କଳିଙ୍ଗ ଲାନସର୍ସ-ପଞ୍ଜାବ ୱାରିୟର୍ସ ମ୍ୟାଚ୍ ୪-୪ରେ ଡ୍ର

ଚଣ୍ଡିଗଡ଼: ଚଳିତ ହକି ଇଣ୍ଡିଆ ଲିଗ୍‌ରେ ଆଜି ଚଣ୍ଡିଗଡ଼ରେ ଖେଳା ଯାଇଥିବା ଏକ ମ୍ୟାଚ୍‌ରେ ଜେପି ପଞ୍ଜାବ ୱାରିୟର୍ସ ସହିତ ମ୍ୟାଚ୍ ଡ୍ର ରଖିଛି କଳିଙ୍ଗ ଲାନସର୍ସ। ୪-୪ରେ ଏହି ମ୍ୟାଚ୍ ଡ୍ର ରହିଛି। ତେବେ ୨୯ ପଏଣ୍ଟ୍ ପାଇ ଜେପି ପଞ୍ଜାବ ୱାରିୟର୍ସ ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଚିବା ସହିତ ସେମି ଫାଇନାଲରେ ସ୍ଥାନ ପକ୍କା କରି ଦେଇଛି। ଚଳିତ ହକି ଇଣ୍ଡିଆ ଲିଗ୍‌ରେ ଆଜି ପ୍ରଥମ ଥର ପାଇଁ ଏହି ମ୍ୟାଚ୍ ଡ୍ରରେ ଶେଷ […]

punjab

punjab

Rakesh Mallick
  • Published: Monday, 15 February 2016
  • Updated: 15 February 2016, 04:52 PM IST

Sports

Latest News

punjabଚଣ୍ଡିଗଡ଼: ଚଳିତ ହକି ଇଣ୍ଡିଆ ଲିଗ୍‌ରେ ଆଜି ଚଣ୍ଡିଗଡ଼ରେ ଖେଳା ଯାଇଥିବା ଏକ ମ୍ୟାଚ୍‌ରେ ଜେପି ପଞ୍ଜାବ ୱାରିୟର୍ସ ସହିତ ମ୍ୟାଚ୍ ଡ୍ର ରଖିଛି କଳିଙ୍ଗ ଲାନସର୍ସ। ୪-୪ରେ ଏହି ମ୍ୟାଚ୍ ଡ୍ର ରହିଛି। ତେବେ ୨୯ ପଏଣ୍ଟ୍ ପାଇ ଜେପି ପଞ୍ଜାବ ୱାରିୟର୍ସ ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଚିବା ସହିତ ସେମି ଫାଇନାଲରେ ସ୍ଥାନ ପକ୍କା କରି ଦେଇଛି।

ଚଳିତ ହକି ଇଣ୍ଡିଆ ଲିଗ୍‌ରେ ଆଜି ପ୍ରଥମ ଥର ପାଇଁ ଏହି ମ୍ୟାଚ୍ ଡ୍ରରେ ଶେଷ ହୋଇଛି। କଳିଙ୍ଗ ଲାନସର୍ସ ଦୁଇଟି ଫିଲ୍ଡ ଗୋଲ୍ ସାହାଯ୍ୟରେ ୪-୦ରେ ଆଗୁଆ ଥିଲା। ଦଳ ପକ୍ଷରୁ ମଲକ ସିଂହ ୧୪ ତମ ମିନିଟ୍‌ରେ ପ୍ରଥମ ଗୋଲ୍ ଦେଇଥିବା ବେଳେ କ୍ୟୁରଜିନ୍ କାସପର୍ସ ୨୯ତମ ମିନିଟ୍‌ରେ ଦ୍ୱିତୀୟ ଗୋଲ୍‌ଟି ଦେଇଥିଲେ। ତେବେ ପରେ ପଞ୍ଜାବ ଜବରଦସ୍ତ କମ୍‌ବ୍ୟାକ୍‌ କରିଥିଲା। ମ୍ୟାଚ୍‌ର ୩୫ତମ ମିନିଟ୍‌ରେ ଦଳ ପକ୍ଷରୁ ପ୍ରଥମ ଗୋଲ୍ ଦେଇଥିଲେ ମଟ୍ଟ ଗୋଡେସ୍। ଏହା ପରେ ଖେଳର ୫୯ ମିନିଟ୍‌ରେ ଦ୍ୱିତୀୟ ଗୋଲ୍ କରିଥିଲେ ଜେକ୍ ହ୍ୱିଟନ୍।

ନୂଆ ସ୍କୋରିଂ ନିୟମ ଅନୁଯାୟୀ ଗୋଟିଏ ଫିଲ୍ଡ ଗୋଲ୍‌କୁ ଦୁଇ ପଏଣ୍ଟ ଭାବେ ହିସାବ କରାଯାଉଛି।

କଳିଙ୍କ ଲାନସର୍ସ ୨୫ ପଏଣ୍ଟ ସହ ତାଲିକାର ତୃତୀୟ ସ୍ଥାନରେ ରହିଛି। କଳିଙ୍ଗ ଲାନସର୍ସ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ଦିଲ୍ଲୀ ୱେଭରାଇଡର୍ସକୁ ଭେଟିବ। ଫେବ୍ରୁଅରୀ ୧୭ ତାରିଖରେ ଏହି ମ୍ୟାଚ୍‌ ଖେଳାଯିବ। ସେମି ଫାଇନାଲ୍‌ରେ ସ୍ଥାନ ପକ୍କା କରିବା ପାଇଁ କଳିଙ୍ଗ ଲାନସର୍ସକୁ ଦିଲ୍ଲୀ ୱାରିୟର୍ସ ବିପକ୍ଷ ମ୍ୟାଚ୍ ଜିତିବାକୁ ପଡ଼ିବ। ପୂର୍ବରୁ ୩୭ ପଏଣ୍ଟ ସହ ରାଞ୍ଚି ରେଜ୍ ସେମି ଫାଇନାଲ୍‌ରେ ସ୍ଥାନ ପକ୍କା କରି ସାରିଛି। ସେହିପରି ଉତ୍ତରପ୍ରଦେଶ ୱିଜାର୍ଡସ୍ ୨୩ ପଏଣ୍ଟ ସହିତ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଦିଲ୍ଲୀ ୱେଭରାଇଡର୍ସ ୨୨ ପଏଣ୍ଟ ସହିତ ପଞ୍ଚମ ଓ ଦବଙ୍ଗ ମୁମ୍ବାଇ ୨୦ ପଏଣ୍ଟ ସହିତ ଷଷ୍ଠ ସ୍ଥାନରେ ରହିଛି। ଆସନ୍ତାକାଲି ଉତ୍ତରପ୍ରଦେଶ ୱିଜାର୍ଡସ୍ ଓ ଦବଙ୍ଗ ମୁମ୍ବାଇ ମଧ୍ୟରେ ଏକ ମ୍ୟାଚ୍‌ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story