ଏମର୍ଜିଂ ଏସିଆ କପ୍ ପାଇଁ ଭାରତୀୟ ଦଳରେ ନାଗରକୋଟି

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବରରେ ବାଂଲାଦେଶରେ ହେବାକୁଥିବା ଏମର୍ଜିଂ ଏସିଆ କପ୍ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି। ଆହତ ଯୋଗୁ ଦୀର୍ଘ ୧୯ଧରି କ୍ରିକେଟ୍ ମଇଦାନରୁ ଦୂରରେ ଥିବା ଯୁବ ପେସ୍ ବୋଲର କମଲେଶ ନାଗରକୋଟି ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗତବର୍ଷ ନ୍ୟୁଜିଲ୍ୟାଣ୍ଡରେ ଆୟୋଜିତ ବିଶ୍ୱକପ୍ ନାଗରକୋଟିଙ୍କର ଶେଷ ଟୁର୍ଣ୍ଣାମେଣ୍ଟ ଥିଲା। ଏହା ପରେ ସେ ଆହତ କାରଣରୁ ବିଭିନ୍ନ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଥିଲେ। ନ୍ୟୁଜିଲ୍ୟାଣ୍ଡରେ ଆୟୋଜିତ ଏହି ବିଶ୍ୱକପରେ ଭାରତକୁ […]

kamlesh

Ranjit Kumar Jena
  • Published: Monday, 30 September 2019
  • , Updated: 30 September 2019, 08:04 PM IST

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବରରେ ବାଂଲାଦେଶରେ ହେବାକୁଥିବା ଏମର୍ଜିଂ ଏସିଆ କପ୍ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି। ଆହତ ଯୋଗୁ ଦୀର୍ଘ ୧୯ଧରି କ୍ରିକେଟ୍ ମଇଦାନରୁ ଦୂରରେ ଥିବା ଯୁବ ପେସ୍ ବୋଲର କମଲେଶ ନାଗରକୋଟି ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗତବର୍ଷ ନ୍ୟୁଜିଲ୍ୟାଣ୍ଡରେ ଆୟୋଜିତ ବିଶ୍ୱକପ୍ ନାଗରକୋଟିଙ୍କର ଶେଷ ଟୁର୍ଣ୍ଣାମେଣ୍ଟ ଥିଲା। ଏହା ପରେ ସେ ଆହତ କାରଣରୁ ବିଭିନ୍ନ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଥିଲେ।

ନ୍ୟୁଜିଲ୍ୟାଣ୍ଡରେ ଆୟୋଜିତ ଏହି ବିଶ୍ୱକପରେ ଭାରତକୁ ଟାଇଟଲ୍ ଜିତାଇବାରେ ପ୍ରମୁଖ ଭୂମିକା ବହନ କରିଥିବା ନାଗରକୋଟି ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ରେ ବିଶେଷଜ୍ଞଙ୍କ ନଜରରେ ଥିଲେ। ସେଠାରେ ସେ ନିଜର ପିଠି, ଗୋଇଠି ଏବଂ ଆଣ୍ଠୁର ଉପଚାର କରାଉଥିଲେ। ଏହି ୧୯ ବର୍ଷୀୟ ପେସ୍ ବୋଲର ଜଣକ ନିଜର ଶେଷ ମ୍ୟାଚ୍ ଗତବର୍ଷ ରାଜସ୍ଥାନ ପକ୍ଷରୁ ବିଜୟ ହଜାରେ ଟ୍ରଫିରେ ଖେଳିଥିଲେ।

ଘୋଷିତ ଦଳ: ବିନାୟକ ଗୁପ୍ତା, ଆର୍ୟହନ୍ ଜୁୟଲ, ବିଆର ଶରତ (କ୍ୟାପଟେନ୍ ଓ ୱିକେଟକିପର), ଚିନ୍ମୟ ସୂତାର, ୟଶ ରାଠୋର, ଅରମାନ୍ ଜାଫର୍, ସନବୀର ସିଂହ, କମଲେଶ ନାଗରକୋଟି, ହ୍ରିତିକ୍ ଶୋକୀନ୍, ଏସଏ ଦେଶାଇ, ଅର୍ଶଦୀପ ସିଂହ, ଏସଆର ଦୁବେ, କୁମାର ସୂରଜ, ପି. ରିଖାଡେ, କୁଲଦୀପ ଯାଦବ।

Related story