ଦୀର୍ଘ ୮ ବର୍ଷ ପରେ ଟେଷ୍ଟ ଟିମ୍‌ରେ ସାମିଲ ହେଲେ କାର୍ତ୍ତିକ: ଶାହାଙ୍କ ସ୍ଥାନ ନେଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ଟେଷ୍ଟ ଟିମରେ ଦୀର୍ଘ ୮ ବର୍ଷ ପରେ ଦିନେଶ କାର୍ତ୍ତିକଙ୍କୁ ସ୍ଥାନ ମିଳିଛି। ରିଦ୍ଧିମାନ ଶାହାଙ୍କ ସ୍ଥାନରେ ବିସିସିଆ କାର୍ତ୍ତିକଙ୍କୁ ଦଳରେ ସ୍ଥାନ ଦେଇଛି। ଦକ୍ଷିଣ ଆପ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ କାର୍ତ୍ତିକ ଭରତୀୟ ଦଳ ପକ୍ଷରୁ ଖେଳି ପାରନ୍ତି। ଦୀର୍ଘ ୮ ବର୍ଷ ପରେ ଭାରତୀୟ ଟେଷ୍ଟ ଟିମକୁ ସେ ଫେରିଛନ୍ତି। କାର୍ତ୍ତିକ ତାଙ୍କର ଟେଷ୍ଚ ଡେବ୍ୟୁ ୨୦୦୪ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ କରିଥିଲେ। କେପଟାଉନ୍‌ ଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ […]

dinesh-karthik-ranji

Rakesh Mallick
  • Published: Tuesday, 16 January 2018
  • , Updated: 16 January 2018, 01:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ଟେଷ୍ଟ ଟିମରେ ଦୀର୍ଘ ୮ ବର୍ଷ ପରେ ଦିନେଶ କାର୍ତ୍ତିକଙ୍କୁ ସ୍ଥାନ ମିଳିଛି। ରିଦ୍ଧିମାନ ଶାହାଙ୍କ ସ୍ଥାନରେ ବିସିସିଆ କାର୍ତ୍ତିକଙ୍କୁ ଦଳରେ ସ୍ଥାନ ଦେଇଛି। ଦକ୍ଷିଣ ଆପ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ କାର୍ତ୍ତିକ ଭରତୀୟ ଦଳ ପକ୍ଷରୁ ଖେଳି ପାରନ୍ତି। ଦୀର୍ଘ ୮ ବର୍ଷ ପରେ ଭାରତୀୟ ଟେଷ୍ଟ ଟିମକୁ ସେ ଫେରିଛନ୍ତି। କାର୍ତ୍ତିକ ତାଙ୍କର ଟେଷ୍ଚ ଡେବ୍ୟୁ ୨୦୦୪ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ କରିଥିଲେ।

କେପଟାଉନ୍‌ ଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଶାହା ଟିମ୍‌ ଇଲେଭେନରେ ସମାଲି ଥିଲେ। ହେଲେ ଏହି ମ୍ୟାଚରେ ଅଭ୍ୟାସ ସମୟରେ ଆହତ କରାଣରୁ ଶାହାଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ ଚୟନ କମିଟି କାର୍ତ୍ତିକଙ୍କୁ ସାମିଲ କରିଛନ୍ତି। ଦ୍ୱିତୀୟ ଟେଷ୍ଟରେ ଶାହାଙ୍କ ସ୍ଥାନରେ ପାର୍ଥୀବ ପଟେଲଙ୍କୁ ଦଳରେ ସ୍ଥାନ ମିଳିଛି।

Related story