁଟ୍ ଆଉଟ୍‌

ଲଣ୍ଡନ: ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଇଂଲଣ୍ଡ ଦିନିକିଆ ଓ ଟି-୨୦ ଦଳର ଘୋଷଣା କରିଛି। ଟିମର ସବୁଠାରୁ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ଟି-୨୦ ଦଳରେ ସ୍ଥାନ ମିଳିନାହିଁ। ମିଳିଥିବା ରିପୋର୍ଟ ଅନୁଯାୟୀ, ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ପ୍ରସ୍ତୁତି ପାଇଁ ଚୟନକର୍ତ୍ତା ନୂଆ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚାହାନ୍ତି ଏବଂ ଏହି କାରଣରୁ ରୁଟଙ୍କୁ ବାଦ୍ ଦିଆଯାଇଛି। ତେବେ ରୁଟ୍ ଦିନିକିଆ ସ୍କ୍ୱାଡରେ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ଜୋଫ୍ରା ଆର୍ଚର୍‌, […]

root

root

Ranjit Kumar Jena
  • Published: Friday, 13 December 2019
  • Updated: 13 December 2019, 08:33 PM IST

Sports

Latest News

ଲଣ୍ଡନ: ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଇଂଲଣ୍ଡ ଦିନିକିଆ ଓ ଟି-୨୦ ଦଳର ଘୋଷଣା କରିଛି। ଟିମର ସବୁଠାରୁ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ଟି-୨୦ ଦଳରେ ସ୍ଥାନ ମିଳିନାହିଁ। ମିଳିଥିବା ରିପୋର୍ଟ ଅନୁଯାୟୀ, ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ପ୍ରସ୍ତୁତି ପାଇଁ ଚୟନକର୍ତ୍ତା ନୂଆ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚାହାନ୍ତି ଏବଂ ଏହି କାରଣରୁ ରୁଟଙ୍କୁ ବାଦ୍ ଦିଆଯାଇଛି। ତେବେ ରୁଟ୍ ଦିନିକିଆ ସ୍କ୍ୱାଡରେ ସ୍ଥାନ ବଜାୟ ରଖିଛନ୍ତି।

ସେହିପରି ଜୋଫ୍ରା ଆର୍ଚର୍‌, ଜୋସ୍ ବଟଲର୍‌, ବେନ୍ ଷ୍ଟୋକ୍ସ ଏବଂ ମାର୍କ ଉଡଙ୍କୁ ଦିନିକିଆ ସିରିଜ୍ ପାଇଁ ବିଶ୍ରାମ ଦିଆଯାଇଛି । ଦିନିକିଆ ଦଳରେ ୱର୍ସେଷ୍ଟରଶାୟର୍ ଦଳର ପେସ୍ ବୋଲର ପ୍ୟାଟ୍ ବ୍ରାଉନ୍‌, ସମରସେଟ୍ ବ୍ୟାଟ୍ସମ୍ୟାନ୍ ଟମ୍ ବାଣ୍ଟନ୍‌, ଲାଙ୍କଶାୟାରର ମାଥ୍ୟୁ ପର୍କିନସନ୍ ଏବଂ ସାକିବ୍ ମେହମୁଦଙ୍କୁ ନୂଆ ମୁହଁ ଭାବେ ସାମିଲ୍ କରାଯାଇଛି। ତେବେ ଆର୍ଚର୍‌, ବଟଲର୍‌, ଷ୍ଟୋକ୍ସ ଓ ଉଡଙ୍କୁ ଟି-୨୦ ସିରିଜ୍ ପାଇଁ ଟିମରେ ସାମିଲ୍ କରାଯାଇଛି। ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ଏହି ଚାରି ଖେଳାଳିଙ୍କୁ ନିଆଯାଇଛି । ଗତମାସରେ ନ୍ୟୁଜିଲ୍ୟାଣ୍ଡରେ ଟି-୨୦ ସିରିଜ୍ ଖେଳିଥିବା ସାମ୍ ବିଲିଙ୍ଗସ୍‌, ଜେମ୍ସ ଭିନ୍ସ ଓ ଲୁଇସ୍ ଗ୍ରିଗୋରୀଙ୍କୁ ଇଂଲଣ୍ଡ ଟିମକୁ ବାଦ୍ ଦିଆଯାଇଛି।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଫେବୃଆରୀ ୪ ତାରିଖରୁ କେପଟାଉନରେ ଆରମ୍ଭ ହେବ। ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ୭ ତାରିଖରେ ଡର୍ବାନ୍ ଏବଂ ତୃତୀୟ ମ୍ୟାଚ୍ ୯ ତାରିଖରେ ଜୋହାନସବର୍ଗରେ ଖେଳାଯିବ। ଏହା ପରେ ଫେବୃଆରୀ ୧୨ ତାରିଖରୁ ଟି-୨୦ ସିରିଜ୍ ଆରମ୍ଭ ହେବ।

ଦିନିକିଆ ସ୍କ୍ୱାଡ୍‌: ଇଆନ୍ ମୋର୍ଗାନ୍‌, ମୋଇନ୍ ଅଲୀ, ଜନ୍ନି ବେୟାରଷ୍ଟୋ, ଟମ୍ ବାଣ୍ଟନ, ପ୍ୟାଟ୍ ବ୍ରାଉନ୍‌, ସାମ୍ କୁରାନ୍‌, ଟମ୍ କୁରାନ୍‌, ଜୋ ଡେନଲୀ, କ୍ରିସ୍ ଜୋର୍ଡାନ୍‌, ସାକିବ୍ ମେହମୁଦ୍‌, ଡେୱିଡ୍ ମାଲାନ୍‌, ମାଥ୍ୟୁ ପର୍କିନସନ୍‌, ଆଦିଲ୍ ରଶିଦ୍‌, ଜୋ ରୁଟ୍‌, ଜେସନ୍ ରୟ, କ୍ରିସ୍ ଓକ୍ସ।

ଟି-୨୦ ସ୍କ୍ୱାଡ୍‌: ଇଆନ୍ ମୋର୍ଗାନ୍‌, ମୋଇନ୍ ଅଲୀ, ଜୋଫ୍ରା ଆର୍ଚର୍‌, ଜନ୍ନି ବେୟାରଷ୍ଟୋ, ଜୋସ୍ ବଟଲର୍‌, ପ୍ୟାଟ୍ ବ୍ରାଉନ୍‌, ସାମ୍ କୁରାନ୍‌, ଟମ୍ କୁରାନ୍‌, ଜୋ ଡେନଲୀ, କ୍ରିସ୍ ଜୋର୍ଡାନ୍‌, ଡେୱିଡ୍ ମାଲାନ୍‌, ମ୍ୟାଟ୍ ପର୍କିନସନ୍‌, ଆଦିଲ୍ ରଶିଦ୍‌, ଜେସନ୍ ରୟ, ବେନ୍ ଷ୍ଟୋକ୍ସ, ମାର୍କ ଉଡ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos