କେମିତି ଅଛି କପିଲ୍ ଦେବଙ୍କ ସ୍ୱାସ୍ଥ୍ୟାବସ୍ଥା? ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ୟାପଟେନ୍ କପିଲ୍‌ ଦେବଙ୍କୁ ଛାତିରେ ଯନ୍ତ୍ରଣା ପରେ ଦିଲ୍ଲୀର ଫୋର୍ଟିସ୍ ଏସକର୍ଟ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଳମ୍ବିତ ରାତିରେ କପିଲ୍ ଦେବଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଛି ଏବଂ ବର୍ତ୍ତମାନ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। କପିଲ ଦେବଙ୍କୁ ହୃଦଘାତ ଖବର ସାମ୍ନାକୁ ଆସିବା ପରେ ଭାରତୀୟ କ୍ରିକେଟ୍ ପ୍ରଶଂସକ ସୋଶାଲ୍‌ ମିଡିଆରେ ତାଙ୍କର ଶୀଘ୍ର ସୁସ୍ଥ କାମନା କରିଛନ୍ତି। ହସ୍ପିଟାଲ୍ ତରଫରୁ କପିଲଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଭାରତର […]

kapil-dev1

kapil-dev1

Ranjit Kumar Jena
  • Published: Friday, 23 October 2020
  • Updated: 23 October 2020, 06:54 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ୟାପଟେନ୍ କପିଲ୍‌ ଦେବଙ୍କୁ ଛାତିରେ ଯନ୍ତ୍ରଣା ପରେ ଦିଲ୍ଲୀର ଫୋର୍ଟିସ୍ ଏସକର୍ଟ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଳମ୍ବିତ ରାତିରେ କପିଲ୍ ଦେବଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଛି ଏବଂ ବର୍ତ୍ତମାନ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। କପିଲ ଦେବଙ୍କୁ ହୃଦଘାତ ଖବର ସାମ୍ନାକୁ ଆସିବା ପରେ ଭାରତୀୟ କ୍ରିକେଟ୍ ପ୍ରଶଂସକ ସୋଶାଲ୍‌ ମିଡିଆରେ ତାଙ୍କର ଶୀଘ୍ର ସୁସ୍ଥ କାମନା କରିଛନ୍ତି।

ହସ୍ପିଟାଲ୍ ତରଫରୁ କପିଲଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଭାରତର ପୂର୍ବତନ କ୍ୟାପଟେନ୍ କପିଲ୍ ଦେବଙ୍କୁ ଫୋର୍ଟିସ୍ ଏସକର୍ଟ୍ସ ହାର୍ଟ ଇନଷ୍ଟିଚ୍ୟୁଟର ଆପାତ୍ତକାଳୀନ ବିଭାଗରେ ଅକ୍ଟୋବର ୨୩ ତାରିଖ ବିଳମ୍ବିତ ରାତି ୧ଟାରେ ଭର୍ତ୍ତି କରାଯାଇଥିଲା। ଏଠାରେ ତାଙ୍କର ତୁରନ୍ତ ଚିକିତ୍ସା କରାଯାଇଥିଲା ଏବଂ ରାତିରେ କାର୍ଡିଓଲୋଜି ବିଭାଗର ନିର୍ଦ୍ଦେଶକ ଡା. ଅତୁଲ୍ ମାଥୁର କପିଲ୍‌ ଦେବଙ୍କର ଆପାତ୍ତକାଳୀନ କରୋନାର ଆଞ୍ଜିଓପ୍ଲାଷ୍ଟି କରାଇଥିଲେ। ବର୍ତ୍ତମାନ କପିଲ୍‌ ଆଇସିୟୁରେ ଅଛନ୍ତି ଏବଂ ଡା. ଅତୁଲ ମାଥୁର୍ ଓ ତାଙ୍କ ଟିମ୍ କପିଲ୍‌ ଦେବଙ୍କର ଚିକିତ୍ସା କରୁଛନ୍ତି। ବର୍ତ୍ତମାନ କପିଲ୍ ଦେବଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ ଆଉ କିଛି ଭିତରେ ତାଙ୍କୁ ହସ୍ପିଟାଲରୁ ଛୁଟି ମିଳିବା ନେଇ ଆଶା।

କପିଲ୍‌ ଦେବଙ୍କ ସୁସ୍ଥ ହେବା ନେଇ ସାରା କ୍ରିକେଟ୍‌ ଜଗତ ପ୍ରାର୍ଥନା କରୁଛି। ଭାରତର ପୂର୍ବତନ କ୍ରିକେଟ୍ ମଦନ ଲାଲଙ୍କଠାରୁ ଆରମ୍ଭ କରି ସଚିନ୍ ତେନ୍ଦୁଲକର, କୀର୍ତ୍ତି ଆଜାଦ, ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍‌ କୋହଲି, ଶିଖର ଧୱନ୍, ବୀରେନ୍ଦ୍ର ସେହ୍ୱାଗ, ଗୌତମ ଗମ୍ଭୀର, ଅନୀଲ କୁମ୍ବଲେ, ସୁରେଶ ରାଇନା, ମହମ୍ମଦ କୈଫ, ହର୍ଷା ଭୋଗଲେ, ବିସିସିଆଇ ସମ୍ପାଦକ ଜୟ ଶାହ ଓ ବ୍ୟାଡମିଣ୍ଟନ୍ ଷ୍ଟାର ସାଇନା ନେହ୍ୱାଲ ଟୁଇଟ୍ କରି କପିଲ୍ ଦେବଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story