ଦକ୍ଷିଣ ଆଫ୍ରିକାକୁ ଝଟକା, ଭାରତ ଟୁରରୁ ରବାଡା ଆଉଟ

ନୂଆଦିଲ୍ଲୀ: ଭାରତ ବିପକ୍ଷ ଦିନିକିଆ ସିରିଜ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଜବରଦସ୍ତ ଝଟକା ଲାଗିଛି। ଦଳର ସବୁଠାରୁ ସଫଳ ଓ ଦ୍ରୁତ ବୋଲର କାଗିସୋ ରବାଡା ଆହତ କାରଣରୁ ଭାରତ ଟୁରରୁ ବାଦ ପଡ଼ିଛନ୍ତି। ଏପରି କି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ମଧ୍ୟ ରବାଡା ଖେଳିବେ ନାହିଁ। ରବାଡା ଏବେ ମାଂସପେଶୀ ଜନିତ ସମସ୍ୟାରେ ପଡ଼ିଛନ୍ତି। ଏଣୁ ଆସନ୍ତା ମାସରେ ହେବାକୁ ଥିବା ଭାରତ ବିପକ୍ଷ ଦିନିକିଆ ସିରିଜ୍ ଖେଳିପାରିବେ ନାହିଁ। ଭାରତ ଓ ଦକ୍ଷିଣ […]

sv

Hemant Lenka
  • Published: Saturday, 29 February 2020
  • , Updated: 29 February 2020, 06:04 PM IST

ନୂଆଦିଲ୍ଲୀ: ଭାରତ ବିପକ୍ଷ ଦିନିକିଆ ସିରିଜ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଜବରଦସ୍ତ ଝଟକା ଲାଗିଛି। ଦଳର ସବୁଠାରୁ ସଫଳ ଓ ଦ୍ରୁତ ବୋଲର କାଗିସୋ ରବାଡା ଆହତ କାରଣରୁ ଭାରତ ଟୁରରୁ ବାଦ ପଡ଼ିଛନ୍ତି। ଏପରି କି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ମଧ୍ୟ ରବାଡା ଖେଳିବେ ନାହିଁ।

ରବାଡା ଏବେ ମାଂସପେଶୀ ଜନିତ ସମସ୍ୟାରେ ପଡ଼ିଛନ୍ତି। ଏଣୁ ଆସନ୍ତା ମାସରେ ହେବାକୁ ଥିବା ଭାରତ ବିପକ୍ଷ ଦିନିକିଆ ସିରିଜ୍ ଖେଳିପାରିବେ ନାହିଁ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି ଦିନିକିଆ ମ୍ୟାଚ୍ ଖେଳାଯିବ। ରବାଡା ଭାରତ ଗସ୍ତରୁ ବାଦ ପଡ଼ିଥିବାରୁ ସେ ଆଇପିଏଲ ଖେଳିବେ କି ନାହିଁ, ତା’କୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି।

ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଛି ଯେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ସମୟରେ ରବାଡା ମାଂସପେଶୀ ସମସ୍ୟାରେ ପଡ଼ିଥିଲା। ତାଙ୍କର ମେଡିକାଲ ଚେକ ଅପ କରାଯାଇଥିଲା। ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ କହିଛନ୍ତି।

ତେଣୁ ସେ ଭାରତ ଓ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ଖେଳି ପାରିବେ ନାହିଁ। ତାଙ୍କୁ ସୁସ୍ଥ ହେବାକୁ ୪ ସପ୍ତାହ ସମୟ ଲାଗିବ ବୋଲି କୁହାଯାଉଛି।

ରବାଡା ଭାରତ ଗସ୍ତରୁ ବାଦ ପଡ଼ିଥିଲେ ହେଁ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ତାଙ୍କ ବିକଳ୍ପ ଭାବେ କାହାର ନାଁ ଘୋଷଣା କରିନାହିଁ। ଏବେ ଲୁଙ୍ଗି ଏନଗିଡ଼ି, ଆନରିଚ ନୋରଟେଜ, ବେଉରାନ ହେଣ୍ଡ୍ରିକ୍ସ ଓ ଲୁଠୋ ସିପାଲାଙ୍କ ଉପରେ ଦଳର ଦ୍ରୁତ ବୋଲିଂ ନିର୍ଭର କରିବ।

Related story