କବାଡ଼ି ଖେଳାଳି ସ୍ନେହାଙ୍କୁ ଅସଦାଚରଣ ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ

କାନପୁର: ଜାତୀୟ ସ୍ତରର କବାଡ଼ି ଖେଳାଳି ସ୍ନେହା ସିଂହଙ୍କୁ ଅସଦାଚରଣ ଘଟଣାରେ ପୋଲିସ୍ ମୁଖ୍ୟ ଅଭିଯୁକ୍ତ ଉଜାଲା ଠାକୁରଙ୍କୁ ଗିରଫ କରିଛି। ଏହା ସହିତ କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ଦୁଇ ଜଣ ପୋଲିସ୍ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜଣଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଆଉ ଜଣଙ୍କୁ ବଦଳି କରାଯାଇଛି। ଅଭିଯୋଗ ଅନୁଯାୟୀ, ଘଟଣାଟି ଘଟିଥିଲା ଜୁଲାଇ ୧୫ ତାରିଖରେ। ଦୁଇ ଜଣ ଅଭିଯୁକ୍ତ ଉଜାଲା ଠାକୁର ଓ ଗାନ୍ଧୀ ଜୋରଜବରଦସ୍ତ ସ୍ନେହାଙ୍କ ଘର […]

SnehaSingh

SnehaSingh

Rakesh Mallick
  • Published: Thursday, 25 June 2015
  • Updated: 25 June 2015, 01:17 PM IST

Sports

Latest News

କାନପୁର: ଜାତୀୟ ସ୍ତରର କବାଡ଼ି ଖେଳାଳି ସ୍ନେହା ସିଂହଙ୍କୁ ଅସଦାଚରଣ ଘଟଣାରେ ପୋଲିସ୍ ମୁଖ୍ୟ ଅଭିଯୁକ୍ତ ଉଜାଲା ଠାକୁରଙ୍କୁ ଗିରଫ କରିଛି। ଏହା ସହିତ କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ଦୁଇ ଜଣ ପୋଲିସ୍ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜଣଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଆଉ ଜଣଙ୍କୁ ବଦଳି କରାଯାଇଛି।

ଅଭିଯୋଗ ଅନୁଯାୟୀ, ଘଟଣାଟି ଘଟିଥିଲା ଜୁଲାଇ ୧୫ ତାରିଖରେ। ଦୁଇ ଜଣ ଅଭିଯୁକ୍ତ ଉଜାଲା ଠାକୁର ଓ ଗାନ୍ଧୀ ଜୋରଜବରଦସ୍ତ ସ୍ନେହାଙ୍କ ଘର ଭିତରକୁ ପଶି ଆସିଥିଲେ। ତାଙ୍କୁ ଅସଦାଚରଣ କରିଥିଲେ। ଏପରିକି ମାଡ଼ ମଧ୍ୟ ମାରିଥିଲେ। ଏଥିରେ ତାଙ୍କ ନାକରେ ଆଘାତ ଲାଗିଥିଲା। ଏପରିକି ତାଙ୍କ ପରିବାରର ଆଉ କିଛି ଲୋକ ମଧ୍ୟ ସେମାନଙ୍କ ଆକ୍ରମଣରେ ଆହତ ହୋଇଥିଲେ। ପୂର୍ବର କିଛି ରାଗ ରଖି ଅଭିଯୁକ୍ତ ମାନେ ଏହି କାଣ୍ଡ ଭିଆଇ ଥିବା ଅଭିଯୋଗ ହୋଇଥିଲା।

ଘଟଣା ପରେ ପରେ ସ୍ନେହା ନିକଟତମ ବାରା ଥାନାକୁ ଯାଇ ଅଭିଯୋଗ କରିଥିଲେ। କିନ୍ତୁ ସେଠାକାର ପୋଲିସ୍ ଏହାକୁ ହାଲକା ଭାବେ ନେଇଥିଲେ। ଆଉ ଏକ ମାମୁଲି ଘଟଣା ଭାବି ସେହି ଅନୁସାରେ ମାମଲା ରୁଜୁ କରିଥିଲେ। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ କୌଣସି ପଦକ୍ଷେପ ନେଇ ନଥିଲେ। ତେବେ ମଙ୍ଗଳବାର ସ୍ନେହା କାନପୁର ଏସଏସପିଙ୍କୁ ଭେଟିବା ପରେ ତାଙ୍କର ମେଡିକାଲ ପରୀକ୍ଷା ହୋଇଥିଲା ଓ ପୁଣି ଥରେ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ଦୁଇଟି ଟିମ୍ ଗଠନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos