ପ୍ରଥମ ଦୁଇଟି ଦିନିକିଆରୁ ୱିଲିୟମସନ୍ ଆଉଟ୍‌

ୱେଲିଂଟନ୍‌: ଆସନ୍ତାକାଲିଠାରୁ ଭାରତ ବିପକ୍ଷ ଆରମ୍ଭ ହେବାକୁଥିବା ଦିନିକିଆ ସିରିଜ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡକୁ ବଡ଼ ଝଟକା ଲାଗିଛି। ଦଳର କ୍ୟାପଟେନ୍ କେନ୍ ୱିଲିୟମସନ୍ ଆହତ କାରଣରୁ ପ୍ରଥମ ଦୁଇଟି ଦିନିକିଆରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ମାର୍କ ଚାପମ୍ୟାନଙ୍କୁ ଟିମରେ ସାମିଲ୍ କରାଯାଇଛି। ଭାରତ ବିପକ୍ଷ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମୁକାବିଲାରେ ଫିଲ୍ଡିଂ କରୁଥିବା ବେଳେ ୱିଲିୟମସନଙ୍କ କାନ୍ଧରେ ଆଘାତ ଲାଗିଥିଲା। ଏହି କାରଣରୁ ସେ ଅନ୍ତିମ ଦୁଇଟି ଟି-୨୦ରେ ଖେଳିପାରିନଥିଲେ। ୱିଲିୟମସନଙ୍କ ଆହତକୁ […]

kane

Ranjit Kumar Jena
  • Published: Tuesday, 04 February 2020
  • , Updated: 04 February 2020, 03:51 PM IST

ୱେଲିଂଟନ୍‌: ଆସନ୍ତାକାଲିଠାରୁ ଭାରତ ବିପକ୍ଷ ଆରମ୍ଭ ହେବାକୁଥିବା ଦିନିକିଆ ସିରିଜ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡକୁ ବଡ଼ ଝଟକା ଲାଗିଛି। ଦଳର କ୍ୟାପଟେନ୍ କେନ୍ ୱିଲିୟମସନ୍ ଆହତ କାରଣରୁ ପ୍ରଥମ ଦୁଇଟି ଦିନିକିଆରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ମାର୍କ ଚାପମ୍ୟାନଙ୍କୁ ଟିମରେ ସାମିଲ୍ କରାଯାଇଛି।

ଭାରତ ବିପକ୍ଷ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମୁକାବିଲାରେ ଫିଲ୍ଡିଂ କରୁଥିବା ବେଳେ ୱିଲିୟମସନଙ୍କ କାନ୍ଧରେ ଆଘାତ ଲାଗିଥିଲା। ଏହି କାରଣରୁ ସେ ଅନ୍ତିମ ଦୁଇଟି ଟି-୨୦ରେ ଖେଳିପାରିନଥିଲେ। ୱିଲିୟମସନଙ୍କ ଆହତକୁ ନେଇ କିୱି ଟିମର ଫିଜିଓ ବିଜୟ ବଲ୍ଲଭ କହିଛନ୍ତି, ଆମେ ୱିଲିୟମସନଙ୍କ ଆହତ ଉପରେ ନଜର ରଖିଛୁ। ସେ କିପରି ଦଳକୁ ଫେରିବେ, ତାହା ଉପରେ ଆମେ ଫୋକସ୍ କରୁଛୁ।

ୱିଲିୟମସନଙ୍କ ସ୍ଥାନରେ ଟମ୍ ଲାଥମ ଟିମର ନେତୃତ୍ୱ ଭାର ସମ୍ଭାଳିବେ। ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ୱିଲିୟମସନଙ୍କ ବଦଳରେ ସ୍ଥାନ ପାଇଥିବା ଚାପମ୍ୟା୍ ୨୦୧୫ରେ ଦୁବାଇରେ ୟୁଏଇ ବିପକ୍ଷ ପଦାର୍ପଣ ମ୍ୟାଚରେ ଅପରାଜିତ ୧୨୪ ରନର ଇନିଂସ୍ ଖେଳିଥିଲେ। ଶେଷଥର ପାଇଁ ସେ ଗତବର୍ଷ ଇଂଲଣ୍ଡ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ମାତ୍ର ୯ ରନ୍ କରିବାକୁ ସକ୍ଷମ ହୋଇଥିଲେ।

Related story