ଜୁନିଅର ବିଶ୍ୱକପ୍‌ ହକି ଫାଇନାଲରେ ଭାରତ

ଲକ୍ଷ୍ନୌ: ଜୁନିଅର ବିଶ୍ୱକପ୍‌ ହକି ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଛି। ଆଜି ଖେଳାଯାଇଥିବା ମ୍ୟାଚ୍‌ରେ ପେନାଲଟି ସୁଟ୍‌ ଆଉଟ୍‌ରେ ଭାରତ ୪-୨ରେ ବିଜୟୀ ହୋଇଛି। ନିର୍ଦ୍ଧାରିତ ସମୟରେ ଉଭୟ ଦଳ ୨-୨ ଗୋଲ କରିଥିଲେ। ଫଳରେ ପେନାଲଟି ସିଟ୍‌ଆଉଟ୍‌ର ସହାୟତା ନିଆଯାଇଥିଲା। ମ୍ୟାଚ୍‌ ଆରମ୍ଭର ୧୪ ତମ ମିନିଟ୍‌ରେ ଟମ୍‌ କ୍ରାଇଗ୍‌ ଏକ ଗୋଲ ଦେଇ ଅଷ୍ଟ୍ରେଲିଆକୁ ୧-୦ର ଅଗ୍ରଣୀ ଦେଇଥିଲେ। ୪୨ତମ ମିନିଟ୍‌ରେ ଗୁରୁଜନ୍ତ ସିଂହଙ୍କ ଗୋଲ ବଳରେ ଭାରତ ୧-୧ […]

hockey

Rakesh Mallick
  • Published: Friday, 16 December 2016
  • , Updated: 16 December 2016, 10:55 PM IST

ଲକ୍ଷ୍ନୌ: ଜୁନିଅର ବିଶ୍ୱକପ୍‌ ହକି ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଛି। ଆଜି ଖେଳାଯାଇଥିବା ମ୍ୟାଚ୍‌ରେ ପେନାଲଟି ସୁଟ୍‌ ଆଉଟ୍‌ରେ ଭାରତ ୪-୨ରେ ବିଜୟୀ ହୋଇଛି।

ନିର୍ଦ୍ଧାରିତ ସମୟରେ ଉଭୟ ଦଳ ୨-୨ ଗୋଲ କରିଥିଲେ। ଫଳରେ ପେନାଲଟି ସିଟ୍‌ଆଉଟ୍‌ର ସହାୟତା ନିଆଯାଇଥିଲା।

ମ୍ୟାଚ୍‌ ଆରମ୍ଭର ୧୪ ତମ ମିନିଟ୍‌ରେ ଟମ୍‌ କ୍ରାଇଗ୍‌ ଏକ ଗୋଲ ଦେଇ ଅଷ୍ଟ୍ରେଲିଆକୁ ୧-୦ର ଅଗ୍ରଣୀ ଦେଇଥିଲେ। ୪୨ତମ ମିନିଟ୍‌ରେ ଗୁରୁଜନ୍ତ ସିଂହଙ୍କ ଗୋଲ ବଳରେ ଭାରତ ୧-୧ ସ୍ଥିତିକୁ ଆସିଥିଲା। ଏହାର ୬ ମିନିଟ୍‌ ପରେ ଭାରତ ପକ୍ଷରୁ ମନଦୀପ ସିଂହ ଆଉ ଏକ ଗୋଲ୍‌ ଦେଇ ଦଳକୁ ୨-୧ର ଅଗ୍ରଣୀ ଦେଇଥିଲେ। ତେବେ ଖେଳର ୫୭ତମ ମିନିଟ୍‌ରେ ଏଲ୍‌. ସାର୍ପ ଗୋଲ ଦେଇ ଅଷ୍ଟ୍ରେଲିଆକୁ ବରାବର ସ୍ଥିତିକୁ ନେଇ ଆସିଥିଲେ।

ଆସନ୍ତା ୧୮ ତାରିଖ ରବିବାର ଦିନ ଭାରତ ଫାଇନାଲରେ ବେଲଜିୟମକୁ ଭେଟିବ। ବେଲଜିୟମ ଦୁଇଥର ଚାମ୍ପିୟନ ଜର୍ମାନୀକୁ ପେନାଲଟି ସୁଟ୍‌ ଆଉଟ୍‌ (୪-୩)ରେ ହରାଇ ଫାଇନାଲକୁ ଆସିଛି।

Related story