ନିଜ ପେନାଲ୍ଟି ଅଞ୍ଚଳରୁ ଭାରତର ଗୋଲପୋଷ୍ଟରେ ବଲ୍‌ ପହଞ୍ଚାଇଲେ ଏହି ଗୋଲ୍‌କିପର

ସାଉଦି:ଭାରତ ବିପକ୍ଷରେ ସାଉଦି ଆରବର କିଙ୍ଗ ଅବ୍‌ଦୁଲ୍ଲା ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ଠାରେ ଖେଳାଯାଉଥିବା ଏକ ଫୁଟ୍‌ବଲ୍‌ ମ୍ୟାଚ୍‌ରେ ଅଦ୍‌ଭୁତ ଗୋଲ୍‌ କରିପାରିଛନ୍ତି ଜୋର୍ଡାନ୍‌ ଗୋଲ୍‌କିପର। ଆମେର୍‌ ସାଫି ନାମକ ଏହି ଗୋଲ୍‌କିପର ନିଜ ପେନାଲ୍ଟି ଅଞ୍ଚଳରୁ ଅର୍ଥାତ ଗୋଲପୋଷ୍ଟ ପାଖ ଅଞ୍ଚଳରୁ ଗୋଟିଏ କିକ୍‌ରେ ଆରପଟ ଗୋଲ୍‌ପୋଷ୍ଟରେ ବଲ୍‌ ପହଞ୍ଚାଇପାରିଛନ୍ତି। ସେ ବଲ୍‌କୁ କିକ୍ କରିବାପରେ ଏହା ଗୋଟିଏ ଥର ମାତ୍ର ତଳେ ପଡ଼ି ପୁଣି ଉଠିଥିଲା କିନ୍ତୁ ଭାରତୀୟ ଗୋଲ୍‌କିପର ଗୁରପ୍ରୀତ ସିଂହ ଏହାର ଗତିପଥ ବଦଳାଇବା […]

jordan

Subrat Kumar Nayak
  • Published: Tuesday, 20 November 2018
  • , Updated: 20 November 2018, 08:44 AM IST

ସାଉଦି:ଭାରତ ବିପକ୍ଷରେ ସାଉଦି ଆରବର କିଙ୍ଗ ଅବ୍‌ଦୁଲ୍ଲା ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ଠାରେ ଖେଳାଯାଉଥିବା ଏକ ଫୁଟ୍‌ବଲ୍‌ ମ୍ୟାଚ୍‌ରେ ଅଦ୍‌ଭୁତ ଗୋଲ୍‌ କରିପାରିଛନ୍ତି ଜୋର୍ଡାନ୍‌ ଗୋଲ୍‌କିପର। ଆମେର୍‌ ସାଫି ନାମକ ଏହି ଗୋଲ୍‌କିପର ନିଜ ପେନାଲ୍ଟି ଅଞ୍ଚଳରୁ ଅର୍ଥାତ ଗୋଲପୋଷ୍ଟ ପାଖ ଅଞ୍ଚଳରୁ ଗୋଟିଏ କିକ୍‌ରେ ଆରପଟ ଗୋଲ୍‌ପୋଷ୍ଟରେ ବଲ୍‌ ପହଞ୍ଚାଇପାରିଛନ୍ତି।

ସେ ବଲ୍‌କୁ କିକ୍ କରିବାପରେ ଏହା ଗୋଟିଏ ଥର ମାତ୍ର ତଳେ ପଡ଼ି ପୁଣି ଉଠିଥିଲା କିନ୍ତୁ ଭାରତୀୟ ଗୋଲ୍‌କିପର ଗୁରପ୍ରୀତ ସିଂହ ଏହାର ଗତିପଥ ବଦଳାଇବା ବା ଏହାକୁ ଅଟକାଇବାର ପ୍ରୟାସ କରିଥିଲେ ମଧ୍ୟ ସେ ଏଥିରେ ବିଫଳ ହୋଇଥିଲେ। ବଲ୍‌ଟି ତାଙ୍କ ହାତ ବାଜି ସିଧା ଗୋଲ୍‌ପୋଷ୍ଟରେ ପହଞ୍ଚିଯାଇଥିଲା।

ଏହା ପୂର୍ବରୁ ଖାଲି ବନି ଆତିହା ନାମକ ଜଣେ ଜୋର୍ଡାନ୍‌ ଖେଳାଳିଙ୍କ ପେନାଲ୍ଟି ପ୍ରୟାସକୁ ଗୁରପ୍ରୀତ ଅଟକାଇବାରେ ସଫଳ ହୋଇଥିଲେ ମଧ୍ୟ ଆମେର୍‌ଙ୍କ କିକ୍‌କୁ ବୁଝିପାରିନଥିଲେ। ଏହି ଅଦ୍ଭୁତ ଗୋଲ୍‌ ସହିତ ଭାରତ-ଜୋର୍ଡାନ୍ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଜୋର୍ଡାନ୍‌ ୨-୧ରେ ବିଜୟୀ ହୋଇଥିଲା।
https://youtu.be/3KAY8T7TAT4

Related story