ଏହି ଶ୍ରୀଲଙ୍କା ବୋଲରଙ୍କ ନାଁରେ ଯୋଡ଼ି ହେଲା ଲଜ୍ଜାଜନକ ରେକର୍ଡ

ଆଡିଲେଡ୍‌: ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ଆଡିଲେଡରେ ଖେଳାଯାଇଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭ୍ରମଣକାରୀ ଦଳର ପେସ୍ ବୋଲର କାସୁନ ରଜିତାଙ୍କ ନାଁରେ ଏକ ଅଲୋଡ଼ା ରେକର୍ଡ ଯୋଡ଼ି ହୋଇଛି। ରଜିତା ଏହି ମ୍ୟାଚରେ ୪ ଓଭରରେ ୭୫ ରନ୍ ଦେଇଛନ୍ତି, ଯାହାକି ଟି-୨୦ କ୍ରିକେଟରେ କୌଣସି ବୋଲରଙ୍କ ଦ୍ୱାରା ଏହା ସବୁଠାରୁ ମହଙ୍ଗା ସ୍ପେଲ୍। ଏହା ପୂର୍ବରୁ ଏହି ରେକର୍ଡ ତୁର୍କୀର ତୁନାହାନ୍ ତୁରାନଙ୍କ ନାଁରେ ଥିଲା। ସେ ଚଳିତ ବର୍ଷ ଅଗଷ୍ଟରେ ଚେକ୍ […]

kasun

Ranjit Kumar Jena
  • Published: Sunday, 27 October 2019
  • , Updated: 27 October 2019, 04:22 PM IST

ଆଡିଲେଡ୍‌: ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ଆଡିଲେଡରେ ଖେଳାଯାଇଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭ୍ରମଣକାରୀ ଦଳର ପେସ୍ ବୋଲର କାସୁନ ରଜିତାଙ୍କ ନାଁରେ ଏକ ଅଲୋଡ଼ା ରେକର୍ଡ ଯୋଡ଼ି ହୋଇଛି। ରଜିତା ଏହି ମ୍ୟାଚରେ ୪ ଓଭରରେ ୭୫ ରନ୍ ଦେଇଛନ୍ତି, ଯାହାକି ଟି-୨୦ କ୍ରିକେଟରେ କୌଣସି ବୋଲରଙ୍କ ଦ୍ୱାରା ଏହା ସବୁଠାରୁ ମହଙ୍ଗା ସ୍ପେଲ୍।

ଏହା ପୂର୍ବରୁ ଏହି ରେକର୍ଡ ତୁର୍କୀର ତୁନାହାନ୍ ତୁରାନଙ୍କ ନାଁରେ ଥିଲା। ସେ ଚଳିତ ବର୍ଷ ଅଗଷ୍ଟରେ ଚେକ୍ ଗଣରାଜ୍ୟ ବିପକ୍ଷ ମ୍ୟାଚରେ ୪ ଓଭରରେ ୭୦ ରନ୍ ଦେଇଥିଲେ। ରଜିତାଙ୍କ ୪ ଓଭର ମଧ୍ୟରୁ ୧୩ ବଲରେ ବାଉଣ୍ଡ୍ରୀ ମରାଯାଇଛି। ତାଙ୍କ ସ୍ପେଲରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ୭ ଚୌକା ଓ ୬ ଛକା ମାରିଛନ୍ତି।

ଏହି ମ୍ୟାଚରେ ରଜିତାଙ୍କ ପାଇଁ ଆରମ୍ଭ ଭଲ ହୋଇନଥିଲା। ସେ ନିଜର ପ୍ରଥମ ଓଭରରେ ୧୧ ରନ୍ ଦେଇଥିଲେ। ତାଙ୍କର ଦ୍ୱିତୀୟ ଓଭର ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇଥିଲା ଏବଂ ସେ ଏହି ଓଭରରେ ୨୦ ରନ୍ ବ୍ୟୟ କରିଥିଲେ। ତୃତୀୟ ଓଭରରେ ମଧ୍ୟ ଭାଗ୍ୟ ତାଙ୍କୁ ସାଥ୍ ଦେଇନଥିଲା। ଏହି ଓଭରରେ ସେ ୨୫ ରନ୍ ଦେଇଥିଲେ। ଏହା ପରେ ନିଜର ଅନ୍ତିମ ଓଭରରେ ରଜିତା ୧୮ ରନ୍ ଦେଇଥିଲେ।

Related story